ETV Bharat / state

UPSC IFS Result: 40ତମ ରାଙ୍କରେ କୋରାପୁଟର ନାଗରାଜୁ

ଭାରତୀୟ ଆଇଏଫ୍ଏସ୍ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ କୋରାପୁଟର କେ.ନାଗରାଜୁ 40ତମ ରାଙ୍କରେ ଅଛନ୍ତି ।

author img

By

Published : Jun 29, 2022, 1:36 PM IST

IFS EXAM:  40ତମ ସ୍ଥାନରେ କୋରାପୁଟର ନାଗରାଜୁ
IFS EXAM: 40ତମ ସ୍ଥାନରେ କୋରାପୁଟର ନାଗରାଜୁ

କୋରାପୁଟ: ଭାରତୀୟ ଆଇଏଫ୍ଏସ୍ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ କୋରାପୁଟ ମୁତ୍ୟାଲୁମା ମନ୍ଦିରର ପୂଜକ କେ. ବାଲାକ୍ରିଷ୍ଣାଙ୍କ ପୁଅ କେ.ନାଗରାଜୁ 40ତମ ରାଙ୍କ ପାଇଛନ୍ତି । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ।

IFS EXAM: 40ତମ ସ୍ଥାନରେ କୋରାପୁଟର ନାଗରାଜୁ

ନାଗରାଜୁ କହିଛନ୍ତି ଯେ, "କୋରାପୁଟ ଭଳି ଏକ ଉପାନ୍ତ ଅଞ୍ଚଳରୁ ନିଜ ଉଦ୍ୟମରେ ଆଇଆଇଟି ଖଡ଼ଗପୁରରେ(IIT Kharagpur) ଅଧ୍ୟୟନ କରି ସେହି ଅନୁଷ୍ଠାନରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲି । ସର୍ବଭାରତୀୟ ପ୍ରାଶାସନିକ ସେବାରେ ଯୋଗ ଦେବାର ସଂକଳ୍ପ ଚାକିରି ଭିତରୁ ବାହାରି ଆସିବାକୁ ପାଇଁ ପ୍ରେରିତ କରିଥିଲା ।" ଅଧିକ ତାଲିମ ପାଇବା ପାଇଁ ଦିଲ୍ଲୀ ଯାଇ ଦୀର୍ଘ ପାଞ୍ଚ ବର୍ଷ ପ୍ରୟାସ କରିବା ପରେ ଚତୁର୍ଥଥର ପରୀକ୍ଷା ଦେଇ ଇଣ୍ଡିଆନ ଫରେଷ୍ଟ ସର୍ଭିସରେ(Indian Forest Service) ସର୍ବ ଭାରତୀୟ ସ୍ତରରେ 40 ତମ ସ୍ଥାନ ରଖି କୋରାପୁଟକୁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି ।

ଏଥିରେ କୃତିତ୍ବ ଅର୍ଜନ କରି ବେଶ୍ ଖୁସିବ୍ୟକ୍ତ କରିଛନ୍ତି ନାଗରାଜୁ । କୋରାପୁଟରେ ଜନ୍ମଗ୍ରହଣ କରି ବଣ ପାହାଡ ମଧ୍ୟରେ ଥିବା ପରିବେଶରେ ବଢ଼ିଥିବା କାରଣରୁ ଧରାପୃଷ୍ଠକୁ କିପରି ସବୁଜ ସୁନ୍ଦର କରି ରଖିହେବ ସେହି ଦିଗରେ କାର୍ଯ୍ୟ କରିବା ପାଇଁ ଏହି ପ୍ରଶାସନିକ ସେବାରେ ଯୋଗ ଦେବା ଏକ ମାଇଲ ଖୁଣ୍ଟ ସଦୃଶ ହେବ ବୋଲି କହିଛନ୍ତି ନାଗରାଜୁ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.