ETV Bharat / state

ଶାବର ଶ୍ରୀକ୍ଷେତ୍ର: ଆଦିବାସୀ ପରମ୍ପରାରେ ପୂଜା ପାଆନ୍ତି ତିନି ଠାକୁର - ଆଦିବାସୀ ପୂଜକ

ଆଦିବାସୀଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ମୁଖ୍ୟ ମନ୍ଦିରରେ ପୂଜା ପାଇଥା’ନ୍ତି।  ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଥିବା ମୁଖ୍ୟ ମନ୍ଦିର ବେଢ଼ା ଯୁଗେ ଯୁଗେ ଜଗନ୍ନାଥ, ଭାରତ ଦର୍ଶନ ଓ ଉତ୍କଳ ଦର୍ଶନ ବେଢା ଭକ୍ତଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥଙ୍କ ଜଗତବ୍ୟାପୀ ଉପସ୍ଥିତିର ଭାବ ପ୍ରକାଶ କରିଥାଏ । ଅଧିକ ପଢନ୍ତୁ...

ଜଗନ୍ନାଥ ଚେତନାର ବାର୍ତ୍ତାବହ ଶାବର ଶ୍ରୀକ୍ଷେତ୍ର, ନାହିଁ ଉଚ୍ଚ-ନିଚ୍ଚର ବାଛ ବିଚାର

author img

By

Published : Jan 20, 2020, 10:51 PM IST

କୋରାପୁଟ: ଜଗନ୍ନାଥ ଚେତନା ଓ ସଂସ୍କୃତିର ବାର୍ତାବହ ସାଜିଛି ଶାବର ଶ୍ରୀକ୍ଷେତ୍ର କୋରାପୁଟର ଜଗନ୍ନାଥ ମନ୍ଦିର ପରିସର । ଆଦିବାସୀଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ମୁଖ୍ୟ ମନ୍ଦିରରେ ପୂଜା ପାଇଥା’ନ୍ତି। ଏଠାରେ ଥିବା ମୁଖ୍ୟ ମନ୍ଦିର ବେଢ଼ା ଯୁଗେ ଯୁଗେ ଜଗନ୍ନାଥ, ଭାରତ ଦର୍ଶନ ଓ ଉତ୍କଳ ଦର୍ଶନ ବେଢା ଭକ୍ତଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥଙ୍କ ଜଗତବ୍ୟାପୀ ଉପସ୍ଥିତିର ଭାବ ପ୍ରକାଶ କରିଥାଏ ।

ଜଗନ୍ନାଥ ଚେତନାର ବାର୍ତ୍ତାବହ ଶାବର ଶ୍ରୀକ୍ଷେତ୍ର, ନାହିଁ ଉଚ୍ଚ-ନିଚ୍ଚର ବାଛ ବିଚାର

ଏଠାରେ ସମସ୍ତେ ଶ୍ରୀମନ୍ଦିର ମଧ୍ୟରେ ତିନି ଠାକୁରଙ୍କୁ ଦର୍ଶନ ଓ ପୁଜା କରିବା ସହ ଜଗନ୍ନାଥ ଚେତନାର ସ୍ପର୍ଶ ପାଇ ପୁଲକିତ ହୋଇଉଠନ୍ତି। ଏକ ଛୋଟ ଟିଣ ଛାତ ଘରୁ ଆରମ୍ଭ ହୋଇଥିବା ଏହି ମନ୍ଦିର ଆଜି ନିଜ କାୟା ବିସ୍ତାର କରି ବର୍ଣ୍ଣନା କରୁଛି ଅନେକ କାହାଣୀ ।

ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ଅନେକ ରିତିକାନ୍ତି ସମେତ ଆଦିବାସୀଙ୍କ ପରମ୍ପରା ଓ ରୀତିନୀତିରେ ମଧ୍ୟ ଏଠାରେ ପୂଜା ପାଆନ୍ତି ମହାପ୍ରଭୁ ଜଗନ୍ନାଥ । ଦେଶ ତଥା ଦେଶ ବାହାରୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଏଠାରେ ଜମିଥାଏ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଠାରେ ସମାନ । ଏଠାରେ ନାହିଁ କୌଣସି ବାଛ ବିଚାର। ପଣ୍ଡାଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଆଦିବାସୀ ପୂଜକ ମୁଖ୍ୟ ପୂଜା ସମ୍ପାଦିତ କରୁଥିବାବେଳେ ମନ୍ଦିରର ମହାପ୍ରସାଦ ପ୍ରସ୍ତୁତିଠାରୁ ଆରମ୍ଭ କରି ଆନନ୍ଦବଜାରକୁ ନୀତି ଆସୁଥିବା ହଜାର ହଜାର ଭକ୍ତଙ୍କ ସେବାର ଦାୟିତ୍ୱ ତୁଲାଇଥାନ୍ତି।

ମନ୍ଦିରର ମୁଖ୍ୟ ବେଢାରେ ହନୁମାନ, ନରସିଂହ, ଗଣେଶ, ମା’ବିମଳା, ପତର ଶଉରୁଣୀ, ମହାଲକ୍ଷ୍ମୀ ଓ ନବଗ୍ରହ ଦେବତାଙ୍କୁ ପାର୍ଶ୍ଵ ଦେବତା ଭାବେ ଭକ୍ତ ଦର୍ଶନ କରିଥା’ନ୍ତି । ଏହାସହ ବର୍ଷର ବିଭିନ୍ନ ସମୟରେ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥଙ୍କ ବେଶକୁ ଦର୍ଶନ କରି ଆନନ୍ଦ ସାଉଁଟିଥାନ୍ତି।

ଏଠାରେ ବାଇଶି ପାହାଚର ପାଦଦେଶରେ ଥିବା ଭାରତ ଖଣ୍ଡରେ ଅମରନାଥଠାରୁ ଆରମ୍ଭ କରି ତିରୁମାଲା ତିରୁପତି ପର୍ଯ୍ୟନ୍ତ ଭାରତ ବର୍ଷର ବହୁ ପ୍ରସିଦ୍ଧ ପୀଠର ଦର୍ଶନ କରିବାର ସୁଯୋଗ ପାଇଥା’ନ୍ତି ଭକ୍ତ । ସେହିପରି ଏହାର ପରବର୍ତ୍ତୀ ବେଢ଼ା ଉତ୍କଳଖଣ୍ଡରେ ଓଡ଼ିଶାର ବହୁ ପ୍ରମୁଖ ତୀର୍ଥସ୍ଥାନ ଭ୍ରମଣ କରିବାର ଆନନ୍ଦ ପାଇଥାନ୍ତି ଭକ୍ତ। ନିତ୍ୟ ପ୍ରସ୍ତୁତ ହେଉଥିବା ମହାପ୍ରସାଦକୁ ଆନନ୍ଦ ବଜାରରେ ସେବନ କରିବା ସହ ଶୁଖିଲା ଭୋଗରେ ଗଜା, ମାଲପୁଆକୁ ପ୍ରସାଦ ଭାବେ ଭକ୍ତ ଆଦରର ସହ ଘରକୁ ନେଇଥାନ୍ତି। ମନ୍ଦିର ପରିଚାଳନା ସଂସ୍ଥା ତରଫରୁ ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯାଇଥିବା ବେଳେ ପର୍ଯ୍ୟଟନ କରୁଥିବା ଦେଶ ବିଦେଶର ଭକ୍ତଙ୍କ ପାଇଁ କୋରାପୁଟ ଜିଲ୍ଲାର ପ୍ରମୁଖ ସାଂସ୍କୃତିକ ଓ ପର୍ଯ୍ୟଟନ କ୍ଷେତ୍ର ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଉଥିବା ଯୋଗୁଁ ଶାବର ଶ୍ରୀକ୍ଷେତ୍ର ପର୍ଯ୍ୟଟନ କ୍ଷେତ୍ରରେ କୋରାପୁଟ ଅଞ୍ଚଳରେ ଥିବା ବ୍ୟାପକ ସମ୍ଭାବନାର ଦ୍ୱାରଦେଶ ପାଲଟିଛି କହିଲେ ଅତ୍ୟୁକ୍ତି ହେବନାହିଁ ।

