ETV Bharat / state

କୋରାପୁଟରେ ପହଞ୍ଚିଲା ଜନ୍ମଭୂମିରୁ ତପୋଭୂମି ଯାତ୍ରାର ରଥ

ଜନ୍ମଭୂମିରୁ ତପୋଭୂମି ଯାତ୍ରାର ରଥ ଆଜି କୋରାପୁଟରେ ପହଞ୍ଚିଛି । ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ କୋରାପୁଟରେ ପହଞ୍ଚିଛି ଜନ୍ମଭୂମିରୁ ତପୋଭୂମି ଯାତ୍ରାର ରଥ।

author img

By

Published : Nov 6, 2022, 10:24 PM IST

କୋରାପୁଟରେ ପହଞ୍ଚିଲା ଜନ୍ମଭୂମିରୁ ତପୋଭୂମି ଯାତ୍ରାର ରଥ
କୋରାପୁଟରେ ପହଞ୍ଚିଲା ଜନ୍ମଭୂମିରୁ ତପୋଭୂମି ଯାତ୍ରାର ରଥ

କୋରାପୁଟ : ଜନ୍ମଭୂମିରୁ ତପୋଭୂମି ଯାତ୍ରାର ରଥ ଆଜି କୋରାପୁଟରେ ପହଞ୍ଚିଛି । ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ କୋରାପୁଟରେ ପହଞ୍ଚିଛି ଜନ୍ମଭୂମିରୁ ତପୋଭୂମି ଯାତ୍ରାର ରଥ। ଅଗଷ୍ଟ ୧୫ ୨୦୨୧ରେ ଶ୍ରୀ ଅରବିନ୍ଦଙ୍କ ଜନ୍ମ ସ୍ଥାନ କୋଲକାତାରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା । ଏହି ରଥ ଭାରତର ବିଭିନ୍ନ ରାଜ୍ୟରେ ପହଞ୍ଚିଥିଲା ।

ତେବେ ପାଖାପାଖି ୧୮ଟି ରାଜ୍ୟରେ ପହଞ୍ଚି ପାରିଛି। ଶ୍ରୀ ଅରବିନ୍ଦଙ୍କ ଜନ୍ମସ୍ଥାନ କଲିକତାରୁ ତାଙ୍କ ତପୋଭୂମି ଭାବେ ପରିଚିତ ପଣ୍ଡିଚେରୀକୁ ୨୦୨୧ ମସିହା ଅଗଷ୍ଟ ୧୫ତାରିଖରେ ଜନ୍ମଭୂମିରୁ ତପୋଭୂମି ଯାତ୍ରାର ରଥ ପୁନଃ ଆରମ୍ଭ ହୋଇଥିଲା । ଏହି ଯାତ୍ରା ଉତ୍ତର ପୂର୍ବାଞ୍ଚଳ ମଣିପୁରଠାରୁ ଆରମ୍ଭ କରି ପ୍ରାୟ ୧୮ଟି ରାଜ୍ୟ ଭ୍ରମଣ କରି ଶ୍ରୀ ଅରବିନ୍ଦଙ୍କ ପୂର୍ଣ୍ଣାଙ୍ଗ ଯୋଗର ବାର୍ତ୍ତା ପହଞ୍ଚାଇଥିଲା ।

ପରେ ପଣ୍ଡିଚେରୀରୁ ଆରମ୍ଭ କରି ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଦେଇ ବର୍ତ୍ତମାନ ଓଡ଼ିଶା ଭ୍ରମଣ ଆରମ୍ଭ କରିଥିବା ଏହି ଯାତ୍ରାର ସଦସ୍ୟ ଶ୍ୱେତପଦ୍ମା ପତି ଜଣାଇଛନ୍ତି । ଓଡ଼ିଶା ମାଟିରେ ପୂର୍ଣ୍ଣାଙ୍ଗ ଯୋଗର ଯେଉଁଭଳି ପ୍ରସାର ଘଟିଛି ତାହା ସମଗ୍ର ଭାରତବର୍ଷ ପାଇଁ ପ୍ରେରଣା ଯୋଗାଉଛି । ବୋଲି ସାଧକ ଅବଧେନ୍ଦ୍ର ପାଣ୍ଡେ କହିଛନ୍ତି ।

ଜନ୍ମଭୂମିରୁ ତପୋଭୂମି ଯାତ୍ରା ପହଞ୍ଚିବା ପରେ ଅରୋକ୍ଷେତ୍ର ବ୍ରାହ୍ମଣ ଶୁକୁରେ ମାତୃଜପ କେନ୍ଦ୍ରର ଲୋକାର୍ପଣ ଉତ୍ସବ ସମ୍ପନ୍ନ ହୋଇଥିଲା । ଅରୋକ୍ଷେତ୍ର ଗ୍ରାମବାସୀଙ୍କୁ ଜୀବନର ଉନ୍ନତ ଧାରା ସମ୍ପର୍କରେ ସଚେତନତା ସୃଷ୍ଟି କରିବାସହ ଗାଁର ପିଲାଙ୍କ ମଧ୍ୟରେ ଶିକ୍ଷା ଗ୍ରହଣ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ଲକ୍ଷ୍ୟରେ ଆରମ୍ଭ ହୋଇଛି ଏହି ଯାତ୍ରା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.