ETV Bharat / state

ସୁସ୍ଥ ହୋଇ ପରିବାର ପାଖକୁ ଫେରିଲେ ହାର୍ଡକୋର ମହିଳା ମାଓବାଦୀ - koraput police

ହିଂସାର ମାର୍ଗ ଛାଡି ଆତ୍ମସମର୍ପଣ କରିଥିବା ରାମି ମାଡକାମି ପୋଲିସ ପାଖରେ ଆତ୍ମସମର୍ପଣ କରିବା ପରେ କୋରାପୁଟ ପୋଲିସ ପକ୍ଷରୁ ତାଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା ସହ ତାଙ୍କ ପରିବାରକୁ ହନ୍ତାନ୍ତର କରିଛନ୍ତି ।

ହାର୍ଡକୋର ମହିଳା ମାଓବାଦୀକୁ ପରିବାରକୁ ହସ୍ତାନ୍ତର

author img

By

Published : Feb 12, 2021, 7:16 PM IST

କୋରାପୁଟ: ଆହାତ ହାର୍ଡକୋର ମହିଳା ମାଓବାଦୀଙ୍କୁ ମିଳିଲା ଡାକ୍ତରୀ ଚିକିତ୍ସା । ହିଂସାର ମାର୍ଗ ଛାଡି ଆତ୍ମସମର୍ପଣ କରିଥିବା ରାମି ମାଡକାମି ପୋଲିସ ପାଖରେ ଆତ୍ମସମର୍ପଣ କରିବା ପରେ କୋରାପୁଟ ପୋଲିସ ପକ୍ଷରୁ ତାଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା ସହ ତାଙ୍କ ପରିବାରକୁ ହନ୍ତାନ୍ତର କରିଛନ୍ତି ।

ହାର୍ଡକୋର ମହିଳା ମାଓବାଦୀକୁ ପରିବାରକୁ ହସ୍ତାନ୍ତର

ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନ ସମୟରେ କୋରାପୁଟ ଜିଲ୍ଲା ପୋଲିସ ନିକଟରେ ପୋଲିସ ଗୁଳିରେ ଆହତ ହୋଇଥିବା ମାଓବାଦୀ ରାମି ମାଡକାମି ଆତ୍ମସମର୍ପଣ କରିଥିଲେ। ଆନ୍ଧ୍ର ପେଦାବାଇଲୁ ଥାନା ଲାଣ୍ଡଲୁ ଗ୍ରାମ ନିକଟରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଆହତ ହୋଇଥିଲେ।

ମାଓ କ୍ୟାମ୍ପରେ ଠିକ୍ ରୂପରେ ଚିକିତ୍ସା ମିଳୁ ନଥିବାରୁ କୋରାପୁଟ ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲେ। ତାଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଜିଲ୍ଲା ପୋଲିସ ବର୍ତ୍ତମାନ ପଦକ୍ଷେପ ନେଉଛି। ଏହା ବ୍ୟତୀତ ଜିଲ୍ଲା ପୋଲିସ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ଯୋଜନା ଅନୁଯାୟୀ, ଆର୍ଥିକ ସହାୟତା ପ୍ରଦାନରେ ସାମିଲ୍ କରିବା ନେଇ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟାପଲି ପ୍ରେସ ବିଜ୍ଞପ୍ତି କରି ଜଣାଇଛନ୍ତି।

ଏହାସହ ସେ ନିଜ ପରିବାର ସହ ନିଜ ଗ୍ରାମରେ ରହିବା ସମୟରେ ଯଦି କୌଣସି ମାଓଭୟ ରହିଛି, ସେଥିପାଇଁ ପୋଲିସ ପକ୍ଷରୁ ତାଙ୍କ ପରିବାରକୁ ସୁରକ୍ଷା ଦିଆଯିବ ବୋଲି ମଧ୍ୟ କୋରାପୁଟ ଏସପି କହିଛନ୍ତି।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.