ETV Bharat / state

ବାପା ମା ଛାଡ଼ିଦେବା ପରେ ବଞ୍ଚିବାର ରାହା ଖୋଜୁଛନ୍ତି ଭାଇ ଭଉଣୀ, ସରକାରୀ ସହାୟତାକୁ ଅପେକ୍ଷା - ସରକାରୀ ସହାୟତାକୁ ଅପେକ୍ଷା

ବାପା ମାଆ ଛାଡି ଅନ୍ୟତ୍ର ଚାଲିଯିବା ପରେ ଏବେ ବଞ୍ଚିବାର ରାହା ଖୋଜୁଛନ୍ତି ଶ୍ରଦ୍ଧାଞ୍ଜଳି ଓ ତାଙ୍କ 2 ସାନ ଭାଇଭଉଣୀ । ସରକାରୀ ସହୟତା ଶେଷ ଆଶା । ଅଧିକ ପଢନ୍ତୁ

ସରକାରୀ ସହାୟତାକୁ ଅପେକ୍ଷା
ସରକାରୀ ସହାୟତାକୁ ଅପେକ୍ଷା
author img

By ETV Bharat Odisha Team

Published : Nov 14, 2023, 10:49 PM IST

ସରକାରୀ ସହାୟତାକୁ ଅପେକ୍ଷା

କୋରାପୁଟ: ଆଜି ସମଗ୍ର ଦେଶ ଶିଶୁ ଦିବସ ମହାସମାରୋହରେ ପାଳନ କରୁଥିବା ବେଳେ କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜଣେ ପନ୍ଦର ବର୍ଷର ଛାତ୍ରୀ ନିଜ ପାଇଁ ତଥା ଛୋଟ ଭାଇ ଭଉଣୀଙ୍କ ପାଇଁ ସହଯୋଗର ହାତ ମାଗିବା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ 3 କୋମଳମତି ପିଲାଙ୍କ ବାପା ମାଆ ତାଙ୍କୁ ଛାଡି ଅନ୍ୟତ୍ର ଚାଲିଯାଇଥିବା ବେଳେ ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି କୋରାପୁଟର ତୁନପାର ଗ୍ରାମର 3 ପିଲା ।

ତେବେ ସହଯୋଗ ହାତ ବଢ଼ାଇଥିବା 15 ବର୍ଷର ଛାତ୍ରୀ ଶ୍ରଦ୍ଧାଞ୍ଜଳି ତୁରୁକଙ୍କ କହିବା ଅନୁଯାୟୀ, ତାଙ୍କ ବାପା ଗତ ଦୁଇ ବର୍ଷ ପୂର୍ବେ ନିଜ ପତ୍ନୀ ଓ ପରିବାରକୁ ଛାଡି ଦେଇ ହାଇଦ୍ରାବାଦ ଚାଲି ଯାଇଥିଲେ । ତାପରେ ତାଙ୍କ ଖୋଜ ଖବର କିଛି ମିଳିନଥିବା ବେଳେ ତାର ଠିକ ବର୍ଷକ ପରେ ମାଆ ମଧ୍ୟ ପିଲାଙ୍କୁ ଘରେ ଛାଡ଼ି ଦେଇ ଚାଲିଯାଇଥିଲେ । ଏକୁଟିଆ 3 ଛୁଆ କିପରି ବଞ୍ଚିବେ ସେନେଇ ସହାୟତା ଲୋଡ଼ିଛନ୍ତି ।

ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ପଞ୍ଚଡା ପଞ୍ଚାୟତ ତୁନପାର ଗ୍ରାମରେ ଶ୍ରଦ୍ଧାଞ୍ଜଳି ତୁରୁକ ସେମାନଙ୍କ 2 ଭାଇଭଉଣୀ ସହ ରୁହନ୍ତି । ତେବେ 2 ବର୍ଷ ତଳେ ତାଙ୍କ ବାପା ନିଜ ପତ୍ନୀ ଓ ପରିବାରକୁ ଛାଡ଼ି ଦେଇ ହାଇଦ୍ରାବାଦ ଚାଲି ଯାଇଥିଲେ । ତାପରେ ତାଙ୍କ ଖୋଜ ଖବର କିଛି ମିଳିନଥିବା ବେଳେ ତାର ଠିକ ବର୍ଷକ ପରେ ମାଆ ମଧ୍ୟ ପିଲାଙ୍କୁ ଘରେ ଛାଡ଼ି ଦେଇ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଚାଲିଯାଇଥିଲେ । ବାପାମାଆଙ୍କ କୌଣସି ଖୋଜଖବର ନଥିବା ବେଳେ 3 ଶିଶୁ ଜେଜେମାଙ୍କୁ ଆଶ୍ରା କରି ବଞ୍ଚି ରହିଛନ୍ତି । ତେବେ ଜେଜେମାଆ ମଧ୍ୟ ବୃଦ୍ଧା ଅବସ୍ଥାରେ ସେମାନଙ୍କୁ ଚଳାଇବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ ।

