ETV Bharat / state

କୋରାପୁଟରେ ବର୍ଷାର ୟେଲୋ ସିଗ୍ନାଲ

କୋରାପୁଟରେ ବର୍ଷା । ଜିଲ୍ଲାକୁ ଛୁଇଁଲା ମୌସୁମୀ। ଅଧିକ ପଢନ୍ତୁ....

author img

By

Published : Jun 11, 2020, 10:18 PM IST

heavy rain in koraput
କୋରାପୁଟରେ ବର୍ଷାର ୟେଲୋ ସିଗ୍ନାଲ

କୋରାପୁଟ: ମୌସୁମୀ ବର୍ଷାରେ ଭିଜିଲା କୋରାପୁଟ। ଲଘୁଚାପ କରି ମୌସୁମୀ ମଧ୍ୟ ଏଠିକାର ପାହାଡ଼, ପର୍ବତ, ନଦୀ, ନାଳ, ଖାଲଢିପ ଓ ଚାଷଜମିକୁ ବର୍ଷାଜଳରେ ଧୋଇ ଦେଇଛି । ଅପରପକ୍ଷେ ରାଜ୍ୟ ସରକାରଙ୍କ ପାଣିପାଗ ବିଭାଗ ଓ ଏସଆରସି ଠାରୁ ଲଘୁଚାପ ଓ ମୌସୁମୀ ବର୍ଷାର ୟେଲୋ ସିଗ୍ନାଲ ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ମଧ୍ୟ ଜିଲ୍ଲାରେ ବର୍ଷାଜନିତ ସମସ୍ୟା ଗୁଡିକୁ ସାମନା କରିବା ପାଇଁ ପ୍ରସ୍ତୁତ ହୋଇଥିବା ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଜଣାଇଛନ୍ତି ।

କୋରାପୁଟରେ ବର୍ଷାର ୟେଲୋ ସିଗ୍ନାଲ

ପାହାଡ଼ ଉପରୁ ଭୁସ୍ଖଳନ ସାଙ୍ଗକୁ କୋଟପାଡ ଅଞ୍ଚଳରେ ନଦୀ ଜଳମଗ୍ନ ହେବା ଭଳି ସମସ୍ୟା ଗୁଡିକୁ ସାମନା କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ସଜାଗ କରିଦିଆଯାଇଛି ଓ ଜଳମଗ୍ନ ହେବାର ସମ୍ଭାବନା ଥିବା ସ୍ଥାନ ଗୁଡିକରେ ଡଙ୍ଗାର ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି । ତେବେ ଜିଲ୍ଲାର ଗାଁ ଗଣ୍ଡାରେ ଲୋକେ ବର୍ଷର ପ୍ରଥମ ମୌସୁମୀ ବର୍ଷାରେ ଭିଜିବାର ଆନନ୍ଦ ମଧ୍ୟ ସାଉଁଟି ନେବାରେ କାର୍ପଣ୍ୟତା ଦେଖାଇନଥିବା ଦେଖାଦେଇଛି ।

କୋରାପୁଟରୁ ସି ଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.