ETV Bharat / state

ଅନ୍ତରୀକ୍ଷ ବିଜ୍ଞାନ ସଂସ୍ଥାନର ଛାତ୍ର ହେଲେ କୋରାପୁଟ ଯୁବକ - IIST

ସର୍ବଭାରତୀୟ ସ୍ତରର ପରୀକ୍ଷାରେ କୃତକାର୍ଯ୍ୟ ହୋଇ କେରଳର ଥିରୁଅନନ୍ତପୁରମସ୍ଥିତ ଭାରତୀୟ ଅନ୍ତରୀକ୍ଷ ବିଜ୍ଞାନ ଓ ପ୍ରୌଦୋଜ୍ଞିକ ସଂସ୍ଥାନର ଛାତ୍ର ହେଲେ କୋରାପୁଟର ସୂର୍ଯ୍ୟ ପ୍ରକାଶ ମିଶ୍ର । ଅଧିକ ପଢନ୍ତୁ...

ଅନ୍ତରିକ୍ଷ ବିଜ୍ଞାନ ସଂସ୍ଥାନର ଛାତ୍ର ହେଲେ କୋରାପୁଟ ଯୁବକ

author img

By

Published : Jun 15, 2021, 10:40 AM IST

କୋରାପୁଟ: ଅନ୍ତରୀକ୍ଷ ବିଜ୍ଞାନ ସଂସ୍ଥାନର ଛାତ୍ର ହେଲେ କୋରାପୁଟ ଯୁବକ । ଜାତୀୟ ସ୍ତରରେ ଯେତେ ସବୁ ଇଞ୍ଜିନିୟରିଂ ପରୀକ୍ଷା, ବିଜ୍ଞାନ ସମ୍ପର୍କିତ ବିଭିନ୍ନ ଉଚ୍ଚ ଶିକ୍ଷା ପାଇଁ ହୋଇଥିବା ପ୍ରବେଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ଆଇଆଇଟିରେ ପଢିବାର ସୁଯୋଗ ପାଇ ମଧ୍ୟ ନିଜ ସ୍ବପ୍ନ ଅନ୍ତରୀକ୍ଷ ବିଜ୍ଞାନ ସମ୍ପର୍କିତ ପାଠ୍ୟକ୍ରମରେ ଯୋଗ ଦେଲେ ଜୟପୁରର ଛାତ୍ର ସୂର୍ଯ୍ୟ ପ୍ରକାଶ ମିଶ୍ର । କେରଳର ଥିରୁଅନନ୍ତପୁରମସ୍ଥିତ ଭାରତୀୟ ଅନ୍ତରୀକ୍ଷ ବିଜ୍ଞାନ ଓ ପ୍ରୌଦୋଜ୍ଞିକ ସଂସ୍ଥାନ ଦ୍ଵାରା ଅନୁଷ୍ଠିତ ସର୍ବଭାରତୀୟ ସ୍ତରର ପରୀକ୍ଷାରେ କୃତକାର୍ଯ୍ୟ ହେବା ସହ ଚଳିତ ବର୍ଷ ଏଭିୟନୋମିକ୍ସ ବିଭାଗରେ ଛାତ୍ର ଭାବେ ଯୋଗ ଦେଇ ସୂର୍ଯ୍ୟ କୋରାପୁଟ ଜିଲ୍ଲାକୁ ଗୌରବ ଆଣିଦେଇଛନ୍ତି ।

ଅନ୍ତରିକ୍ଷ ବିଜ୍ଞାନ ସଂସ୍ଥାନର ଛାତ୍ର ହେଲେ କୋରାପୁଟ ଯୁବକ

ପିଲାଟି ବେଳୁ ସୂର୍ଯ୍ୟ ପ୍ରକାଶଙ୍କ ଭିତରେ ବିଭିନ୍ନ ବିଜ୍ଞାନଭିତ୍ତିକ ପ୍ରକଳ୍ପ କରିବାର ଆଗ୍ରହ ଓ ସବୁବେଳେ କିଛି ନୂତନତ୍ଵ ସୃଷ୍ଟି କରିବାର ଉଦ୍ୟମ ସାଙ୍ଗକୁ ମହାକାଶ ଦୁନିଆକୁ ଜାଣିବାର ଜିଜ୍ଞାସା ରହିଥିଲା । ତାଙ୍କୁ ବିଭିନ୍ନ ନୂଆ ନୂଆ ବିଜ୍ଞାନ ପ୍ରକଳ୍ପ ନିର୍ମାଣ କରିବା ଦିଗରେ ପ୍ରୋତ୍ସାହନ ତଥା ସହଯୋଗ ବାଣ୍ଟି ଆସିଥିଲେ ତାଙ୍କ ଭଉଣୀ ଉଷଶ୍ରୀ । ସୂର୍ଯ୍ୟଙ୍କ ବାପା ଓମ ପ୍ରକାଶ ମିଶ୍ର ଜଣେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ । ସେ ସବୁବେଳେ ନିଜ ସନ୍ତାନମାନଙ୍କୁ ସେମାନଙ୍କ ନିଜସ୍ଵ ସ୍ଵପ୍ନ ଦେଖିବାର ସ୍ଵାଧୀନତା ପ୍ରଦାନ କରିଥିଲେ । ଯାହାର ଫଳସୂରପ ଆଜି ସୂର୍ଯ୍ୟ ପ୍ରକାଶ ନିଜ ସ୍ଵପ୍ନକୁ ସାକାର କରିଛନ୍ତି । ପିଲାଟି ବେଳୁ ସୂର୍ଯ୍ୟଙ୍କ ପୁସ୍ତକ ଚୟନ ମଧ୍ୟ ସମବୟସ୍କ ଅନ୍ୟ ଛାତ୍ରଛାତ୍ରୀଙ୍କ ଠାରୁ ଭିନ୍ନ ଥିବା ତାଙ୍କ ବାପା ଜଣାଇଛନ୍ତି ।

ତେବେ ଗତ ଦୁଇବର୍ଷ ଧରି କୋଭିଡ ସଙ୍କଟ ମଧ୍ୟରେ ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରୁଥିବା ଭୁବନେଶ୍ଵରସ୍ଥିତ ଅନୁଷ୍ଠାନଗୁଡିକ ବନ୍ଦ ପଡିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିଲା । ହେଲେ ନିଜ ଦୃଢ ସଂକଳ୍ପ ବଳରେ ଅନଲାଇନ ମାଧ୍ୟମରେ ଉପଲବ୍ଧ ବିଭିନ୍ନ ତଥ୍ୟ, ସହଯୋଗୀ ମେଟେରିଆଲ ଓ ଉପଯୋଗୀ ମାର୍ଗଦର୍ଶିକାକୁ ସାଥି କରି ସୂର୍ଯ୍ୟ ଏହି ସଫଳତା ହାସଲ କରିପାରିଥିବା ତାଙ୍କ ମା ପ୍ରୀତିଲତା ପ୍ରକାଶ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.