ETV Bharat / state

ବାଟ ହୁଡିଲା ଦୀର୍ଘମିଆଦୀ କେବିକେ ଯୋଜନା, ବିକାଶ ଖୋଜୁଛି ଦୟାନିଧିଗୁଡା - ଦୟାନିଧିଗୁଡା

ଫେଲ ମାରିଲା କେନ୍ଦ୍ର ସରକାରଙ୍କ କେବିକେ ଯୋଜନା । ଯେଉଁ ଗାଁ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବା କଥା ସିଏ ଆଜି ନିଜ ବିକାଶ ପାଇଁ ସଂଘର୍ଷ କରୁଛି । ଆମେ କହୁଛୁ କୋରାପୁଟ ଜିଲ୍ଲା ଦୟାନିଧିଗୁଡା ଗାଁ କଥା ।

ଡିଜାଇନ ଫଟୋ
author img

By

Published : Jul 20, 2019, 11:46 PM IST

Updated : Jul 21, 2019, 12:03 AM IST

କୋରାପୁଟ: ଆଦର୍ଶ ଗାଁ ଖୋଜୁଛି ପରିଚୟ । ଯିଏ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବା କଥା ସିଏ ଆଜି ବିକାଶ ଭିତରେ ନିଜର ଅସ୍ତିତ୍ବକୁ ଖୋଜୁଛି । ଆମେ କହୁଛୁ ଆଦିବାସୀ ଅଧ୍ୟୁଷିତ ଦୟାନିଧିଗୁଡା ଗାଁ କଥା । ଦୀର୍ଘ 25 ବର୍ଷ ତଳେ ଦୟାନଧୀଗୁଡାକୁ ଆଦର୍ଶ ଗାଁ ରୂପେ ଗଢିତୋଳିବାକୁ ଆଗେଇ ଆସିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ । ସେ ସମୟରେ ଗାଁ ମଝିରେ ରାସ୍ତା ଟିଏ ତିଆରି ହେଲା । ଗାଁ ପାଖ ଲଣ୍ଡା ପାହାଡରେ ବୃକ୍ଷରୋପଣ କରାଗଲା, ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ କରିବା ସହ ସମସ୍ତ ଆବଶ୍ୟକୀୟ ଉପକାରଣରେ ସଜ୍ଜିତ ମଧ୍ୟ କରାଗଲା । ଏପରିକି ଗାଁର ଉପରମୁଣ୍ଡରେ ଖାଲିପଡିଥିବା ଜମିରେ ଜଳ ଯୋଗାଇଦେବା ପାଇଁ ଗାଁର ଅପରମୁଣ୍ଡରେ ଥିବା ଝରଣାରୁ ଉଠାଜଳସେଚନର ବ୍ୟବସ୍ଥା କରାଗଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଲୋକେ ନିଜସ୍ୱ କଳାକୁ ଆଧାର କରି ଗର୍ବର ସହ ଜୀବନ ଯାପନ କରିବା ପାଇଁ କମାରଶାଳଟିଏ ନିର୍ମାଣ କରାଗଲା । କିନ୍ତୁ ହେଲେ ସରକାରଙ୍କ କିଛି ବିଭାଗୀୟ ଅଧିକାରୀ ସମନ୍ବୟ ଅଭାବରୁ କେବିକେ ଯୋଜନା ଝୁଣ୍ଟି ପଡିଛି । ଫଳରେ 25 ବର୍ଷ ପଛକୁ ଫେରି ଯାଇଛି ଆଦର୍ଶ ଗାଁ ।

