ETV Bharat / state

ଶାବର ଶ୍ରୀକ୍ଷେତ୍ରରେ 'ଆଦିବାସୀ ଓ ଜଗନ୍ନାଥ' ଶୀର୍ଷକ ଆଲୋଚନା ଚକ୍ର

Golden Jublee Of Sabar Srikshetra: ଆୟୋଜିତ ହୋଇଛି 'ଆଦିବାସୀ ଓ ଜଗନ୍ନାଥ' ଶୀର୍ଷକ ଆଲୋଚନା ଚକ୍ର । ଅଞ୍ଚଳର ଆଦିବାସୀ ଓ ଶାବର ଶ୍ରୀକ୍ଷେତ୍ର ମଧ୍ୟରେ ଗତ ୫୦ ବର୍ଷରେ ସମ୍ପର୍କ ବିଷୟରେ ଆଲୋକପାତ କରାଯାଇଛି । ଅଧିକ ପଢ଼ନ୍ତୁ

ଶାବର ଶ୍ରୀକ୍ଷେତ୍ରର ସୁବର୍ଣ୍ଣ ଜୟନ୍ତୀ
ଶାବର ଶ୍ରୀକ୍ଷେତ୍ରର ସୁବର୍ଣ୍ଣ ଜୟନ୍ତୀ
author img

By ETV Bharat Odisha Team

Published : Dec 18, 2023, 6:26 AM IST

ଶାବର ଶ୍ରୀକ୍ଷେତ୍ରର ସୁବର୍ଣ୍ଣ ଜୟନ୍ତୀ

କୋରାପୁଟ: ଶାବର ଶ୍ରୀକ୍ଷେତ୍ରର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ହୋଇଛି 'ଆଦିବାସୀ ଓ ଜଗନ୍ନାଥ' ଶୀର୍ଷକ ଆଲୋଚନା ଚକ୍ର । ଜଗନ୍ନାଥଙ୍କ ପ୍ରତି ଆଦିବାସୀଙ୍କର ନିଷ୍ଠା ଓ ଭକ୍ତି ସମ୍ପର୍କରେ ଆଲୋଚନା କରାଯାଇଛି । କୋରାପୁଟରେ ଜଗନ୍ନାଥ ମହାପ୍ରଭୁ ଆଦିବାସୀଙ୍କ ପ୍ରତ୍ୟକ୍ଷ ସେବା ପାଉଛନ୍ତି ବୋଲି ଏହି ଆଲୋଚନା ଚକ୍ରରେ ଯୋଗଦେଇ ମହନ୍ତ ବିଶ୍ବମ୍ବର ଦାସଜି ମହାରାଜ ମତ ରଖିଛନ୍ତି । ଅଞ୍ଚଳର ଆଦିବାସୀ ଓ ଶାବର ଶ୍ରୀକ୍ଷେତ୍ର ମଧ୍ୟରେ ଗତ ୫୦ ବର୍ଷ ରେ ସମ୍ପର୍କ ଦୃଢ଼ୀଭୂତ ହୋଇଛି । 1972 ମସିହାରେ କୋରାପୁଟ ସହରର କେନ୍ଦ୍ରସ୍ଥଳୀରେ ପ୍ରତିଷ୍ଠା କରାଯାଇଥିଲା ଜଗନ୍ନାଥ ମନ୍ଦିର । ସେହି ଦିନଠାରୁ ଏହାର ନାମ 'ଆଦିବାସୀଙ୍କ କ୍ଷେତ୍ର, ଶାବର ଶ୍ରୀକ୍ଷେତ୍ର' ଭାବେ ନାମକରଣ କରାଯାଇଛି ।

