ETV Bharat / state

ଶୌଚାଳୟ ଟଙ୍କା ଖାଇଗଲେ ସରକାରୀ ଅଧିକାରୀ! - Government officer loot toilet

କୋରାପୁଟ ବୈପାରିଗୁଡା ବ୍ଲକର ସାରୁକୁଣ୍ଡ ଗାଁରେ ଶୌଚାଳୟ ଟଙ୍କା ହଡପ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ । ଅଧିକ ପଢନ୍ତୁ...

ଶୌଚାଳୟ ଟଙ୍କା ଖାଇଗଲେ ସରକାରୀ ଅଧିକାରୀ
ଶୌଚାଳୟ ଟଙ୍କା ଖାଇଗଲେ ସରକାରୀ ଅଧିକାରୀ
author img

By

Published : Feb 11, 2021, 10:41 PM IST

କୋରାପୁଟ: ପାଇଖାନା ଟଙ୍କା ଘୋଟଲା । କୋରାପୁଟ ବୈପାରିଗୁଡା ବ୍ଲକର ସାରୁକୁଣ୍ଡ ଗାଁରୁ ଏହି ଦୁର୍ନୀତି ସାମ୍ନାକୁ ଆସିଛି । ଗାଁର ଦଶ ଜଣ ବ୍ୟକ୍ତିଙ୍କ ନାଁ ପାଇଖାନା ନିର୍ମାଣ ତାଲିକାରେ ହିତାଧିକାରୀ ଭାବେ ପ୍ରକାଶ ପାଇବା ପରେ ଏହି ଘୋଟଲା ଉପରୁ ପରଦା ଉଠିଛି । ସମ୍ପୃକ୍ତ ବ୍ୟକ୍ତିବିଶେଷ କୌଣସି ଶୌଚାଳୟ ନିର୍ମାଣ କରିନଥିବାବେଳେ ସେମାନଙ୍କ ନାଁରେ ବିଲ କରି ଟଙ୍କା ହଡପ କରାଯାଇଥିବା ଅଭିଯୋଗ କରିବା ସହ ଘଟଣାରେ ବିଭାଗୀୟ ସରକାରୀ ଅଧିକାରୀମାନଙ୍କୁ ଦାୟୀ କରିଛନ୍ତି ।

ଶୌଚାଳୟ ଟଙ୍କା ଖାଇଗଲେ ସରକାରୀ ଅଧିକାରୀ

ଏନେଇ ସେମାନେ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଏହିପରି ଏକ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରି ସେଥିରେ ଲିପ୍ତ ଥିବା ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୈପାରିଗୁଡା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତ୍ରିଲୋଚନ ଜେନା ଦାବି କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.