କୋରପୁଟର ଅଗ୍ରଣୀ ସାମାଜିକ ଗବେଷଣା କେନ୍ଦ୍ର କାଉନ୍ସିଲ ଅଫ ଏନାଲିଟିକାଲ ଟ୍ରାଇବାଲ ଷ୍ଟଡିସ(କୋଟସ) କରିଥିବା ରିପୋର୍ଟ ଅନୁସାରେ, କେବିକେ ପ୍ରକଳ୍ପ ମାଧ୍ୟମରେ ସରକାରୀ ବିଭାଗ ଗୁଡିକ ନିଜ ନିଜ କ୍ଷେତ୍ରରେ କିଛି କିଛି କାର୍ଯ୍ୟ କରିବାରେ ସକ୍ଷମ ହୋଇଥିବା ବେଳେ ସାମୁହିକ ଭାବେ ଏକ ଆଦର୍ଶ ଗ୍ରାମ ଗଠନ କରିବାରେ ବିଫଳ ହୋଇଛନ୍ତି । ଏହି ସଂସ୍ଥାର ନିର୍ଦ୍ଦେଶକ ପ୍ରଫେସର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ରଙ୍କ କହିବା ଅନୁଯାୟୀ, କେବିକେ ଦୀର୍ଘ ମିଆଦୀ ଯୋଜନାରେ ୧୯୯୫-୯୬ ଠାରୁ ୨୦୦୧-୦୨ ମଧ୍ୟରେ ୪୫୫୭.୦୩ କୋଟି ଟଙ୍କା ବ୍ୟୟ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ପ୍ରଥମ ତିନି ବର୍ଷରେ କେବଳ ୨୦.୪୯ କୋଟି ଟଙ୍କା ଏହି ପ୍ରକଳ୍ପର ସ୍ବପ୍ନକୁ ସାକାର କରିବା ପାଇଁ ଅତିରିକ୍ତ ପାଣ୍ଠି ଭାବେ ପହଞ୍ଚିବା ଯୋଗୁଁ ଯୋଜନାର ଆରମ୍ଭରୁ ହିଁ ଝୁଣ୍ଟିପଡ଼ିଲା ।

ତେଣୁ ପୁଣିଥରେ ୧୯୯୮- ୯୯ ଠାରୁ ୨୦୦୬-୦୭ ପର୍ଯ୍ୟନ୍ତ ୫୫୨୭.୪୧ କୋଟି ଟଙ୍କାର ଏକ ପରିବର୍ଦ୍ଧିତ କେବିକେ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରାଗଲା ଯେଉଁଥିରେ ରାଜ୍ୟ ସରକାରଙ୍କ ଭାଗ ରହିଥିଲା ୭୪୦.୩୦ କୋଟି ଟଙ୍କା । କିନ୍ତୁ ପ୍ରତି ପାଞ୍ଚବର୍ଷ ପାଇଁ ପ୍ରତି ଜିଲ୍ଲାକୁ ୪୨ କୋଟି ଟଙ୍କାର ଅତିରିକ୍ତ ପାଣ୍ଠି ହିସାବରେ ତିନିଥର ମିଳିବା ପରେ ଅନୁଦାନ ବନ୍ଦ ହୋଇଗଲା । ପରେ ଓଡିଶା ସରକାରଙ୍କ ପକ୍ଷରୁ ବିଜୁ କେବିକେ ଯୋଜନା ଆରମ୍ଭ କରାଯାଇଥିବା କୋରାପୁଟ ଜିଲ୍ଲା ଯୋଜନା କାର୍ଯ୍ୟାଳୟ ଡିପିଏମୟୁର ସହନିର୍ଦେଶଜ ଜଗନ୍ନାଥ ଦାସ ଜଣାଇଛନ୍ତି ।