ଭକ୍ତଙ୍କୁ ବିଭିନ୍ନ ତଥ୍ୟ ପ୍ରଦାନ କରି ରୁଦ୍ଧିମନ୍ତ କରୁଥିବା ଶାବର ଶ୍ରୀକ୍ଷେତ୍ର ସମଗ୍ର ଜଗତକୁ ଏକତାର ସୂତ୍ରରେ ବାନ୍ଧିବାରେ ଏକ ପ୍ରମୁଖ ଭୂମିକା ନେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:ଜଗନ୍ନାଥ ଚେତନା ଓ ସଂସ୍କୃତିର ବାର୍ତାବହ ସାଜିଛି ଶାବର ଶ୍ରୀକ୍ଷେତ୍ର କୋରାପୁଟ ର ଜଗନ୍ନାଥ ମନ୍ଦିର ପରିସର । ଆଦିବାସୀଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ , ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ମୁଖ୍ୟ ମନ୍ଦିରରେ ପୂଜା ପାଉଥିବା ବେଳେ ଏଠାରେ ଥିବା ମୁଖ୍ୟ ମନ୍ଦିର ବେଢ଼ା , ଯୁଗେ ଯୁଗେ ଜଗନ୍ନାଥ , ଭାରତ ଦର୍ଶନ ଓ ଉତ୍କଳ ଦର୍ଶନ ବେଢ଼ା ଭକ୍ତ ଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥଙ୍କ ଜଗତ ବ୍ୟାପି ଉପସ୍ଥିତି ର ଭାବ ପ୍ରକାଶ କରିଥାଏ ।Body:ଏଠାରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଶ୍ରୀମନ୍ଦିର ମଧ୍ୟରେ ତିନି ଠାକୁରଙ୍କୁ ଦର୍ଶନ ଓ ପୁଜା କରିବା ସହ ଜଗନ୍ନାଥ ଚେତନାର ସ୍ପର୍ଶ ପାଇ ପୁଲକିତ ହୋଇ ଉଠନ୍ତି। ଏକ ଛୋଟ ଟିଣ ଛାତ ଘରୁ ଆରମ୍ଭ ହୋଇଥିବା ଏହି ମନ୍ଦିର ଆଜି ନିଜ କାୟା ବିସ୍ତାର କରି ବର୍ଣ୍ଣନା କରୁଛି ଅନେକ କାହାଣୀ ।
ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ଅନେକ ରିତିକାନ୍ତି ସମେତ ଆଦିବାସୀଙ୍କ ପରମ୍ପରା ଓ ରୀତିନୀତିରେ ମଧ୍ୟ ଏଠାରେ ପୂଜା ପାଆନ୍ତି ମହାପ୍ରଭୁ ଜଗନ୍ନାଥ । ଦେଶ ତଥା ଦେଶ ବାହାରୁ ଦର୍ଶନ ପାଇଁ ଭକ୍ତଙ୍କ ଭୀଡ଼ ଏଠାରେ ଜମିଥାଏ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଠାରେ ସମାନ ଏବଂ ଏଠାରେ ନାହିଁ କୌଣସି ବାଛ ବିଚାର । ପଣ୍ଡା ଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଆଦିବାସୀ ପୂଜକ ମାନେ ମୁଖ୍ୟ ପୂଜା ସମ୍ପାଦିତ କରୁଥିବା ବେଳେ ମନ୍ଦିରର ମହାପ୍ରସାଦ ପ୍ରସ୍ତୁତି ଠାରୁ ଆରମ୍ଭ କରି ଆନନ୍ଦବଜାରକୁ ନୀତି ଆସୁଥିବା ହଜାର ହଜାର ଭକ୍ତଙ୍କ ସେବାର ଦାୟିତ୍ୱ ତୁଲାଇଥାନ୍ତି ।