କୋରାପୁଟର ବଡ଼ଦାଣ୍ଡର ଗୋଟିଏ ଛୋଟ ରଥରୁ ଆରମ୍ଭ ହୋଇଥିଲା ରଥଯାତ୍ରା । ବର୍ତ୍ତମାନ ୩ଟି ବିଶାଳକାୟ ରଥ ଗଡୁଥିବାବେଳେ ରଥ ପ୍ରସ୍ତୁତିରେ ଆଦିବାସୀଙ୍କ ଶ୍ରମଦାନ ଅତୁଳନୀୟ । ରଥ ଗୁଡିକୁ ରଙ୍ଗ ଦେବା ଓ କନା ଗୁଡାଇବାଠାରୁ ଆରମ୍ଭ କରି ରଥ ଗୁଡିକୁ ସୁସଜ୍ଜିତ କରି ଯାତ୍ରା ପାଇଁ ପ୍ରସ୍ତୁତ କରିବାରେ ଆଦିବାସୀଙ୍କ ନିଃସର୍ତ୍ତ ସେବା ଉଲ୍ଲେଖଯୋଗ୍ୟ । ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥରେ ଆଦିବାସୀ ଛେରା ପହଁରା କରିଥାନ୍ତି । ରଥ ଉପରେ କୋରାପୁଟ ଜିଲ୍ଲାର ବିଭିନ୍ନ ଗ୍ରାମରୁ ନିମନ୍ତ୍ରିତ ହୋଇ ଆସିଥିବା ଆଦିବାସୀ ଗ୍ରାମ ନାୟକଙ୍କୁ ଶିରୋପା ମଣ୍ଡନ କରାଯାଇ ଜିଲ୍ଳାପାଳଙ୍କ ଦ୍ଵାରା ସମ୍ମାନିତ କରାଯାଏ । କେବଳ ଏତିକି ନୁହେଁ, ରଥ ଉପରେ ତିନି ଠାକୁରଙ୍କ ପାଖରେ ଲାଗି ହେଉଥିବା ଭୋଗକୁ ସମର୍ପଣ କରିବା କ୍ଷେତ୍ରରେ ମଧ୍ୟ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆଦିବାସୀ ଭକ୍ତଙ୍କୁ ଅଗ୍ରାଧିକାର ଦିଆଯାଏ ।

ମନ୍ଦିରର ସମ୍ପାଦକ ଜଗବନ୍ଧୁ ସାମଲ କହିଛନ୍ତି, "ସେମାନଙ୍କ ଦ୍ୱାରା ବଣ ଜଙ୍ଗଲରୁ ସଂଗ୍ରହ କରାଯାଇଥିବା ଫଳ, ମୂଳ, ପତ୍ର ଓ ପୁଷ୍ପକୁ ସର୍ବ ପ୍ରଥମେ ଭୋଗ ଭାବେ ଅର୍ପଣ କରିବା ପରେ ହିଁ ଅନ୍ୟ ଭକ୍ତଙ୍କ ଦ୍ୱାରା ଅଣାଯାଇଥିବା ଭୋଗ ଲାଗି କରାଯାଏ । ଭକ୍ତ ରଥକୁ ଟାଣି ନେଉଥିବା ସମୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଆଦିବାସୀ ଭକ୍ତଙ୍କ ଦ୍ୱାରା କୀର୍ତ୍ତନ ଓ ପାରମ୍ପରିକ ନୃତ୍ୟ ପରିବେଷଣ ଯାତ୍ରାକୁ ଅଧିକ ଆକର୍ଷଣୀୟ କରୁଛି । ଯାତ୍ରାରେ ଆଦିବାସୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ଶାବର ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ପୂଜାର୍ଚ୍ଚନାଠାରୁ ଆରମ୍ଭ କରି ଦେବସ୍ନାନ ଭଳି ସ୍ୱତନ୍ତ୍ର ଉତ୍ସବ ପର୍ଯ୍ୟନ୍ତ ଆଦିବାସୀଙ୍କୁ ବିଶେଷ ସେବା କରିବାର ସୁଯୋଗ ମିଳିଛି ।"