ଏହି ସମସ୍ତ ଯୋଜନା ଯୋଗୁଁ ପୂର୍ବ କୋରାପୁଟ ଏବେର କୋରାପୁର ଅନେକ ଆଗକୁ ଯାଇଛି । ତେବେ ଏନେଇ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ କୁହନ୍ତି, କେବିକେକୁ ଏକ ଦୀର୍ଘମିଆଦୀ ପ୍ରକଳ୍ପ ଭାବେ ଆରମ୍ଭ କରାଯାଇଥିବା ଯୋଜନା ଏବେ ବାଟହୁଡିଛି । ଏପରିକି ପ୍ରକଳ୍ପ ପାଇଁ ପାଣ୍ଠି ନିଅଣ୍ଟ ହେଉଥିବା ଯୋଗୁଁ ସେ କେନ୍ଦ୍ରସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:ଉଦ୍ଦେଶ୍ୟ ଥିଲା କୋରାପୁଟ , ବଲାଙ୍ଗୀର ଓ କଳାହାଣ୍ଡି ଭଳି ଅନୁନ୍ନତ ଓ ଆର୍ଥିକ ରୂପେ ଅନଗ୍ରସର ଅଂଚଳରେ ଥିବା ଗ୍ରାମ ଗୁଡିକୁ ସାମଗ୍ରିକ ବିକାଶ ର ବଳୟ ମଧ୍ୟରେ ସ୍ୱୟଂସମ୍ପୁର୍ଣ କରି ଗଢିତୋଳିବା । ସରକାରଙ୍କ ପ୍ରତ୍ୟେକ ବିଭାଗ ସେହି ଗାଁ ଗୁଡିକରେ ନିଜ ନିଜ ଦାୟିତ୍ୱ ସମ୍ପନ୍ନ କରି ଯୋଗାଯୋଗ , ସ୍ୱାସ୍ଥ୍ୟ , ଶିକ୍ଷା , ବନୀକରଣ , ଜଳସେଚନ , ପଶୁପାଳନ , ଚାଷବାସ ପ୍ରଭୃତିକୁ ପ୍ରୋତ୍ସାହନ ଦେବା ସହ ଲୋକେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେଦିଗରେ କାର୍ଯ୍ୟ କରି ଆଦର୍ଶ ଗ୍ରାମ ସୃଷ୍ଟି କରିବାର ଲକ୍ଷ୍ୟ ରଖି ୧୯୯୩-୯୪ ରେ କେବିକେ ଦୀର୍ଘମିୟାଦି ଯୋଜନା କାର୍ଯ୍ୟକାରୀ ହେଲା ।Body:ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓ ଙ୍କ ଉପସ୍ଥିତିରେ କୋରପୁଟ ନିକଟସ୍ଥ ଦୟାନିଧିଗୁଡା ଗାଁରେ ଏହି ସ୍ବପ୍ନର ଆଦର୍ଶ ଗ୍ରାମର ଶୁଭ ଉଦ୍ଘାଟନ କରାଯାଇଥିଲା । ଗାଁ ମଝିରେ ରାସ୍ତା ଟିଏ ତିଆରି ହେଲା । ଗାଁ ପାଖ ଲଣ୍ଡା ପାହାଡରେ ବୃକ୍ଷରୋପଣ କରାଗଲା , ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ କରିବା ସହ ସମସ୍ତ ଆବଶ୍ୟକୀୟ ଉପକାରଣରେ ସଜ୍ଜିତ କରିଦିଆଗଲା । ଗାଁର ଉପରମୁଣ୍ଡରେ ଖାଲିପଡିଥିବା ଜମି ରେ ଜଳଜୋଗାଇଦେବା ପାଇଁ ଗାଁର ଅପରମୁଣ୍ଡରେ ଥିବା ଝରଣାରୁ ଉଠାଜଳସେଚନ ର ବ୍ୟବସ୍ଥା କରାଗଲା । ଲୋକେ ନିଜସ୍ୱ କଳାକୁ ଆଧାର କରି ଗର୍ବର ସହ ଜୀବନ ଯାପନ କରିବା ପାଇଁ କମାରଶାଳଟିଏ ନିର୍ମାଣ କରାଗଲା । କିନ୍ତୁ ସରକାରି ବିଭାଗ ଗୁଡିକ ଦ୍ୱାରା ଏକ ପୂର୍ଣାଙ୍ଗ ବ୍ୟବସ୍ଥା ସୃଷ୍ଟି କରି ଆଦର୍ଶ ଗ୍ରାମ କରିନପାରିବାର ଅପାରଗତାକୁ ତାତ୍ସଲ୍ୟ କରି ଆଜି ଦୟାନିଧିଗୁଡା ପୁଣିଥରେ ୨୫ ବର୍ଷପୂର୍ବର ସ୍ଥିତିକୁ ଫେରିଆସିଛି ବୋଲି ଦୟାନିଧିଗୁଡାର ଦିବାକର ଜାନୀ କ୍ଷୋଭ ପ୍ରକାଶ କରିଛନ୍ତି । ସେଠାରେ ଆଜି ନା କମାର ଶାଳ ଅଛି ନା ଜମିକୁ ଜଳ ସେଚିତ ହେଉଛି । କେବଳ ସେଦିନ ତିଆରି କରିଥିବା ରାସ୍ତାଟି ଆଉ କେଉଁଆଡକୁ ଯାଇନପାରି ଦିବଂଗତ ପ୍ରଧାନମନ୍ତ୍ରୀ ଶ୍ରୀ ନରସିଂହ ରାଓ ଦୟାନିଧିଗୁଡାରେ ଆଦର୍ଶ ଗ୍ରାମ ସ୍ୱପ୍ନ ଦେଖିଥିବା ଦିନର ମୁକ ସାକ୍ଷୀ ଭାବେ ଗାଁ ମଝିରେ ପଡିରହିଛି । କୋରପୁଟର ଅଗ୍ରଣୀ ସାମାଜିକ ଗବେଷଣା କେନ୍ଦ୍ର କାଉନ୍ସିଲ ଅଫ ଏନାଲିଟିକାଲ ଟ୍ରାଇବାଲ ଷ୍ଟଡିସ , କୋଟସ ଇତିମଧ୍ୟରେ ପ୍ରସ୍ତୁତ କରିଥିବା ଏକ ରିପୋର୍ଟ ଅନୁଯାୟୀ କେବିକେ ପ୍ରକଳ୍ପ ମାଧ୍ୟମରେ ସରକାରୀ ବିଭାଗ ଗୁଡିକ ନିଜ ନିଜ କ୍ଷେତ୍ରରେ କିଛି କିଛି କାର୍ଯ୍ୟ କରିବାରେ ସକ୍ଷମ ହୋଇଥିବା ବେଳେ ସାମୁହିକ ଭାବେ ଏକ ଆଦର୍ଶ ଗ୍ରାମ ଗଠନ କରିବାରେ ବିଫଳ ହୋଇଛନ୍ତି । ଏହି ସଂସ୍ଥାର ନିର୍ଦେଶକ ପ୍ରଫେସର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଙ୍କ କହିବା ଅନୁଯାୟୀ କେବିକେ ଦୀର୍ଘମିୟାଦି ଯୋଜନା ରେ ୧୯୯୫-୯୬ ଠାରୁ ୨୦୦୧-୦୨ ମଧ୍ୟରେ ୪୫୫୭.୦୩ କୋଟି ଟଙ୍କା ବ୍ୟୟ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ପ୍ରଥମ ତିନି ବର୍ଷରେ କେବଳ ୨୦.୪୯ କୋଟି ଟଙ୍କା ଏହି ପ୍ରକଳ୍ପର ସ୍ବପ୍ନକୁ ସାକାର କରିବା ପାଇଁ ଅତିରିକ୍ତ ପାଣ୍ଠି ଭାବେ ପହଂଚିବା ଯୋଗୁଁ ଯୋଜନାର ଆରମ୍ଭରୁ ହିଁ ସରକାରୀ ସ୍ୱପ୍ନ ଝୁଣ୍ଟିପଡ଼ିଲା । ତେଣୁ ପୁଣିଥରେ ୧୯୯୮ - ୯୯ ଠାରୁ ୨୦୦୬-୦୭ ପର୍ଯ୍ୟନ୍ତ ୫୫୨୭.୪୧ କୋଟି ଟଙ୍କାର ଏକ ପରିବର୍ଦ୍ଧିତ କେବିକେ ଦୀର୍ଘମିୟାଦି ଯୋଜନା ପ୍ରସ୍ତୁତ କରାଗଲା ଯେଉଁଥିରେ ରାଜ୍ୟ ସରକାର ଙ୍କ ଭାଗ ରହିଥିଲା ୭୪୦.