ETV Bharat / state

ପାର୍ଲାମେଣ୍ଟରେ ଉଠିଲା ଗୁମ୍ଭାରୀଗୁଡାବାସୀଙ୍କ ୧୦୦ବର୍ଷର ଦୁଃଖ, କୋରାପୁଟ ଜିଲ୍ଲାରେ ମିଶିବାକୁ ଦାବି - କୋରାପୁଟ ସାଂସଦ ସପ୍ତଗିରି ଉଲାକା

ପାର୍ଲାମେଣ୍ଟରେ ଉଠିଲା ରାୟଗଡ଼ା ଜିଲ୍ଲାର ଗୁମ୍ଭାରୀଗୁଡା ଗ୍ରାମବାସୀଙ୍କ ଦୁଃଖ । ରାଜାରାଜୁଡା ଅମଳରୁ ଭୋଗି ଆସୁଥିବା ଦୁଃଖକୁ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା । କାଶୀପୁର ପଞ୍ଚାୟତଠୁ ଗାଁଟି ୫୦କିିମିରୁ ଅଧିକ ଦୂରତ୍ବରେ ଥିବାରୁ ଏହାକୁ କୋରାପୁଟ ଜିଲ୍ଲାରେ ମିଶ୍ରଣ ଲାଗି ଦାବି ହୋଇଛି । ଦେଖନ୍ତୁ ଏହି ରିପୋର୍ଟ

Gumbhariguda
Gumbhariguda
author img

By

Published : Feb 20, 2023, 9:01 PM IST

ପାର୍ଲାମେଣ୍ଟରେ ଉଠିଲା ଗୁମ୍ଭାରୀଗୁଡାବାସୀଙ୍କ ୧୦୦ବର୍ଷର ଦୁଃଖ, କୋରାପୁଟ ଜିଲ୍ଲାରେ ମିଶିବା ପାଇଁ ରହିଛି ଦାବି

କୋରାପୁଟ: ପାର୍ଲାମେଣ୍ଟରେ ଉଠିଲା ରାୟଗଡ଼ା ଜିଲ୍ଲାର ଗୁମ୍ଭାରିଗୁଡା ଗ୍ରାମବାସୀଙ୍କ ଦୁଃଖ । ଦୀର୍ଘ ଦିନ ଧରି ଗମ୍ଭାରିଗୁଡାବାସୀ ଏହି ଦାବି ରଖିଥିବା ବେଳେ ସଂସଦର ପ୍ରସଙ୍ଗ ଉଠିବା ପରେ ସେମାନଙ୍କ ମନରେ ଆଶା ସଞ୍ଚରିତ ହୋଇଛି । ପୂର୍ବରୁ କୋରାପୁଟ ଜିଲ୍ଲାରେ ଥିବା ଗୁମ୍ଭାରିଗୁ଼ଡା ଗାଁକୁ ଜୟପୁର ମହାରାଜା ଦାନ ସୂତ୍ରରେ ରାୟଗଡ଼ାର କାଶୀପୁର ରାଜାଙ୍କୁ ଦେଇଥିଲେ । ସେହି ଦିନଠୁ ଗାଁଟି ରହିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅଧୀନରେ । ପଞ୍ଚାୟତ ବା ବ୍ଲକରେ କୌଣସି କାମ ପଡ଼ିଲେ ଗ୍ରାମବାସୀ ପ୍ରାୟ ୫୦କିମିରୁ ଅଧିକ ରାସ୍ତା ଯାତ୍ରା କରୁଛନ୍ତି । ଏଥିଲାଗି ସେମାନେ କୋରାପୁଟ ଜିଲ୍ଲାରେ ମିଶିବା ଲାଗି ଦାବି କରୁଥିବା ବେଳେ ଏନେଇ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସାଂସଦ ସପ୍ତଗିରି ।

ଜୟପୁର ମହାରାଜା କାଶୀପୁର ରାଜାଙ୍କୁ ବହୁ ବର୍ଷ ପୂର୍ବେ ଦାନ ସୁତ୍ରରେ ଗମ୍ଭାରୀଗୁଡା ଗାଁକୁ ପ୍ରଦାନ କରିଥିଲେ। ଯେତେବେଳେ ମହାରାଜ କାଶୀପୁର ଯାଉଥିଲେ ବିଶ୍ରାମ ପାଇଁ ଏହି ଗାଁରେ ରହୁଥିଲେ । ରାଜାରାଜୁଡା ଶାସନ ପରେ ଦେଶ ସ୍ଵାଧୀନ ହେବା ପରେ ମଧ୍ୟ ଅବିଭକ୍ତ କୋରାପୁଟ ଜିଲ୍ଲାର ଏକ ଅଂଶ ଭାବେ ଏହି ଗାଁଟି ରହିଥଲା । ମାତ୍ର ରାଜ୍ୟରେ ଜିଲ୍ଲା ବିଭାଜନ ହେବା ପରେ କାଶୀପୁର ବ୍ଲକ ରାୟଗଡ଼ା ଜିଲ୍ଲାରେ ଥିବା ଯୋଗୁଁ ଗମ୍ଭାରୀଗୁଡା ମଧ୍ୟ କାଶୀପୁରର ବ୍ଳକର ଏକ ଗ୍ରାମ ଭାବେ ରାୟଗଡା ଜିଲ୍ଲା ଅଧୀନକୁ ଚାଲିଗଲା ।

