ETV Bharat / state

ବର୍ଷ ଶେଷ ସୁଦ୍ଧା ଜୟପୁରରୁ ବିମାନ ଉଡିବା ଆଶା ଉଜ୍ବଳ

author img

By

Published : Feb 12, 2021, 4:05 PM IST

Updated : Feb 12, 2021, 7:48 PM IST

ଚଳିତ ବର୍ଷ ଶେଷ ସୁଦ୍ଧା ଜୟପୁର ବିମାନ ବନ୍ଦରରୁ ବିମାନ ଉଡିବା ନେଇ ସମସ୍ତ ପ୍ରକ୍ରିୟା ଚାଲିଛି। ଆଜି ଜୟପୁର ଏୟାରପୋର୍ଟର ସ୍ଥିତି ଅନୁଧ୍ୟାନ କରିଥିବା ପ୍ରିନ୍ସପାଲ ସେକ୍ରେଟାରୀ ମଧୁସୂଦନ ପାଢୀ ସୂଚନା ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ବର୍ଷ ଶେଷ ସୁଦ୍ଧା ଜୟପୁର ବିମାନ ବନ୍ଦରରୁ ବିମାନ ଉଡିବା ଆଶା ଉଜ୍ବଳ

କୋରାପୁଟ: ଚଳିତ ବର୍ଷ ଶେଷ ସୁଦ୍ଧା ଜୟପୁର ବିମାନ ବନ୍ଦରରୁ ବିମାନ ଉଡିବା ନେଇ ସମସ୍ତ ପ୍ରକ୍ରିୟା ଚାଲିଛି। ଆଜି ଜୟପୁର ଏୟାରପୋର୍ଟର ସ୍ଥିତି ଅନୁଧ୍ୟାନ କରିଥିବା ପ୍ରିନ୍ସପାଲ ସେକ୍ରେଟାରୀ ମଧୁସୂଦନ ପାଢୀ ସୂଚନା ପ୍ରଦାନ କରିଛନ୍ତି । ଉଡାଣ ଯୋଜନାରେ ସାମିଲ ହେବାର ଦୀର୍ଘ 4ବର୍ଷ ପରେ ମଧ୍ୟ ବିମାନ ସେବା ଆରମ୍ଭ ହୋଇ ପାରିନଥିବାରୁ ଅଞ୍ଚଳବାସୀଙ୍କ ମନରେ କ୍ଷୋଭ ଭରିଯାଇଥିବା ଯୋଗୁଁ ଆଜି ମଧୂସୁଦନ ପାଢ଼ୀଙ୍କ ଗସ୍ତର ଗୁରୁତ୍ବ ବୃଦ୍ଧି ପାଇଛି ।

ବର୍ଷ ଶେଷ ସୁଦ୍ଧା ଜୟପୁର ବିମାନ ଉଡିବା ଆଶା ଉଜ୍ବଳ

ଛୋଟ ବିମାନ ଉଡାଣ ପାଇଁ ଜମି ଅଧିଗ୍ରହଣ କରାଯାଇଥିବା ବେଳେ ବର୍ତ୍ତମାନ ତାଠାରୁ ବଡ ବିମାନ ଉଡାଣ ପାଇଁ ଯୋଜନା ରହିଥିବା ଯୋଗୁଁ ରନୱେକୁ କେଉଁ ପଟକୁ ବୃଦ୍ଧି କରାଯିବ ସେନେଇ ସମସ୍ୟା ଲାଗି ରହିଛି । ଆଜି ଏ ସମସ୍ତ ବିଷୟରେ ସବିଶେଷ ଆଲୋଚନା ହୋଇଥିବା ସେ ଜଣାଇଛନ୍ତି ।

ପାଢ଼ୀଙ୍କ ସମେତ ଡିପିଆଇ ରୋଡ୍ସର ମୁଖ୍ୟ ଯନ୍ତ୍ରୀ ମନୋରଞ୍ଜନ ମିଶ୍ର ଓ ଏୟାର ଟ୍ରାଫିକ ଏଜିଏମ ସରୋଜ କୁମାର ସାହୁ ଜୟପୁର ଏୟାରପୋର୍ଟ ପରିଦର୍ଶନ କରି ଜିଲ୍ଲାର ଜିଲ୍ଲାପାଳ ଓ ଅନ୍ୟାନ୍ୟ ବିଭାଗୀୟ ବରିଷ୍ଠ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

କୋରାପୁଟରୁ ସି.ଏଚ୍. ଶାନ୍ତାକାର, ଇଟିଭି ଭାରତ

Last Updated : Feb 12, 2021, 7:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.