୩୦ କୋଟି ଟଙ୍କା । କିନ୍ତୁ ପ୍ରତି ପାଞ୍ଚବର୍ଷ ପାଈଁ ପ୍ରତି ଜିଲ୍ଲା କୁ ୪୨ କୋଟି ଟଙ୍କା ର ଅତିରିକ୍ତ ପାଣ୍ଠି ହିସାବରେ ତିନିଥର ମିଳିବା ପରେ ଅନୁଦାନ ବନ୍ଦ ହୋଇଯିବା ଫଳରେ ଓଡିଶା ସରକାରଙ୍କ ତରଫରୁ ବିଜୁ କେବିକେ ଯୋଜନା ଆରମ୍ଭ କରାଯାଇଥିବା କୋରାପୁଟ ଜିଲ୍ଲା ଯୋଜନା କାର୍ଯ୍ୟାଳୟ ଡିପିଏମୟୁ ର ସହନିର୍ଦେଶଜ ଜଗନ୍ନାଥ ଦାସ ଜଣାଇଛନ୍ତି । ତାପରେ ରାଜ୍ୟ ସରକାରଙ୍କ ତରଫରୁ ୨୦୦୬-୦୭ ରେ ୩ କୋଟି ଆସିବା ପରେ ୨୦୦୭-୦୮ ଠାରୁ ୨୧ କୋଟି ଟଙ୍କା ମିଳିବା ଆରମ୍ଭ ହୋଇଥିବା ଶ୍ରୀ ଦାସ ପ୍ରକାଶ କରିଛନ୍ତି ।Conclusion:ଏହି ସମସ୍ତ ଯୋଜନା ଫଳରେ ୧୯୯୩-୯୪ ରେ ଥିବା କୋରାପୁଟର ସ୍ଥିତି ଠାରୁ ଆଜି ଅନେକ ମାତ୍ରାରେ ଆଗକୁ ଯାଇଛି ବୋଲି ଶ୍ରୀ ଦାସ ମତ ରଖୁଥିବା ବେଳେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଙ୍କ ମତରେ ଏକ ଦୀର୍ଘମିୟାଦି ପ୍ରକଳ୍ପ ଭାବେ ଆରମ୍ଭ କରାଯାଇଥିବା କେବିକେ ଯୋଜନା ବାଟହୁଡ଼ିଯାଇଛି ଏବଂ ଏହି ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ପାଣ୍ଠି ନିଅଂଟ ହେଉଥିବା ଯୋଗୁଁ ପାର୍ଲିଆମେଣ୍ଟ ରେ ସେ ଏଥିପ୍ରତି କେନ୍ଦ୍ରସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି ସେ ଜଣାଇଛନ୍ତି । ତେବେ ପ୍ରକଳ୍ପ ଆରମ୍ଭରୁ କେବିକେ ର ମୁଖ୍ୟ କାର୍ଯ୍ୟାଳୟ କୋରାପୁଟରେ ଖୋଲାଯିବାର ନିଷ୍ପତ୍ତି ନିଆଯାଇଥିଲେ ହେଁ କେବିକେ ମୁଖ୍ୟ ପ୍ରଶାସକ ମାନେ ଭୁବନେଶ୍ୱରରେ ରହି ଏହି ପ୍ରକଳ୍ପର ନିୟନ୍ତ୍ରଣ କରିବାର ପ୍ରଚେଷ୍ଟା କରିଥିବା ଯୋଗୁଁ ପ୍ରକଳ୍ପ ଅନେକାଂଶରେ ବିଫଳ ହୋଇଥିବା ସାମାଜିକ କର୍ମୀ ପ୍ରଭାକର ଅଧିକାରୀ ମତ ରଖିଛନ୍ତି ।
.........
Byte : Dibakar Jani ,Villager ( Towel on shoulder)
Byte : Jagannath Das , Asst.Director , DPMU ( Sky-blue shirt)
Byte :Dr.P.C.Mahapatra , Director , COATS ( With Trees in background)
Byte : Saptagiri Ulaka , MP , Koraput ( spects & Congress turban on shoulder )
Byte : Pravakar Adhikari ( White Shirt sitting with door curtain in the background )
P2C: Ch.Santakar
.........
ଶାନ୍ତାକାର
କୋରାପୁଟ
...........
Last Updated : Jul 21, 2019, 12:03 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.