ଏହାମଧ୍ୟ ପଢନ୍ତୁ..କୁନି ବୟସରେ ଜୀବନ ସହ ସଂର୍ଘଷ, ସରକାରୀ ସହାୟତା ଆଶାରେ ଗାଙ୍ଗୁଲିର ପରିବାର

ତେବେ ଶ୍ରଦ୍ଧାଞ୍ଜଳି ଗତ କିଛିମାସ ପୂର୍ବେ ଜିଲ୍ଲାପାଳଙ୍କୁ ଦେଖା କରିବା ପରେ ତାକୁ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ିବାର ବ୍ୟବସ୍ଥା କରିଦେଇଥିବା ବେଳେ ତୁନପାରରେ ଜେଜେ ମାଆ ଓ କୋରାପୁଟ ନିକଟସ୍ଥ ନାରାୟଣପାଟଣା ବିସ୍ଥାପିତ ଶିବିରରେ ଦିନ କାଟୁଥିବା ବୁଢ଼ୀ ଆଈମାଙ୍କ ପାଖରେ ଭାଇଭଉଣୀ ରହୁଛନ୍ତି । ହେଲେ ଆଈମାଆ ଓ ଜେଜେମାଆ ଆଉ କାମ କରିବା ପାଇଁ ସକ୍ଷମ ନୁହଁନ୍ତି । ଏଭଳି ସ୍ଥଳେ ଅନ୍ୟ 2 ଭାଇଭଉଣୀଙ୍କ ପାଇଁ ଚିନ୍ତିତ ହୋଇପଡିଛନ୍ତି ଶ୍ରଦ୍ଧାଞ୍ଜଳି ।

ସାନ ଭାଇ ଭଉଣୀଙ୍କ ପାଇଁ ମଧ୍ୟ ପାଠପଢ଼ିବା ସହ ଆର୍ଥିକ ସହଯୋଗ ଆଶା କରି ଶ୍ରଦ୍ଧାଞ୍ଜଳି ଡିସିପିଓଙ୍କ ପାଖରେ ପହଞ୍ଚିଥିବା ଜଣାଇଛନ୍ତି । ତେବେ ଏପରି ବାପା ମାଙ୍କ ଠାରୁ ଦୂରେଇ ଯାଇଥିବା ପିଲାଙ୍କ ପାଇଁ ସରକାରଙ୍କ ପକ୍ଷରୁ କିଛି ସହାୟତା ଯୋଗାଇ ଦେଲେ ସେମାନେ ଉପକୃତ ହୁଅନ୍ତେ ବୋଲି କହିଛନ୍ତି ଶ୍ରଦ୍ଧାଞ୍ଜଳି ।

ଅନ୍ୟପଟେ ସରକାରଙ୍କ ପକ୍ଷରୁ ପିଲାମାନଙ୍କୁ କିଛି ସ୍ପେଶାଲ କାଟାଗୋରୀରେ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ରହିଛି ଓ ସେହି ସହାୟତା ପାଇବା ପାଇଁ ସେମାନେ ଯୋଗ୍ୟ ହେଲେ ସେମାନଙ୍କ ମଧ୍ୟରୁ ଜଣଙ୍କୁ 4000 ଟଙ୍କାର ମାସିକ ସହଯୋଗ ରାଶି ପ୍ରଦାନ କରାଯାଇପାରିବ ଏବଂ ଶ୍ରଦ୍ଧାଞ୍ଜଳିର ଛୋଟ ଭାଇ ଭଉଣୀଙ୍କ ପାଇଁ ଛାତ୍ରାବାସରେ ରହିବାର ସୁବିଧା କରାଯାଇପାରିବ ବୋଲି ଡିସିପିଓ ରାଜଶ୍ରୀ ଦାସ ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.