ETV Bharat / state

ସେରୁବନ୍ଧ ପର୍ବତ ଉପରେ ସରକାରଙ୍କ ନଜର, ଅଞ୍ଚଳବାସୀଙ୍କ ବିରୋଧ - Serubandha mountain

ଆଦିବାସୀଙ୍କ ଜୀବନ ପାହାଡ଼, ପର୍ବତ ଓ ଜଙ୍ଗଲ ସହ ନିବିଡ଼ ଭାବେ ଜଡିତ । ଏଣୁ ପଟାଙ୍ଗିର ସେରୁବନ୍ଧ ପର୍ବତରେ ନାଲକୋ ଦ୍ୱାରା ବକ୍ସାଇଟ ଖନନକୁ ବିରୋଧ କରିଛନ୍ତି ଅଞ୍ଚଳବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Jun 20, 2019, 12:00 AM IST

କୋରାପୁଟ: ପଟାଙ୍ଗିର ସେରୁବନ୍ଧ ପର୍ବତରେ ନାଲକୋ ଦ୍ୱାରା ବକ୍ସାଇଟ ଖନନ କରିବାକୁ ସରକାର ଯୋଜନା ଚଳାଇଛନ୍ତି । ହେଲେ ଏଥିଲାଗି ଆରମ୍ଭ ହୋଇଥିବା ପ୍ରକ୍ରିୟାକୁ ଆରମ୍ଭରୁ ଝଟକା ଲାଗିଛି । ଗ୍ରାମସଭାରେ ଏହାକୁ ତୀବ୍ର ବିରୋଧ କରିଛନ୍ତି ଅଞ୍ଚଳବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପଟ୍ଟାଙ୍ଗି ନିକଟସ୍ଥ ମାଳିପୁଟ ଠାରେ ସ୍ୱତନ୍ତ୍ର ଗ୍ରାମସଭା ଡକାଯାଇଥିଲା । ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମି ଭାବେ ବଦଳାଇବାକୁ ଆଲୋଚନା ଚାଲିଥିଲା । ତେବେ ଏହା ଖଣି ଖନନ ଲାଗି ନାଲକୋକୁ ହସ୍ତାନ୍ତର କରାଯାଉଥିବାର ଅଭିଯୋଗ କରି ସେରୁବନ୍ଧ ସୁରକ୍ଷା ସମିତି ଏହାର ତୀବ୍ର ବିରୋଧ କରିଛି ।

ସେରୁବନ୍ଧ ପର୍ବତ ସୁରକ୍ଷା ସମିତିର ସଭାପତି ଭଗବାନ ଚପାଡିଙ୍କ କହିବା ଅନୁଯାୟୀ ଆଦିବାସୀଙ୍କ ଜୀବନ ପାହାଡ଼, ପର୍ବତ ଓ ଜଙ୍ଗଲ ସହ ନିବିଡ଼ ଭାବେ ଜଡିତ । ଏହି ଅଞ୍ଚଳର ଲୋକଙ୍କ ବିକାଶ ଓ ସେମାନେ ଜୀବନ ଜିଉଁଥିବା ପରିବେଶର ସୁରକ୍ଷା ନେଇ ଠୋସ ପ୍ରମାଣ ନମିଳିଲା ପର୍ଯ୍ୟନ୍ତ କାହାରିକୁ ସେଠାରୁ ଇଞ୍ଚେ ମାଟି ଦିଆଯିବ ନାହିଁ । ପ୍ରଥମେ ନାଲକୋ ଅଞ୍ଚଳର ବିକାଶ ପାଇଁ ଶ୍ଵେତ ପତ୍ର ପ୍ରକାଶ କରି ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭକଲେ ହିଁ ଲୋକେ ଆଲୋଚନା ପାଇଁ ବିଚାର କରିବେ ବୋଲି ସମିତି ସୂଚାଇଦେଇଛି ।

