ETV Bharat / state

ଲକଡାଉନ ଦେଇଛି ସୁଯୋଗ, ବଣିଆରୁ ପାଲଟିଛନ୍ତି ଶିଳ୍ପୀ - ଶିଳ୍ପୀ ଜଗା ରାଓ

ପେଶା ଓ ନିଶା ମଧ୍ୟରେ ସନ୍ତୁଳନ ରଖି କୋଭିଡ କଟକଣାରେ ଶିଳ୍ପୀ କାଟୁଛନ୍ତି ସମୟ । ଲକଡାଉନ ଯୋଗୁଁ ବ୍ୟବସାୟ ଠପ୍ ହୋଇଯାଇଥିବାବେଳେ ଏବେ ବିଶାଳ ମୂର୍ତ୍ତି ନିର୍ମାଣ ଓ ଚିତ୍ର ଅଙ୍କନ କରୁଛନ୍ତି କୋରାପୁଟର ଶିଳ୍ପୀ ଜଗା ରାଓ । ଅଧିକ ପଢନ୍ତୁ...

ଲକଡାଉନ ଦେଇଛି ସୁଯୋଗ, ବଣିଆରୁ ପାଲଟିଛନ୍ତି ଶିଳ୍ପୀ

author img

By

Published : Jun 13, 2021, 9:40 AM IST

Updated : Jun 13, 2021, 1:17 PM IST

କୋରାପୁଟ: ପେଶାରେ ସେ ଜଣେ ବଣିଆ, ହେଲେ ନିଶା ତାଙ୍କର ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ ଓ ଆକର୍ଷଣୀୟ ଚିତ୍ର ଅଙ୍କନ । ବିଶାଳ ଆକାରର ଗଣପତିଙ୍କ ପ୍ରତିମୂର୍ତ୍ତି ହେଉ ଅବା ଅନ୍ୟ ସୁନ୍ଦର ମୃଣ୍ମୟ ପ୍ରତିମୂର୍ତ୍ତି, ସବୁଥିରେ ଝଲସେ ଜଗା ରାଓଙ୍କ ନିଖୁଣ କାରିଗରୀ । ସେଥିପାଇଁ ଜଣେ ବଣିଆ ଅପେକ୍ଷା କୋରାପୁଟ ସମେତ ପଡୋଶୀ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ଜଣେ ଉତ୍ତମ କଳାକାର ଭାବେ ସେ ଅଧିକ ପରିଚିତ ।

ଲକଡାଉନ ଦେଇଛି ସୁଯୋଗ, ବଣିଆରୁ ପାଲଟିଛନ୍ତି ଶିଳ୍ପୀ

ପଡୋଶୀ ଆନ୍ଧ୍ରପ୍ରଦେଶର ବିଭିନ୍ନ ସହରରେ ଅନେକ ନିଖୁଣ ପ୍ରତିମୂର୍ତ୍ତି ନିର୍ମାଣ କରିବାରେ ବଣିଆ ଜଗା ରାଓଙ୍କ ଯୋଗଦାନ ପ୍ରଶଂସନୀୟ । ନିଜ ପେଶାର ଚାପ ସାଙ୍ଗକୁ ବିଶାଳ ମୂର୍ତ୍ତି ତିଆରି କରିବାର ଭିଡ ମଧ୍ୟରେ ସେ କାଠ ତଥା ପଥରରେ କ୍ଷୁଦ୍ର ଓ ଅତିକ୍ଷୁଦ୍ର ପ୍ରତିକୃତି ତିଆରି କରିବା ସହ ମନ ମୁତାବକ ଚିତ୍ର ମଧ୍ୟ ଆଙ୍କିଥାନ୍ତି । କୋଭିଡ କଟକଣା ଯୋଗୁଁ ବର୍ତ୍ତମାନ ସୁନା ରୂପା ବେପାର ଗତ ଦୁଇ ମାସ ହେବ ମାନ୍ଦା ପଡିଛି । ପେଶାରୁ ଆସୁଥିବା ଆୟ ହଠାତ୍ ବନ୍ଦ ହୋଇଯିବା ଯୋଗୁଁ ଜଗା ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି । ଏପରି ସ୍ଥିତିରେ ନିଜ ଭିତରର କଳାକାରକୁ କଟକଣା ସମୟରେ ଅଧିକ କର୍ମମୁଖର କରିବାକୁ ସଂକଳ୍ପ ନେଇଥିବା ପ୍ରକାଶ କରିଛନ୍ତି ଜଗା । ଏଣୁ ସେ ଅନେକ ଦିନ ଧରି ଅଟକି ରହିଥିବା ସ୍ବପ୍ନକୁ ସାକାର କରିବାକୁ ଅଣ୍ଟା ଭିଡିଛନ୍ତି । ଜଗା ଅସମ୍ପୂର୍ଣ୍ଣ ହୋଇ ରହିଥିବା ବିଶାଳକାୟ ଚିତ୍ର ତଥା ବିଘ୍ନ ବିନାଶକ ଗଣପତିଙ୍କ ବିଭିନ୍ନ ରୂପ ଓ ଛୋଟ ଛୋଟ ପ୍ରତିମୂର୍ତ୍ତି ତିଆରି ଆରମ୍ଭ କରିଛନ୍ତି ।

ଏହି ଚିତ୍ରକଳା ଓ ମୂର୍ତ୍ତି ନିର୍ମାଣ ତାଙ୍କୁ ଆର୍ଥିକ କ୍ଷେତ୍ରରେ କେତେଦୂର ସହଯୋଗ କରିବ ତାହା ସ୍ପଷ୍ଟ ନଥିବା ବେଳେ କୋଭିଡ କଟକଣା ସମୟରେ ଏହା ନିଶ୍ଚିତ ରୂପେ ତାଙ୍କ ମାନସିକ ସନ୍ତୁଳନ ରକ୍ଷା କରିବାବେ ସହାୟକ ହୋଇଥିବା ସେ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Jun 13, 2021, 1:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.