ETV Bharat / state

ଆନ୍ଧ୍ର-ଓଡିଶା ସୀମା ବିବାଦ ସଂପର୍କରେ ପ୍ରଶାସନ ଚୁପ୍‌, ଆତଙ୍କିତ ଗ୍ରାମବାସୀ - କୋରାପୁଟ ପ୍ରଶାସନ ଚୁପ୍

କୋରାପୁଟ ଜିଲ୍ଲାରେ ଆନ୍ଧ୍ର-ଓଡିଶା ବିବାଦ ଲାଗି ରହିଛି । ଏ ସଂପର୍କରେ ଜିଲ୍ଲା ପ୍ରଶାସନ କୌଣସି ପ୍ରତିକ୍ରିୟା ରଖୁନଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଅଧିକ ପଢନ୍ତୁ...

Koraput administration makes silence in Andhra-Odisha border dispute, villagers terrified
ଆନ୍ଧ୍ର-ଓଡିଶା ସୀମା ବିବାଦ ସଂପର୍କରେ ପ୍ରଶାସନ ଚୁପ୍‌, ଆତଙ୍କିତ ଗ୍ରାମବାସୀ
author img

By

Published : Nov 22, 2020, 6:26 PM IST

କୋରାପୁଟ: ଗତ କିଛି ଦିନ ଧରି ଜିଲ୍ଲାର ନାରାୟଣପାଟଣା ଓ ପଟ୍ଟାଙ୍ଗି ବ୍ଲକରେ ଥିବା ଓଡିଶା -ଆନ୍ଧ୍ରପ୍ରଦେଶ ସୀମା ବିବାଦ ଲାଗି ରହିଛି । ତେବେ ଏହି ବିବାଦକୁ ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ ସଂପର୍କରେ ଜିଲ୍ଲାର ଉଚ୍ଚ ସ୍ତରୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ଯାହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ନାନା ସନ୍ଦେହ ସୃଷ୍ଟି ହେବା ସହିତ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଆନ୍ଧ୍ର-ଓଡିଶା ସୀମା ବିବାଦ ସଂପର୍କରେ ପ୍ରଶାସନ ଚୁପ୍‌, ଆତଙ୍କିତ ଗ୍ରାମବାସୀ

ଶନିବାର ଦକ୍ଷିଣାଞ୍ଚଳ ଆରଡିସି ଟି. ଆପାଙ୍ଗ ଆଓ ବିବାଦ ଚାଲିଥିବା ଅଞ୍ଚଳ ପଟ୍ଟାଙ୍ଗି ବ୍ଲକର ସୁନାବେଡାର ସ୍ଥିତି ପରଖିବା ପାଇଁ ଯାଇଥିଲେ । ସେଠାରେ ବିବାଦୀୟ ଅଞ୍ଚଳକୁ ପରିଦର୍ଶନ କରିଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳର କୌଣସି ସରପଞ୍ଚ କିମ୍ବା ଅନ୍ୟ ଗ୍ରାମବାସୀଙ୍କ ସହିତ ଘଟଣା ସଂପର୍କରେ ଆଲୋଚନା କରିନଥିଲେ । ଏହାସହିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦୂରେଇ ରହିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ସେ ଏନେଇ କୌଣସି ପ୍ରତିକ୍ରିୟା ଦେଇନଥିଲେ ।

କୋଟିଆଠାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା । ଆରଡିସି କେବଳ ଜିଲ୍ଲା ଅଧିକାରୀମାନଙ୍କ ସହିତ କଥାବାର୍ତ୍ତା କରି ବ୍ରହ୍ମପୁର ଫେରି ଯାଇଥିଲେ । ଗସ୍ତର ଫଳାଫଳ ସଂପର୍କରେ ଗଣମାଧ୍ୟମକୁ କୌଣସି ସୂଚନା ଦେଇନଥିଲେ । ରବିବାର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ସୀମାବର୍ତ୍ତୀ ଅଞ୍ଚଳର ସମସ୍ୟା ସମ୍ପର୍କରେ କୋରାପୁଟ ସଦ୍ଭାବନା ଗୃହରେ ଏକ ବୈଠକ ବସିଥିଲା ।

ତେବେ ରବିବାର ମଧ୍ୟ ବୈଠକ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇନଥିଲେ ଅତିରିକ୍ତ ଜିଲ୍ଲାପାଳ । ଏହି ନୀରବତା ପଛରେ ରାଜ୍ୟ ସରକାରଙ୍କ ଶକ୍ତ ନିର୍ଦ୍ଦେଶ କାମ କରୁଥିବା ଆଶଙ୍କା କରାଯାଇଛି । ତେବେ ଜିଲ୍ଲାର ସୀମାନ୍ତରେ ଓଡିଶା-ଆନ୍ଧ୍ର ସୀମା ବିବାଦ ଯୋଗୁଁ ସେହି ଅଞ୍ଚଳରେ ନୀତିଦିନ ଭୟ, ଆଶଙ୍କା ଲାଗି ରହିଛି । ଫଳରେ ଗ୍ରାମବାସୀ ଅନିଶ୍ଚିତତା ମଧ୍ୟରେ ଦିନ କାଟୁଛନ୍ତି । ସେପଟେ ଜିଲ୍ଲା ଅଧିକାରୀଙ୍କ ବିବାଦ ସଂପର୍କରେ ନିରବତା ଯୋଗୁଁ ଗ୍ରାମବାସୀମାନେ ଅଧିକ ଚିନ୍ତିତ ଥିବା ଦେଖା ଦେଇଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.