ETV Bharat / state

ଗାଁର ନାମ ପଠାଣଗୁଡା, ଜାଣନ୍ତୁ କ'ଣ ରହିଛି ବିଶେଷତ୍ବ

author img

By

Published : Feb 4, 2022, 10:29 PM IST

କୋଟପାଡ ବ୍ଲକର କୋଲାବ କେନାଲ କୂଳରେ ରହିଛି ଏକ ଛୋଟ ଗାଁ । ଗାଁର ନାଁଟି ହେଉଛି ପଠାଣଗୁଡା କିନ୍ତୁ ଏହି ଏଠାରେ ଜଣିଏ ହେଲେ ମୁସଲମାନ ବ୍ୟକ୍ତି ନାହାନ୍ତି । ଅଧିକ ପଢନ୍ତୁ

ପଠାଣଗୁଡା ଗାଁରେ ଜଣେ ବି ନାହାଁନ୍ତି ପଠାଣ : ଜାଣନ୍ତୁ କଣ ରହିଛି କାରଣ

କୋରାପୁଟ : ଜିଲ୍ଲା କୋଟପାଡ ବ୍ଲକର କୋଲାବ କେନାଲ କୂଳରେ ରହିଛି ଏକ ଛୋଟ ଗାଁ । ଗାଁର ନାମଟି ହେଉଛି ପଠାଣଗୁଡା । କିନ୍ତୁ ମଜାର କଥା ହେଉଛି ଯେ ଏହି ଗାଁରେ ଜଣେ ହେଲେ ମୁସଲମାନ ବ୍ୟକ୍ତି ନାହାନ୍ତି । ଗାଁରେ ଅଛନ୍ତି 105 ଟି ପରଜା ଆଦିବାସୀ ଜନଜାତିର ପରିବାର । ଗାଁର ଜଣେ ଗ୍ରାମବାସୀ ମଧୁ ଜାନୀଙ୍କ କହିବା ଅନୁଯାୟୀ ବହୁବର୍ଷ ପୂର୍ବେ ଏହି ଗାଁରେ ପଠାଣ ପରିବାର ବସବାସ କରୁଥିଲେ । ତେବେ ସେମାନେ ଏହି ଗାଁକୁ ଛାଡି ଚାଲିଯିବାର କାରଣ ସ୍ପଷ୍ଟ ଭାବେ ଜଣାନଥିଲେ ବି ବାପା ଅଜାଙ୍କ ମୁଖରୁ ଏକ କଥା ଶୁଣିଥିଲେ ।

ଏହାବି ପଢନ୍ତୁ : କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ପିଛା ଛାଡୁନି ବିବାଦ, ସରକାରୀ ଅଧିକାରୀଙ୍କୁ ମାଡ଼ ଘଟଣାର ହେଲା ବୟାନ ରେକର୍ଡ

ଏହି ଅଞ୍ଚଳରେ ସେ କାଳରେ ବାଘର ଉପଦ୍ରବ କାରଣରୁ ଏଠାରେ ରହୁଥିବା ମୁସଲିମ ପରିବାର ଗାଁ ଛାଡି ଚାଲିଯାଇଥିଲେ । ଅପରପକ୍ଷରେ ଏହାର ବହୁବର୍ଷ ପରେ କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଲୁଲା ପଞ୍ଚାୟତ ଅଞ୍ଚଳରୁ ଚାଷ ଉପଯୋଗୀ ଜମି ଖୋଜି ବୁଲୁଥିବା ପରଜା ଆଦିବାସୀ ପରିବାର କାଳକ୍ରମେ ଏହି ଗାଁରେ ରହିଯାଇଥିଲେ ବୋଲି ମଧୁ ଜାନୀ କହିଛନ୍ତି ।

ତେବେ କେବଳ ପରଜା ପରିବାର ରହୁଥିବା ଗାଁର ନାଁ ମଧ୍ୟ ପରଜାଗୁଡା ହୋଇପାରିଥିଲେ ଭଲ ହୋଇଥାନ୍ତା ବୋଲି ଗାଁର ଜଣେ ଯୁବକ କହିଛନ୍ତି । ଘର, ଜମିବାଡ଼ିର ପଟ୍ଟା ଠାରୁ ଆରମ୍ଭ କରି ଆଧାର କାର୍ଡ ପର୍ଯ୍ୟନ୍ତ ସମସ୍ତ କାଗଜପତ୍ରରେ ଗାଁର ନାଁ ପଠାଣଗୁଡା ରହିଛି ।

କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.