କୋରାପୁଟ: ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରେ କାର୍ଯ୍ୟରତ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ ଓ ଗଜପତିର ବରିଷ୍ଠ ସାମ୍ବାଦିକ କେ.ସି.ଏଚ.ରତ୍ନମଙ୍କ ଅକାଳ ବିୟୋଗରେ ସେମାନଙ୍କ ଆତ୍ମାର ସଦଗତି ପାଇଁ କୋରାପୁଟ ପ୍ରେସ କ୍ଲବରେ ସୋମବାର ନିରବ ପ୍ରାର୍ଥନା କରାଯାଇଛି।
ଏହି ଅବସରରେ ପ୍ରେସ କ୍ଲବର ସଦସ୍ୟମାନେ କୋରୋନା କାଳରେ ସାମ୍ବାଦିକଙ୍କ ସାହସିକ କାର୍ଯ୍ୟକୁ ବର୍ଣ୍ଣନା କରିଥିଲେ । ଏଥିସହ ସେମାନଙ୍କ ପରିବାରକୁ ରାଜ୍ୟ ସରକାର ଘୋଷଣା କରିଥିବା ସହାୟତା ରାଶି ତୁରନ୍ତ ପ୍ରଦାନ କରିବା ପାଇଁ ପ୍ରେସ କ୍ଲବର ସଭାପତି ଭବାନୀ ଶଙ୍କର ମିଶ୍ର ଦାବି କରିଛନ୍ତି ।
କୋରୋପୁଟରୁ ସି. ଏଚ୍ ଶାନ୍ତାକାର, ଇଟିଭି ଭାରତ