କୋରାପୁଟ: ଆଜି ବିଶ୍ବ କଫି ଦିବସ । ସାରା ବିଶ୍ବରେ କୋରାପୁଟ କଫିର ଚାହିଦା ବଢୁଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆଦିବାସୀଙ୍କ ପାଇଁ ପରିଚିତ ଥିବା କୋରାପୁଟ ଆଜି ବିଶ୍ବରେ କଫି ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଆରମ୍ଭ କରିଛି । ଆଗାମୀ ଦିନରେ କୋରାପୁଟ କଫି ସମଗ୍ର ଦେଶରେ ଏକ ନୂତନ ସ୍ଥାନ ହାସଲ କରିବ ।
କୋରାପୁଟ ଜିଲ୍ଲାର ଜଳବାୟୁ କଫି ଚାଷ ପାଇଁ ଉପଯୁକ୍ତ । ଜିଲ୍ଲାରେ ଦିନକୁ ଦିନ କଫି ଚାଷ ପ୍ରତି ଲୋକଙ୍କ ଭରସା ମଧ୍ୟ ବୃଦ୍ଧି ପାଉଛି । କୋରାପୁଟର ନୂତନ ପିଢ଼ି ପାଇଁ କଫି ଏକ ଉଜ୍ବଳ ଭବିଷ୍ୟତ ଆଣିଦେବ ବୋଲି କୋରାପୁଟରେ ଅବସ୍ଥାପିତ ଆଇଏଏସ ପ୍ରବେସନର ବେଦଭୂଷଣ କହିଛନ୍ତି । ଆଜି କୋରାପୁଟ ରେ ଆନ୍ତର୍ଜାତୀୟ କଫି ଦିବସ ପାଳନ ଅବସରରେ ସେ ଏହି ମତ ରଖିଛନ୍ତି । କୋରାପୁଟରେ ସରକାରୀ ଓ ବେସରକାରୀ ଉଦ୍ୟମରେ ପ୍ରତିଷ୍ଟିତ କଫି ବଗିଚା ଗୁଡିକ କୋରାପୁଟକୁ ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂତନ ଦିଗନ୍ତ ଦେବ । ଏହା ସହ ଏକ ସୁସ୍ଥ ପରିବେଶ ସୃଷ୍ଟି କରିପାରିବ । କଫି ଉଦ୍ୟୋଗୀ ସୁବ୍ରତ ଦାସ କର୍ପୋରେଟ ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ପଦବୀକୁ ପରିତ୍ୟାଗ କରି କୋରାପୁଟରେ କଫି ଚାଷରେ ବଳକା ଜୀବନ ବିତାଇବା ପାଇଁ ଚାଲିଆସିଥିବା କହିଛନ୍ତି । ସେହିପରି ଅନ୍ୟ ଜଣେ କଫି ଚାଷୀ ସୁଶାନ୍ତ ପଣ୍ଡା କହିଛନ୍ତି ଯେ ଘରେ ଘରେ କଫି ପିଇବା ପାଇଁ ପ୍ରୋତ୍ସାହିତ କରିବା ଦିଗରେ ଉଦ୍ୟମ କରାଯାଉଛି । ନିଜସ୍ବ ଉଦ୍ୟମରେ ସ୍ଥାପିତ କରିଥିବା କଫି ଉଦ୍ୟୋଗୀ କହିଛନ୍ତି । ପଣ୍ଡା ଆଜି ସହରରେ କଫିର ପ୍ରଚାର ପ୍ରସାର ନିମନ୍ତେ ବିନା ମୂଲ୍ୟରେ ଲୋକଙ୍କୁ କଫି ପିଇବାର ସୁଯୋଗ ପ୍ରଦାନ କରିଥିଲେ ।
କଫି ଚାଷ କରିବା ସହିତ ଏହି ଅଞ୍ଚଳରେ ବ୍ୟାପକ ରୋଜଗାର ଯୋଗାଇବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏହା ସହ ଏକ ସୁସ୍ଥ ଜୀବନ ବିତାଇବା ପାଇଁ ଏକ ସ୍ବାସ୍ଥ୍ୟ ବର୍ଦ୍ଧକ ପାନୀୟ ଭାବେ ଆଦୃତ ହୋଇଛି । କୋରାପୁଟରେ ଉତ୍ପାଦିତ କଫି ଓ ଚାଷୀଙ୍କ ପାଇଁ ଖୁସି ଖବର ଆଣିଦେଇଥିବା କଫି ବୋର୍ଡର ବରିଷ୍ଠ ସମ୍ପର୍କ ଅଧିକାରୀ ଉପେନ୍ଦ୍ର କୁମାର ସାହା ଆଶାବ୍ୟକ୍ତ କରିଛନ୍ତି । କୋରାପୁଟର କଫିକୁ ନେଇ ସମସ୍ତେ ଉତ୍ସାହିତ ଥିବା ବେଳେ କଫି ବୋର୍ଡ ଆନୁକୂଲ୍ୟରେ 'ଥିଲେ ଦିଅ , ନଥିଲେ ନିଅ' ପ୍ରକ୍ରିୟାରେ ସହରବାସୀଙ୍କ ଠାରୁ ପୁରୁଣା ବସ୍ତ୍ର ଗ୍ରହଣ କରାଯାଇ ଗାଁ ଗହଳିରେ ଲୋକଙ୍କୁ ବଣ୍ଟନ କରାଯାଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