ଏଥିସହ ସଭାରେ ଉପସ୍ଥିତ ଥିବା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଏବଂ ବ୍ଲକ କଂଗ୍ରେସ କର୍ମକର୍ତ୍ତା ମାନେ ମଧ୍ୟ ସମାନ ଦାବି ଉଠାଇଥିଲେ । ତେଣୁ ଉପସ୍ଥିତ ବିଡ଼ିଓ, ତହସିଲଦାର ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ପୁଣି ଆଉ ଏକ ଦିନ ଗ୍ରାମସଭା ଆୟୋଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଜିର ଗ୍ରାମସଭାରେ ଦେଖାଯାଇଥିବା ବିରୋଧ ଫଳରେ ପଟ୍ଟାଙ୍ଗି, କୋଟିଆ ଓ ନୂଆଗାଁ ଠାରେ ହେବାକୁ ଥିବା ଗ୍ରାମସଭା ଅନିଶ୍ଚିତତାର ଘେର ମଧ୍ୟକୁ ଚାଲିଆସିଛି ।

ଗତ କିଛିଦିନ ପୂର୍ବେ ପଟ୍ଟାଙ୍ଗି ପଞ୍ଚାୟତ ସମିତି ଦ୍ୱାରା ମାଳିପୁଟ, ପଟ୍ଟାଙ୍ଗି, ନୂଆଗାଁ ଓ କୋଟିଆ ପଞ୍ଚାୟତକୁ ଚିଠି ପଠାଯାଇଥିଲା । ଏଥିରେ ଗ୍ରାମସଭାରେ କମ୍ପାନୀ ମାନଙ୍କ ସହିତ ଆଲୋଚନା କରାଯାଇ ଖଣି ଖନନ ପ୍ରକ୍ରିୟାରେ ଉପୁଜୁଥିବା ବାଧାର ସମାଧାନ କରିବା କଥା କୁହାଯାଇଥିଲା । ହେଲେ ଆଜି ନାଲକୋ କିମ୍ବା ଅନ୍ୟ କୌଣସି କମ୍ପାନୀର କର୍ତ୍ତୃପକ୍ଷ ବୌଠକରେ ଉପସ୍ଥିତ ନଥିଲେ । ଏଣୁ ଗ୍ରାମସଭା ଡାକିବା ପଛରେ ପ୍ରଶାସନର ବାସ୍ତବ ଉଦ୍ଦେଶ୍ୟ ସନ୍ଦେହ ଘେରକୁ ଆସିଥିବା ପାଙ୍ଗି ଅଭିଯୋଗ କରିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:ପଟ୍ଟାଙ୍ଗି ଅଂଚଳରେ ବିଶେଷ କରି ସେରୁବନ୍ଧ ପର୍ବତ ରେ ନାଲକୋ ଦ୍ୱାରା ବକ୍ସାଇଟ ଖନନ କରିବା ପାଇଁ ଚାଲିଥିବା ପ୍ରୟାସରେ ପୁଣିଥରେ ଝଟକା ଲାଗିଲା ।Body:ଆଜି ଜିଲ୍ଲା ପ୍ରଶାସନ ଦ୍ୱାରା ପଟ୍ଟାଙ୍ଗି ନିକଟସ୍ଥ ମାଳିପୁଟ ଠାରେ ଡକାଯାଇଥିବା ସ୍ୱତନ୍ତ୍ର ଗ୍ରାମସଭାରେ ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମି ଭାବେ ବଦଳାଇ ନାଲକୋ କୁ ଖଣି ଖନନ କରିବାକୁ ହସ୍ତାନ୍ତର କରିବାର ପ୍ରୟାସ ଚାଲିଥିବା ଅଭିଯୋଗ କରି ସେରୁବନ୍ଧ ସୁରକ୍ଷା ସମିତି , ପଟ୍ଟାଙ୍ଗି ବ୍ଲକ କଂଗ୍ରେସ କମିଟି ଓ ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗି ପ୍ରବଳ ବିରୋଧ କରିବା ଯୋଗୁଁ ଉପସ୍ଥିତ ବିଡ଼ିଓ , ତହସିଲଦାର ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଗ୍ରାମସଭାକୁ ପୁଣିଥରେ ଆଉଏକ ଦିନ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନେବା ପାଈଁ ବାଧ୍ୟ ହୋଇଥିଲେ । ଗତକିଛି ଦିନ ପୂର୍ବେ ପଟ୍ଟାଙ୍ଗି ପଂଚାୟତ ସମିତି ଦ୍ୱାରା ମାଳିପୁଟ , ପଟ୍ଟାଙ୍ଗି , ନୂଆଗାଁ ଓ କୋଟିଆ ପଂଚାୟତ କୁ ପଠାଯାଇଥିବା ଚିଠିରେ ଏହି ଗ୍ରାମସଭାରେ କମ୍ପାନୀ ମାନଙ୍କ ସହିତ ଖଣି ଖନନ ପ୍ରକ୍ରିୟାରେ ବାଧା ଉପୁଜୁଥିବା ସ୍ଥାନରେ ଆଲୋଚନା କରି ସମାଧାନ ର କଥା କୁହାଯାଇଥିଲେ ହେଁ ଆଜି ନାଲକୋ କିମ୍ବା ଅନ୍ୟ କୌଣସି କମ୍ପାନୀର କର୍ତ୍ତୃପକ୍ଷ ଉପସ୍ଥିତ ନହେବା ଗ୍ରାମସଭା ଡାକିବା ପଛରେ ପ୍ରଶାସନର ବାସ୍ତବ ଉଦ୍ଦେଶ୍ୟ ସନ୍ଦେହର ଘେରକୁ ଆସିଯାଇଥିବା ଶ୍ରୀ ପାଙ୍ଗି ଅଭିଯୋଗ କରିଛନ୍ତି ।Conclusion:ସେରୁବନ୍ଧ ପର୍ବତ ସୁରକ୍ଷା ସମିତି ର ସଭାପତି ଭଗବାନ ଚପାଡି ଙ୍କ କହିବା ଅନୁଯାୟୀ ଆଦିବାସୀଙ୍କ ଜୀବନ ପାହାଡ଼ , ପର୍ବତ ଓ ଜଙ୍ଗଲ ସହ ନିବିଡ଼ ଭାବେ ଜଡିତ ହୋଇଥିବା ଯୋଗୁଁ ଏହି ଅଂଚଳର ଲୋକଙ୍କ ବିକାଶ ଓ ସେମାନେ ଜୀବନ ଜିଉଁଥିବା ପରିବେଶର ସୁରକ୍ଷାର ଠୋସ ପ୍ରମାଣ ନ ମିକିଲା ପର୍ଯ୍ୟନ୍ତ କାହାରିକୁ ସେଠାରୁ ଇଞ୍ଚେ ମଧ୍ୟ ମାଟି ନେଇଯିବା ପାଇଁ ଦିଆଯିବ ନାହିଁ । ପ୍ରଥମେ ନାଲକୋ ଏହି ଅଂଚଳର ବିକାଶ ର ଶ୍ଵେତ ପତ୍ର ପ୍ରକାଶ କରି ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ କଲେ ହିଁ ଲୋକେ ଆଲୋଚନା ପାଇଁ ବିଚାର କରିବେ ବୋଲି ସମିତି ସୁଚାଇଦେଇଛି। ଆଜିର ଗ୍ରାମସଭାରେ ଦେଖାଯାଇଥିବା ବିରୋଧ ଫଳରେ ପଟ୍ଟାଙ୍ଗି , କୋଟିଆ ଓ ନୂଆଗାଁ ଠାରେ ହେବାକୁ ଥିବା ଗ୍ରାମସଭା ଅନିଶ୍ଚିତତା ର ଘେର ମଧ୍ୟକୁ ଚାଲିଆସିଛି ।
.........
Byte : ଭଗବାନ ଚପାଡି , ସଭାପତି , ସେରୁବନ୍ଧ ପର୍ବତ ସୁରକ୍ଷା ସମିତି
Byte : ଜୟରାମ ପାଙ୍ଗି , ପୂର୍ବତନ ସାଂସଦ
Byte :ଦିବାକର ପୁରୋହିତ , ପଂଚାୟତ ଅଧିକାରୀ ,ପଟ୍ଟାଙ୍ଗି
..........
ଶାନ୍ତାକାର
କୋରାପୁଟ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.