ETV Bharat / state

ଉପାନ୍ତ ଅଞ୍ଚଳର ଝିଅ ନମିତାଙ୍କ କଣ୍ଠରେ କୋରୋନା ସଚେତନତା - ନମିତା ମେଲେକା ଆଦିିବାସୀ ଗୀତ

ମନଛୁଆଁ ଗୀତରେ କୋରୋନା ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ଉପାନ୍ତ ଅଞ୍ଚଳର ଝିଅ ନମିତା ମେଲେକା ।

koraput: A 10th class girl doing corona awareness with song
ଉପାନ୍ତ ଅଞ୍ଚଳର ଝିଅ ନମିତାଙ୍କ କଣ୍ଠରେ କୋରୋନା ସଚେତନତା
author img

By

Published : Sep 12, 2020, 8:36 PM IST

Updated : Sep 12, 2020, 9:30 PM IST

କୋରାପୁଟ: ମନଛୁଆଁ ଗୀତରେ କୋରୋନା ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ଉପାନ୍ତ ଅଞ୍ଚଳର ଝିଅ ନମିତା ମେଲେକା । ଆଦିବାସୀ ଭାଷାରେ ବିଶ୍ବରେ ଆତଙ୍କ ଖେଳାଇଥିବା ମହାମାରୀ କୋରୋନା ପାଇଁ କୌଣସି ଔଷଧ କିମ୍ବା ଟୀକା ଉପଲବ୍ଧ ହୋଇନାହିଁ । ଫଳରେ ଏହି ଅଦୃଶ୍ୟ ଭୁତାଣୁ ସଂକ୍ରମଣରୁ ବର୍ତ୍ତିବାକୁ ସଚେତନତା ହିଁ ଏକମାତ୍ର ବିକଳ୍ପ ରହିଛି ।

ଉପାନ୍ତ ଅଞ୍ଚଳର ଝିଅ ନମିତାଙ୍କ କଣ୍ଠରେ କୋରୋନା ସଚେତନତା

ସେଥିପାଇଁ ସଚେତନତା ସୃଷ୍ଟି କରିବା ପାଇଁ ଆଦିବାସୀ ଭାଷାରେ ଗୀତ ରଚନା କରି ତାକୁ ସ୍ୱର ଦେବା ସହ ସୁମଧୁର କଣ୍ଠରେ ସର୍ବତ୍ର ପରିବେଷଣ କରି କୋରାପୁଟ ଜିଲ୍ଲା ବନ୍ଧୁଗାଁ ଅଞ୍ଚଳର ନମିତା ଚର୍ଚ୍ଚାରେ ରହିଛନ୍ତି ।

ବନ୍ଧୁଗାଁ ବ୍ଲକର ଚିନ୍ତାଗୁଡା ଗ୍ରାମର ଦଶମ ଶ୍ରେଣୀର ଛାତ୍ରୀ ନମିତା, ନିଜ ବିଦ୍ୟାଳୟରୁ ଆରମ୍ଭ କରି ସରଗିଫୁଲ ଭଳି ରାଜ୍ୟସ୍ତରୀୟ ମଞ୍ଚରେ ନିଜ ସଙ୍ଗୀତ କଳାର ପ୍ରତିଭାକୁ ପ୍ରମାଣିତ କରିଛନ୍ତି । ଏକାଧିକବାର ପୁରସ୍କୃତ ତଥା ପ୍ରଶଂସିତ ହୋଇଛନ୍ତି ।

ଆଗକୁ ସଙ୍ଗୀତ ମହାବିଦ୍ୟାଳୟରେ ପଢ଼ିବାର ପ୍ରବଳ ଇଛା ରଖିଥିଲେ ହେଁ ସରକାରଙ୍କ ବିନା ସହଯୋଗରେ ଗରିବ ଘରର ଝିଅ ତାର ସ୍ଵପ୍ନକୁ ସାକାର କରିପାରିବ ନାହିଁ ବୋଲି ନମିତାଙ୍କ ବାପା ଚନ୍ଦନ ମେଲେକା କହିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Sep 12, 2020, 9:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.