କୋରାପୁଟ : ଆଜି ଗୁରୁପୂର୍ଣ୍ଣିମା ଅବସରରେ କୋରାପୁଟ ସ୍ଥିତ ଶିରିଡ଼ି ସାଇ ମନ୍ଦିରର ୧୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସହସ୍ରାଧିକ କଳସରେ ଜଳ ଓ ଦୁଗ୍ଧ ଭରି ଶିରିଡ଼ି ସାଇଙ୍କ ପ୍ରତିମୂର୍ତ୍ତିରେ ଅଭିଷେକ କରାଯିବା ସହ ସୁଦୂର ରାଜମହେନ୍ଦ୍ରୀରୁ ଆସିଥିବା ପୁରୋହିତଙ୍କ ଅଧ୍ୟକ୍ଷତାରେ ବିଶାଳ ଯଜ୍ଞର ଆୟୋଜନ କରାଯାଇଥିଲା ।
ଜିଲ୍ଲାର ବିଭିନ୍ନ ଭାଗରୁ ଭକ୍ତ ଆସି ଏହି ଯଜ୍ଞରେ ସାମିଲ ହେବାସହ ସାମୁହିକ ପ୍ରସାଦ ସେବନର ସୁଯୋଗ ପାଇଥିଲେ । ପ୍ରତିବର୍ଷ ଭକ୍ତଙ୍କ ସମାଗମ ହେଉଥିଲେ ହେଁ ଚଳିତ ବର୍ଷ ମନ୍ଦିରର ୧୫ତମ ପ୍ରତିଷ୍ଠା ଦିବସ ପାଳିତ ହେଉଥିବା ଯୋଗୁଁ ଆଜି ଭକ୍ତଙ୍କ ସମାଗମ ବହୁଗୁଣରେ ବଢ଼ିଯାଇଥିଲା ।
ଇଟିଭି ଭାରତ, କୋରାପୁଟ