ଆଜି ବି ଏହି ଗାଁଟି ରାୟଗଡା ଜିଲ୍ଲା ଅଧୀନରେ ରହିଛି । ତେବେ ସେହି ଦିନଠାରୁ ଗ୍ରାମବାସୀଙ୍କ ପାଇଁ ସମସ୍ୟାର ପାହାଡ଼ ମାଡି ଆସିଥିଲା । ଗାଁଟି କାଶୀପୁର ପଞ୍ଚାୟତ ଅଧୀନରେ ରହିଥିବା ଯୋଗୁଁ ବିଭିନ୍ନ କାର୍ଯ୍ୟ ଲାଗି ଗ୍ରାମବାସୀମାନେ ଶହ ଶହ ଟଙ୍କା ଖର୍ଚ୍ଚ କରି ଅନେକ ଦୂରରେ ରହିଥିବା କୁଚେଇପଦର ପଞ୍ଚାୟତକୁ ଯାଉଛନ୍ତି । ଗମ୍ଭାରୀଗୁଡା ଗାଁ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ କୁଚେଇପଦର ପଞ୍ଚାୟତରେ ରହିଥିବାବେଳେ ଏଠାରୁ ମାତ୍ର ୪କିମି ଦୂରରେ ରହିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ । ଏଥିଲାଗି ଦଶମନ୍ତପୁର ପଞ୍ଚାୟତ ଅଧୀନରେ ମିଶାଯିବା ପାଇଁ ଲୋକେ ଦାବି କରିଆସୁଛନ୍ତି ।

ଏହା ବି ପଢନ୍ତୁ- ଗ୍ରାମବାସୀଙ୍କୁ କୃତଜ୍ଞତା, ନିଜ କଫି ନାଁକୁ କେଲାର କଫି ରଖିଲେ ମହିଳା ଉଦ୍ୟୋଗୀ

ଅନ୍ୟପଟେ ଏହି ଗାଁଟି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ମୁଖ୍ୟାଳୟଠାରୁ ୩କିଲେମିଟର ଦୂରରେ ରହିଥିବାବେଳେ ପ୍ରାୟ କନ୍ଧ ସମ୍ପ୍ରଦାୟର ୭୦ଟି ବିପିଏଲ ପରିବାର ରହୁଛନ୍ତି। ପ୍ରାୟତଃ ପରିବାର ବିପିଏଲ ଶ୍ରେଣୀୟ ହୋଇଥିବାରୁ ମୌଳିକ ସୁବିଧା ପାଇଁ ଅନେକ ସମସ୍ୟା ଭୋଗୁଛନ୍ତି । ପଞ୍ଚାୟତ ଓ ବ୍ଲକ ସମ୍ବନ୍ଧୀୟ କାର୍ଯ୍ୟ ଲାଗି ବଭିନ୍ନ ସମସ୍ୟା ଭୋଗୁଛନ୍ତି । ଏନେଇ ରାଜ୍ୟ ସରକାର ତଥା ଜନ ପ୍ରତିନିଧିଙ୍କୁ ବାରମ୍ବାର ଅବଗତ କରାଇଥିଲେ ବି କେହି ସେମାନଙ୍କ ଦୁଃଖ ଶୁଣିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ନିର୍ବାଚନ ସମୟରେ ଦଳୀୟ ପ୍ରାର୍ଥୀମାନେ ଗ୍ରାମବାସୀଙ୍କୁ କାଶୀପୁର ନେଇ ଭୋଟ ଦେବାର ବନ୍ଦୋବସ୍ତ କରୁଥିବା ବେଳେ ନିର୍ବାଚନ ପରବର୍ତ୍ତୀ ସମୟରେ ଏହି ଗ୍ରାମବାସୀ କିପରି ଏତେ ଦୂର ଯାଇ ଚାଉଳ ଓ ଭତ୍ତା ଆଣିବେ ସେ ସଂକ୍ରାନ୍ତରେ କେହି ଚିନ୍ତା କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ତେବେ ଗତ କିଛିଦିନ ପୂର୍ବେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଗାଁକୁ ଆସି ଗ୍ରାମବାସୀଙ୍କ ଦୁଃଖ ବୁଝିଥିଲେ । ଗ୍ରାମବାସୀଙ୍କ ସହିତ ସାଂସଦ ଉଲାକା ଆଲୋଚନା କରିବା ପରେ ଏହାକୁ ସଂସଦରେ ଉଠାଇଛନ୍ତି । ତେବେ ସଂସଦରେ ଏହି ପ୍ରସଙ୍ଗ ଉପସ୍ଥାପନ କରିଥିବା ଯୋଗୁଁ ବର୍ତ୍ତମାନ ଗ୍ରାମବାସୀଙ୍କ ମନରେ ମଉଳି ଯାଇଥିବା ଆଶା ପୁଣିଥରେ ସଞ୍ଚରିତ ହୋଇଛି । ତେବେ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଯଦି ସମସ୍ୟାର ସମାଧାନ ନ ହୁଏ ଗ୍ରାମବାସୀମାନେ ରାୟଗଡା ଜିଲ୍ଲାକୁ ଯାଇ ଭୋଟ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା କହିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.