ETV Bharat / state

ଚମକ ହରାଇବ କୋରାପୁଟର ବାଲଡା ପାହାଡ ! ବିକାଶ ନାଁରେ ହେବ ଖଣିଖନନ, ଲୋକଙ୍କ ନାପସନ୍ଦ

author img

By ETV Bharat Odisha Team

Published : Sep 28, 2023, 9:39 PM IST

କୋରାପୁଟରେ ଲୋପ ପାଇବାକୁ ବସିଲାଣି ଜଙ୍ଗଲ । ଖଣି ଖନନ ଯୋଗୁଁ ପାହାଡ଼ ଗୁଡିକ ନଜର ଅସ୍ଥିତ୍ବ ହରାଇବାକୁ ବସିଥିବାବେଳେ ଏହାକୁ ବିରୋଧ କରିଛନ୍ତି ଅଞ୍ଚଳବାସୀ । ଅଧିକ ପଢନ୍ତୁ

impacts of mining on koraput hill areas
କୋରାପୁଟ ପର୍ଯ୍ୟଟନ ବାଧାପ୍ରାପ୍ତ ଆଶଙ୍କା
କୋରାପୁଟ ପର୍ଯ୍ୟଟନ ବାଧାପ୍ରାପ୍ତ ଆଶଙ୍କା

କୋରାପୁଟ: ପର୍ଯ୍ୟଟନ କ୍ଷେତ୍ରରେ ବେଶ ଆକର୍ଷଣ ସାଜିଥିବା ପାହାଡ଼ ଏବେ ସତ୍ତା ହରାଇବାକୁ ବସିଛି । ପଞ୍ଚପଟମାଳି , କୋଡ଼ିଙ୍ଗାମାଳି ଭଳି ପର୍ବତ ଖଣି ଖାଦାନ ତଥା ପାର୍କ ନିର୍ମାଣ ପାଇଁ ସର୍ବସାଧାରଣଙ୍କ ପାହାଡ଼ ପର୍ବତ ସରକାର ଓ ସଂସ୍ଥାଙ୍କ ନିୟନ୍ତ୍ରଣକୁ ଚାଲିଯାଉଛି । ବିକାଶ ନାଁରେ ପବର୍ତରାଜିର ସୁନ୍ଦରତାକୁ ନଷ୍ଟ କରିବାକୁ ଯୋଜନା ଚାଲିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ନନ୍ଦପୁର ବ୍ଲକ ବାଲଡା ପାହାଡ଼ରେ ଖଣି ଖନନପ୍ରସ୍ତାବ ଆସିଥିବାବେଳେ ଏହାକୁ ତୀବ୍ର ବିରୋଧ କରିଛନ୍ତି 5ଟି ପଞ୍ଚାୟତର 20 ଖଣ୍ଡ ଗ୍ରାମର ବାସିନ୍ଦା । ଏହି ପାହାଡରେ ହଜାର ହଜାର ବର୍ଷ ଧରି ସୃଷ୍ଟି ହୋଇଥିବା ଅଭେଦ୍ୟ ଜଙ୍ଗଲରୁ କାଠ, ଜଙ୍ଗଲଜାତ ଦ୍ରବ୍ୟ, ଔଷଧୀୟ ଗୁଳ୍ମ ପ୍ରଭୃତି ସଂଗ୍ରହ କରି ଜୀବନ ଅତିବାହିତ କରୁଥିବା ଜନଜାତିଙ୍କ ଜୀବିକା ଏବେ ବିପଦ ମୁହଁକୁ ଠେଲି ହୋଇଯାଇଛି ।

