ETV Bharat / state

ମନମୋହୁଛି କୋରାପୁଟିଆ କ୍ୟାପ୍ସିକମ୍, ରାତି ପାହିଲେ ଜମୁଛି ଚାଷୀଙ୍କ ପସରା - କୋରାପୁଟ କ୍ୟାପ୍ସିକମ ଖବର

ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆଦିବାସୀଙ୍କ ପାଇଁ ପରିଚିତ ଥିବା କୋରାପୁଟ ଆଜି ବିଶ୍ବରେ କଫି ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଆରମ୍ଭ କରିଛି । ଆଗାମୀ ଦିନରେ କୋରାପୁଟ କଫି ସମଗ୍ର ଦେଶରେ ଏକ ନୂତନ ସ୍ଥାନ ହାସଲ କରିବ । କଫି ଛଡା ଜିଲ୍ଲାର ହଳଦୀ, ଅଦା, ଷ୍ଟ୍ରବେରୀ ଓ ଆମ୍ବ ଆଗରୁ କମାଲ କରି ସାରିଛି । ଏବେ ଲୋକଙ୍କ ମନ ମୋହିଛି କୋରାପୁଟିଆ କ୍ୟାପ୍ସିକମ୍ । ଅଧିକ ପଢନ୍ତୁ

ମନମୋହୁଛି କୋରାପୁଟିଆ କ୍ୟାପ୍ସିକମ୍
ମନମୋହୁଛି କୋରାପୁଟିଆ କ୍ୟାପ୍ସିକମ୍
author img

By

Published : Mar 29, 2022, 2:30 PM IST

କୋରାପୁଟ: ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆଦିବାସୀଙ୍କ ପାଇଁ ପରିଚିତ ଥିବା କୋରାପୁଟ ଆଜି ବିଶ୍ବରେ କଫି ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଆରମ୍ଭ କରିଛି । ଆଗାମୀ ଦିନରେ କୋରାପୁଟ କଫି ସମଗ୍ର ଦେଶରେ ଏକ ନୂତନ ସ୍ଥାନ ହାସଲ କରିବ । କଫି ଛଡା ଜିଲ୍ଲାର ହଳଦୀ , ଅଦା , ଷ୍ଟ୍ରବେରୀ ଓ ଆମ୍ବ ଆଗରୁ କମାଲ କରି ସାରିଛି । ଏବେ ଲୋକଙ୍କ ମନ ମୋହିଛି କୋରାପୁଟିଆ କ୍ୟାପ୍ସିକମ୍ । ଆଇଟିଡିଏ ଓ ସିୱାଇଏସଡ଼ିର ମିଳିତ ସହଯୋଗରେ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ପଞ୍ଚାୟତର ଭଞ୍ଜପଦର ଗାଁରୁ ଆଦିବାସୀ ଚାଷୀ ଆଜି କୋରାପୁଟ ବଜାରକୁ ନେଇ ଆସିଛନ୍ତି କ୍ୟାପ୍ସିକମ୍ ।

ମନମୋହୁଛି କୋରାପୁଟିଆ କ୍ୟାପ୍ସିକମ୍

ଦେଶୀୟ ପଦ୍ଧତିରେ ଜୈବିକ ଚାଷର ଆଧାରରେ ଉତ୍ପାଦିତ କ୍ୟାପ୍ସିକମକୁ ବଜାର ଦର ଠାରୁ କମ୍ ଦାମରେ ପାଉଥିବା ଯୋଗୁଁ ଗ୍ରାହକ ମଧ୍ୟ ଖୁସିରେ କିଣୁଛନ୍ତି କ୍ୟାପ୍ସିକମ । ରାସ୍ତା କଡ଼ରେ ବସିଥିବା କ୍ୟାପସିକମ୍ ପସରାରୁ କିଲୋ ଦୁଇ କିଲୋ କିଣି ନେଇଛନ୍ତି ଗ୍ରାହକ । ଗତ ତିନି ମାସ ପୂର୍ବେ ଆଇଟିଡିଏ ଯୋଗାଇଥିବା ବିହନକୁ ନେଇ ସିୱାଇଏସଡ଼ିର ସହଯୋଗରେ ଭଞ୍ଜପଦରରେ ପାଞ୍ଚ ଜଣ ଚାଷୀ ପାଞ୍ଚ ଏକର ଜାମିରେ ଏହି ଚାଷ କରିଥିଲେ । ଭଲ ଫସଲ ଅମଳ ହୋଇଥିବା ସିୱାଇଏସଡ଼ିର କର୍ମକର୍ତ୍ତା ବଂଗାରୁ ଦିସାରି ଜଣାଇଛନ୍ତି । ଚାଷର ଲାଭକୁ ଦେଖି ଭବିଷ୍ୟତରେ ଏହାକୁ ବ୍ୟାପକ କରିବାକୁ ଲକ୍ଷ୍ୟ ରଖିଛି ଆଇଟିଡିଏ ।

ତିନିମାସ ମଧ୍ୟରେ ପାଞ୍ଚ ଏକର ଜମିରୁ ପ୍ରଥମ ପର୍ଯ୍ୟାୟରେ ଉତ୍ପାଦିତ ହୋଇଥିବା କ୍ୟାପସିକମକୁ ନେଇ ଚାଷୀମାନେ କୋରାପୁଟ ବଜାରକୁ ବିକ୍ରି ନିମନ୍ତେ ଆସିଥିଲେ । 25 ଟ୍ରେ କ୍ୟାପସିକମ ମଧ୍ୟରୁ 7-8 କ୍ରେଟ୍ କ୍ୟାପସିକମ ବିକ୍ରି ହୋଇଯାଇଥିବା ଚାଷୀ ଜଗ ଜଣାଇଛନ୍ତି । ଉତ୍ତମ ବଜାର ପାଇଥିବା ଯୋଗୁଁ ପ୍ରଥମ ଥର ପାଇଁ କ୍ୟାପ୍ସିକମ ଚାଷ କରିଥିବା ଚାଷୀଙ୍କ ମନରେ ନୂତନ ଉତ୍ସାହ ଦେଖାଦେଇଛି । ଗ୍ରାହକ ମଧ୍ୟ କୋରାପୁଟ ମାଟିରୁ ମାଟିର ମଣିଷ ଝାଳ ବୁହାଇ ଉତ୍ପାଦନ କରିଥିବା ସଜ ତଟକା କ୍ୟାପ୍ସିକମ ପାଇଁ ବେଶ ଖୁସ ଥିବା ଜଣାଇଛନ୍ତି । ଏହି କ୍ୟାପ୍ସିକମ ଚାଷ କରି ବେଷ ଦୁଇପଇସା ରୋଜଗାର କରି ଲାଭବାନ ହୋଇପାରୁଛନ୍ତି ଚାଷୀ ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.