ଦେବସ୍ନାନ ପୂର୍ଣ୍ଣିମା ରାତିଠାରୁ ଶାବର ଶ୍ରୀକ୍ଷେତ୍ରରେ ତିନି ଠାକୁର ଆଦିବାସୀ ସେବକଙ୍କ ଗୁପ୍ତ ସେବା ପାଇଥାନ୍ତି । ପୂର୍ବ ପୁରୁଷଠାରୁ ବିଶ୍ୱାବସୁଙ୍କ ଗୁପ୍ତସେବା ପରମ୍ପରାକୁ ଆଧାର କରି ଆଦିବାସୀ ସେବକ ରାମଚନ୍ଦ୍ର ଗେମେଲ ତିନି ଠାକୁରଙ୍କ ଉପଚାର କରିଥାନ୍ତି। ଆଦିବାସୀ ପୂଜା ପରମ୍ପରାରେ ପ୍ରକୃତିକୁ ପୂଜା କରିବାର ବିଧି ରହିଥିବାବେଳେ ଦାରୁବ୍ରହ୍ମ ଭାବେ ପୂଜା ପାଉଥିବା ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଆଦିବାସୀଙ୍କ ଶ୍ରଦ୍ଧା ରହିଛି ।

ଏହା ବି ପଢନ୍ତୁ...ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ, ପଞ୍ଚଦିବସୀୟ ମହାଯଜ୍ଞ ଶୁଭାରମ୍ଭ

ଶାବର ଶ୍ରୀକ୍ଷେତ୍ରରେ ଆଦିବାସୀ ଓ ଅଣ ଆଦିବାସୀଙ୍କ ସମନ୍ଵୟରେ ରଥଯାତ୍ରା ଏବଂ ମନ୍ଦିର ପରିଚାଳନା ହେଉଥିବା ଯୋଗୁଁ ଭକ୍ତଙ୍କ ହୃଦୟରେ ତିନି ଠାକୁରଙ୍କୁ ରତ୍ନ ସିଂହାସନରେ ଓ ରଥ ଉପରେ ଦର୍ଶନ କରିବା ପାଇଁ ସମସ୍ତଙ୍କ ମଧ୍ୟରେ ବ୍ୟାକୁଳତା ବଢ଼ି ଚାଲିଛି । ଶାବର ଶ୍ରୀକ୍ଷେତ୍ରର ଏହି ଅନନ୍ୟ ପରମ୍ପରା ଭକ୍ତ ଓ ଭଗବାନଙ୍କୁ ଗୋଟିଏ ସୂତା ଖିଅରେ ବାନ୍ଧି ରଖିଥିବା ନେଇ ମତ ପ୍ରକାଶ କରିଛନ୍ତି । ପଦ୍ମଶ୍ରୀ ସଦାଶିବ ରଥଶର୍ମା, ପ୍ୟାରୀମୋହନ ମହାପାତ୍ର ଏବଂ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଠାରୁ ଆରମ୍ଭ କରି ଗତ କିଛିଦିନ ପୂର୍ବେ ମୃତ୍ୟୁବରଣ କରିଥିବା ବିଜୟ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ମନ୍ଦିର ପ୍ରତିଷ୍ଠା ବେଳଠାରୁ ସେବା ଯୋଗାଇ ଥିବା 22 ଜଣ ବିଶିଷ୍ଟ ଜଗନ୍ନାଥ ସେବକଙ୍କୁ 'ମରଣୋପରାନ୍ତ ସମ୍ମାନ' ପ୍ରଦାନ କରାଯାଇଛି । ଅବସରପ୍ରାପ୍ତ ଡିଜିପି ସନ୍ତୋଷ ଉପାଧ୍ୟାୟଙ୍କ ଉପସ୍ଥିତିରେ ସେହି 22 ଜଣଙ୍କ ପରିବାରର ସଦସ୍ୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.