ସୌନ୍ଦର୍ଯ୍ୟ ହରାଇ ପାରେ ପର୍ବତ: ବିଗତ ଦିନରେ ଏହି ପର୍ବତରେ ପର୍ଯ୍ୟଟନର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏହା ପରେ ଜିଲ୍ଲାର ଡିଏମଏଫ ନିଧିରୁ ବ୍ୟାପକ ଅର୍ଥ ବ୍ୟୟରେ ପାହାଡ ଉପରେ ରାସ୍ତା ନିର୍ମାଣ କରାଯାଇଥିଲା । ଏହାସହ ସରକାରୀ ଯୋଜନାରେ ବନ ବିଭାଗ ଦ୍ଵାରା ପାହାଡ଼ ଉପରେ ଦୁଇଟି ବିଶାଳକାୟ ପୋଖରୀ ଖୋଳାଯାଇଥିବାବେଳେ ତାହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରିଛି । ହେଲେ "ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ଏତେ ପରିମାଣର ଅର୍ଥ ବ୍ୟୟ କରିବା ପରେ ସରକାର କେଉଁ କାରଣରୁ ଖଣି ଖୋଲିବା ପାଇଁ ଏତେ ଆଗ୍ରହ ସୃଷ୍ଟି କରିଛନ୍ତି ?" ବୋଲି ପ୍ରଶ୍ନ କରିଛନ୍ତି ପରିବେଶବିତ୍ । ଏ ସଂକ୍ରାନ୍ତରେ ବନବିଭାଗ ଅଧିକାରୀ କ୍ୟାମେରା ସମ୍ମୁଖରେ କିଛି କହିବା ପାଇଁ ପଛଘୁଞ୍ଚା ଦେଉଥିଲେ ବି ଏହି ପାହାଡରେ ପୋଖରୀ ଖୋଳାଯାଇଥିବା ସ୍ଥାନକୁ ଲାଗି 145 ହେକ୍ଟର ଜାଗାରେ ଖଣି ଖନନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

ପାହାଡ ନଷ୍ଟ କରି କରାଯିବ ବୃକ୍ଷରୋପଣ: ଖଣି ଖନନ ଯୋଗୁଁ ନଷ୍ଟ ହେଉଥିବା ଜଙ୍ଗଲର କ୍ଷତିପୂରଣ ଭାବେ ଖଣି ଉତ୍ତୋଳନ ସଂସ୍ଥା ଦ୍ୱାରା ହାତିବାରି ପଞ୍ଚାୟତର କଣ୍ଡରା ଓ ଖିନବାର ଠାରେ ବୃକ୍ଷ ରୋପଣ କରାଯିବା ପାଇଁ 330 ଏକର ଜାଗା ଚିହ୍ନଟ କରାଯାଇଥିବା ସୂଚନା ରହିଛି । ତେବେ ଉଭୟ ଖଣି ଖନନ ସାଙ୍ଗକୁ ରାଜସ୍ୱ ଜମିରେ ବୃକ୍ଷ ରୋପଣ କରି ଜଙ୍ଗଲ ନଷ୍ଟର ଭରଣା କରାଯିବାର ପ୍ରୟାସକୁ ନାପସନ୍ଦ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏହା ବି ପଢନ୍ତୁ...Koraput Heritage Sites Restoration: ପୁନରୁଦ୍ଧାର ହେବ ଐତିହ୍ୟ ସ୍ଥଳୀ, ଆସିବେ ପର୍ଯ୍ୟଟକ

ସେହିପରି ଓଡ଼ିଶାର ଉଚ୍ଚତମ ପର୍ବତ ଶୃଙ୍ଗ ଦେଓମାଳି ପର୍ବତରେ ପର୍ଯ୍ୟଟନର ସୁରକ୍ଷାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ । ପରିବେଶବିତ୍ ଇଞ୍ଜିନିୟର ସୁନିଲ ବିଶ୍ବାଳ କହିଛନ୍ତି, "ପରିଚାଳନାଗତ ଅବହେଳା ଯୋଗୁଁ ଏହି ପାହାଡର ପରିମଳ ବାଧାପ୍ରାପ୍ତ । ରାଜ୍ୟର ସର୍ବୋଚ୍ଚ ପର୍ବତ ଶୃଙ୍ଗକୁ ରାଜ୍ୟ ସରକାର ପର୍ଯ୍ୟଟକଙ୍କ ପାଖରେ ପ୍ରଚାର କରିବା ପରେ ଏପରି ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସୁବିଧାକୁ ନଷ୍ଟ କରିବା ଅନୁଚିତ । ପର୍ଯ୍ୟଟକଙ୍କ ଆନନ୍ଦ ଦିଗରେ ଏହା ପ୍ରତିବନ୍ଧକ ସୃଷ୍ଟି କରୁଛି।" ତେଣୁ କୋରାପୁଟର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଜଙ୍ଗଲ ତଥା ପାହାଡର ଅବକ୍ଷୟ କରାଯାଉଥିବାବେଳେ ଏହାକୁ ରୋକିବା ଦିଗରେ ସରକାର ଗୁରୁତ୍ବ ଦେବାର ଆବଶ୍ୟକତା ଥିବା ନେଇ ମତ ପ୍ରକାଶ ପାଇଛି।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.