ETV Bharat / state

ମହିଳାଙ୍କ ଆକାଉଣ୍ଟରୁ 1 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହଡପ ଅଭିଯୋଗ, ତଦନ୍ତ ଜାରି - 14 ଜଣ ମହିଳାଙ୍କ ପାସବୁକ୍‌ରୁ 1 ଲକ୍ଷ 38 ହଜାର ଟଙ୍କା ହଡପ

ଜୟପୁର ସହର ଉପକଣ୍ଠ ପୁରୁଣାଗଡ ଅଞ୍ଚଳରେ ଜଣେ ଜୈନିକ ଯୁବକ 14 ଜଣ ମହିଳାଙ୍କ ପାସବୁକ୍‌ରୁ 1 ଲକ୍ଷ 38 ହଜାର ଟଙ୍କା ହଡପ କରି ଫେରାର ହୋଇଯାଇଛି । ଏ ନେଇ ଜୟପୁର ଥାନାରେ ଅଭିଯୋଗ କରାଯାଇଥିବାବେଳେ ପୋଲିସର ତଦନ୍ତ ଆରମ୍ଭ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Sep 13, 2019, 12:19 PM IST

କୋରାପୁଟ: ମହିଳାଙ୍କ ଆକାଉଣ୍ଟରୁ ଟଙ୍କା ହଡପ ଅଭିଯୋଗ ହୋଇଛି । ଘଟଣାଟି ଘଟିଛି ଜୟପୁର ସହର ଉପକଣ୍ଠ ପୁରୁଣାଗଡ ଅଞ୍ଚଳରେ । ଜଣେ ଜୈନିକ ଯୁବକ ମୁଦ୍ରା ଓ କାଳିଆ ଭଳି ବିଭିନ୍ନ ଯୋଜନାରେ 50 ହଜାର ଟଙ୍କା ଋଣ କରାଇବା ନାଁରେ 14 ଜଣ ମହିଳାଙ୍କ ପାସବୁକ୍‌ରୁ 1 ଲକ୍ଷ 38 ହଜାର ଟଙ୍କା ହଡପ କରି ଫେରାର ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଉକ୍ତ ଠକାମୀର ଶିକାର ହୋଇଥିବା ଜଣେ ମହିଳାଙ୍କ କହିବାନୁଯାୟୀ, ଗତ 2ମାସ ପୂର୍ବେ ଜନୈକ ଯୁବକ ନିଜକୁ ଏକ ଅର୍ଥ ଲଗାଣକାରୀ ସଂସ୍ଥାର ପ୍ରତିନିଧିର ପରିଚୟ ଦେଇଥିଲେ । ଏହାପରେ ସେ ସଂଘ ସମେତ ଅନ୍ୟାନ୍ୟ ମହିଳାଙ୍କ ସହ ଯୋଗାଯୋଗ କରିଥିଲେ । ଋଣ ଦେବା ନାଁରେ ଯୁବକ ଜଣକ ସମସ୍ତ ମହିଳାଙ୍କ ଆଙ୍ଗୁଠିର ଛାପ, ବ୍ୟାଙ୍କ ଆକାଉଣ୍ଟର ବିବରଣୀ, ଆଧାରକାର୍ଡ ଓ ଅନ୍ୟାନ୍ୟ କାଗଜପତ୍ରର ନକଲ ସଂଗ୍ରହ କରିଥିଲା । କିନ୍ତୁ ପରେ ଋଣ ପ୍ରକ୍ରିୟା ଚାଲିଥିବା ନେଇ ଯୁବକ ଜଣକ ସମୟ ଗଡାଇ ଚାଲିଥିଲା ।