ମନ୍ଦିରର ମୁଖ୍ୟ ବେଢାରେ ହନୁମାନ , ନରସିଂହ , ଗଣେଶ , ମା ବିମଳା , ପତର ଶଉରୁଣୀ , ମହାଲକ୍ଷ୍ମୀ ଓ ନବଗ୍ରହ ଦେବତାଙ୍କୁ ପାର୍ଶ୍ଵ ଦେବତା ଭାବେ ଭକ୍ତ ଦର୍ଶନ କରୁଥିବା ବେଳେ ବର୍ଷର ବିଭିନ୍ନ ସମୟରେ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥଙ୍କ ବେଶ କୁ ଦର୍ଶନ କରି କିଛି ମିନିଟ ମଧ୍ୟରେ ବର୍ଷତମାମ ଶ୍ରୀଜଗନ୍ନାଥ ଙ୍କ ଦର୍ଶନ କରିବାର ଆନଂଦ ସାଉଁଟି ନେଇଥାନ୍ତି । ବାଇଶି ପାହାଚ ର ପାଦଦେଶରେ ଥିବା ଭାରତ ଖଣ୍ଡରେ ଅମରନାଥ ଠାରୁ ଆରମ୍ଭ କରି ତିରୁମାଲା ତିରୁପତି ପର୍ଯ୍ୟନ୍ତ ଭାରତ ବର୍ଷର ବହୁ ପ୍ରସିଦ୍ଧ ପୀଠ ର ଦର୍ଶନ କରିବାର ସୁଯୋଗ ଥିବା ବେଳେ ତାହାର ପରବର୍ତୀ ବେଢ଼ା ଉତ୍କଳଖଣ୍ଡରେ ଓଡ଼ିଶାର ବହୁ ପ୍ରମୁଖ ତୀର୍ଥସ୍ଥାନ ଭ୍ରମଣ କରିବାର ଆନନ୍ଦ ପାଇଥାନ୍ତି ଭକ୍ତ । ନିତ୍ୟ ପ୍ରସ୍ତୁତ ହେଉଥିବା ମହାପ୍ରସାଦକୁ ଆନନ୍ଦ ବଜାରରେ ସେବନ କରିବା ସହ ଶୁଖିଲା ଭୋଗ ରେ ଗଜା , ମାଲପୁଆ କୁ ପ୍ରସାଦ ଭାବେ ଭକ୍ତ ଆଦରର ସହ ଘରକୁ ନେଇଥାନ୍ତି । ମନ୍ଦିର ପରିଚାଳନା ସଂସ୍ଥା ତରଫରୁ ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯାଇଥିବା ବେଳେ ପର୍ଯ୍ୟଟନ କରୁଥିବା ଦେଶ ବିଦେଶର ଭକ୍ତଙ୍କ ପାଇଁ କୋରାପୁଟ ଜିଲ୍ଲାର ପ୍ରମୁଖ ସାଂସ୍କୃତିକ ଓ ପର୍ଯ୍ୟଟନ କ୍ଷେତ୍ର ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଉଥିବା ଯୋଗୁଁ ଶାବର ଶ୍ରୀକ୍ଷେତ୍ର , ପର୍ଯ୍ୟଟନ କ୍ଷେତ୍ରରେ କୋରାପୁଟ ଅଂଚଳରେ ଥିବା ବ୍ୟାପକ ସମ୍ଭାବନାର ଦ୍ୱାରଦେଶ ପାଲଟିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଭକ୍ତଙ୍କୁ ବିଭିନ୍ନ ତଥ୍ୟ ପ୍ରଦାନ କରି ରୁଦ୍ଧିମନ୍ତ କରୁଥିବା ଶାବର ଶ୍ରୀକ୍ଷେତ୍ର ସମଗ୍ର ଜଗତକୁ ଏକତାର ସୂତ୍ରରେ ବାନ୍ଧିବାରେ ଏକ ପ୍ରମୁଖ ଭୂମିକା ନେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । Conclusion:.......
ବାଇଟ : ଗଦାଧର ପରିଡା , ସମ୍ପାଦକ , ଜଗନ୍ନାଥ ମନ୍ଦିର( white shirt)
ବାଇଟ : ଦେବେନ ପ୍ରଧାନ , ଅତିରିକ୍ତ ଜିଲ୍ଲାପାଳ , କୋରାପୁଟ( With flowers in background)
ବାଇଟ : ଉମାକାନ୍ତ ଦାସ , ବରିଷ୍ଠ ଗବେଷକ ( With sweater)
ବାଇଟ : ଭକ୍ତ (with Garuda sthambha in background)
ପିଟୁସି : ଶାନ୍ତାକାର
.........
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.