ETV Bharat / state

Justice For Mamita: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

author img

By

Published : Oct 28, 2021, 8:37 PM IST

ମହାଲିଙ୍ଗ ସନସ‍ାଇନ ପ୍ଲବିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡକୁ ନେଇ କୋରାପୁଟ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢ଼ନ୍ତୁ...

Justice For Mamita: ଗୃହରାଷ୍ଟ୍ର ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା କୋରାପୁଟ ବିଜେପି

କୋରାପୁଟ: ମହାଲିଙ୍ଗ ସନସ‍ାଇନ ପ୍ଲବିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡକୁ ନେଇ କୋରାପୁଟ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା । ଏହାକୁ ନେଇ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରି ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ।

ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସମୟରେ ପୋଲିସ ଓ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଜିଲ୍ଲା ବିଜେପି ସଭାପତି ସୁମନ୍ତ ପ୍ରଧାନଙ୍କ ନେତୃତ୍ୱରେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ବିଜେପି ଯୁବ ମୋର୍ଚ୍ଚା କର୍ମୀ । ବିଜେପି କର୍ମୀମାନେ ଏସ୍‌ପି କାର୍ଯ୍ୟାଳୟରେ ପହଞ୍ଚିବା ପରେ ମୁଖ୍ୟ ଫାଟକକୁ ଧକ୍କା ମାରି ଏସ୍ପିଙ୍କ କୋଠରୀ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲେ । ପୋଲିସ କୌଣସିମତେ କର୍ମୀଙ୍କୁ ବୁଝାସୁଝା କରିବା ପରେ କର୍ମୀମାନେ ବାହାରକୁ ଆସିଥିଲେ ।

ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଏସ୍‌ପିଙ୍କୁ ଦାବିପତ୍ର ଦେବାକୁ ଚାହୁଁଥିଲେ ବିଜେପି କର୍ମୀ । ତେବେ ଏସ୍‌ପି ତାଙ୍କ ବଦଳରେ ଅନ୍ୟ ଅଧିକାରୀଙ୍କୁ ଦାବିପତ୍ର ଗ୍ରହଣ କରିବାକୁ ପଠାଇଥିଲେ । ଏହାକୁ ନେଇ ବିଜେପି କର୍ମୀମାନେ ଅସନ୍ତୋଷ ଜାହିର କରିଥିଲେ । ଏହାପରେ ଏସ୍‌ପିଙ୍କୁ ସାକ୍ଷାତ କରି ଦାବିପତ୍ର ଦେବା ପାଇଁ ବିଜେପି କର୍ମୀ ମାନେ ଅଡ଼ି ବସି ନାରାବାଜି କରିଥିଲେ । ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପୂର୍ବରୁ କୋରାପୁଟ ସହରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଶୋଭାଯାତ୍ରା କରାଯାଇଥିଲା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.