ଗତ କିଛି ଦିନ ଧରି ଯୁବକ ଜଣକ ଗ୍ରାମର ମହିଳାମାନଙ୍କୁ ଧରାଛୁଆଁ ଦେଉନଥିବାବେଳେ ହଠାତ୍ ସଂଘର ମହିଳାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା ନେଇ ସେମାନଙ୍କ ଫୋନକୁ ମେସେଜ ଆସିଥିଲା । ଏହା ପରେ ଯୁବକ ଜଣକ ସେମାନଙ୍କୁ ଠକିଥିବା ସେମାନେ ଜାଣିବାକୁ ପାଇଥିଲେ । ଏ ନେଇ ଜୟପୁର ଥାନାରେ ଅଭିଯୋଗ କରାଯାଇଥିବାବେଳେ ପୋଲିସର ତଦନ୍ତ ଆରମ୍ଭ କରିଛି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:ମହିଳା ସ୍ୱୟଂ ସହାୟକ ଦଳକୁ ମୁଦ୍ରା ଓ କାଳିଆ ଭଳି ବିଭିନ୍ନ ଯୋଜନାରେ ୫୦ ହଜାର ଟଙ୍କାର ଋଣ କରାଇଦେବାର ଲୋଭ ଦେଖାଇ ଅଭିନବ ଉପାୟରେ ଜନୈକ ଯୁବକ ଜୟପୁର ସହର ଉପକଣ୍ଠରେ ଥିବା ପୁରୁଣାଗଡ ଅଂଚଳର ଅନ୍ୟୁନ ୧୪ ଜଣ ମହିଳାଙ୍କ ପାସବୁକ ରୁ ୧ ଲକ୍ଷ ୩୮ ହଜାର ଟଙ୍କା ହଡପ କରି ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି ।Body:ଏହି ଠକାମୀର ଶିକାର ହୋଇଥିବା ଲକ୍ଷ୍ମୀ ଦଳେଇ ଙ୍କ କହିବା ଅନୁଯାୟୀ ଗତ ଦୁଇ ମାସ ପୂର୍ବେ ଜଣେ ଯୁବକ ନିଜକୁ ଏକ ଅର୍ଥଲଗାଣକାରୀ ସଂସ୍ଥାର ପ୍ରତିନିଧି ଭାବେ ପରିଚୟ ଦେଇ ତାଙ୍କ ମହିଳା ସ୍ୱୟଂ ସହାୟକ ସଂଘ ସମେତ ଅନ୍ୟାନ୍ୟ ମହିଳାଙ୍କ ସହ ଯୋଗାଯୋଗ କରିଥିଲେ । ଋଣ କରାଇଦେବାର ପ୍ରକ୍ରିୟା ଭାବେ ସେହି ଯୁବକ ସମସ୍ତ ମହିଳାଙ୍କ ବୁଢା ଆଙ୍ଗୁଠିର ଛାପ , ବ୍ୟାଙ୍କ ଆକାଉଣ୍ଟ ର ବିବରଣୀ , ଆଧାର କାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ର ନକଲ ସଂଗ୍ରହ କରିଥିଲା । କିନ୍ତୁ ତା ପରେ କେବଳ ଋଣ ପ୍ରକ୍ରିୟା ଚାଲିଥିବା କହି ଦୁଇମାସ ସମୟ ଗଡାଇ ଚାଲିଥିଲା ସେହି ଯୁବକ । ଗତ କିଛିଦିନ ଧରି ସେହି ଯୁବକ ଧରାଛୁଆଁ ଦେଉନଥିବା ବେଳେ ହଠାତ ଏହି ମହିଳା ମାନଙ୍କ ବ୍ୟାଙ୍କ ଏକାଉଣ୍ଟ ରୁ କେହିଜଣେ ଜମାରାଶି କୁ ଉଠାଇଥିବା କଥା ବ୍ୟାଙ୍କ ଗୁଡିକରୁ ମୋବାଇଲ ମେସେଜ ଆସିବା ପରେ ସେମାନେ ଯେ ଠକାମୀର ଶିକାର ହୋଇଛନ୍ତି ତାହା ଜଣାପଡ଼ିଥିବା ଏହି ମହିଳା ମାନେ କହିଛନ୍ତି । Conclusion:ଏ ସଂକ୍ରାନ୍ତରେ ଜୟପୁର ଥାନାରେ ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି ଓ ପୋଲିସ ର ତଦନ୍ତ କୁ ଅପେକ୍ଷା କରିଛନ୍ତି ।
...........
Edited story with one byte is attached here
Byte : Lakhmi Dalei
...........
ଶାନ୍ତାକାର
କୋରାପୁଟ
...........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.