କୋରାପୁଟ: ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ ଭର୍ତ୍ତି ଟ୍ୟାଙ୍କର । ଜିଲ୍ଲାର ସୁଙ୍କି-ପଟାଙ୍ଗି ଜାତୀୟ ରାଜପଥରେ ଓଲଟିପଡିଛି ଏହି ଟ୍ୟାଙ୍କର । ଘାଟି ରାସ୍ତାର ରାଜୁଗୁଡା ନିକଟରେ ଟ୍ୟାଙ୍କରଟି ଓଲଟି ପଡିଛି । ଫଳରେ କୋରାପୁଟ ବିଶାଖାପାଟଣା ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ଏନେଇ ଗ୍ୟାସ ଲିକେଜ ହେବାର ଭୟ ଦେଖାଦେଇଥିବା ଯୋଗୁଁ ଦୁର୍ଘଟଣା ଗ୍ରସ୍ତ ଟ୍ୟାଙ୍କରଟିକୁ ସୁରକ୍ଷିତ ଭାବେ ହଟାଇବାକୁ ଉଦ୍ୟମ କରୁଛି ପଟାଙ୍ଗି ପୋଲିସ ଓ ଅଗ୍ନିଶମ ବାହିନୀ । ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି । ଗ୍ୟାସ ଲିକ୍ ହେଉଥୁବାରୁ ଅଘଟଣକୁ ରୋକିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଲଗାତର ଭାବେ ଟ୍ୟାଙ୍କର ଉପରେ ପାଣି ସ୍ପ୍ରେ କରାଯାଉଛି ।
-
Public Notice!
— Collector and District Magistrate, Koraput (@dmkoraput) November 29, 2022 " class="align-text-top noRightClick twitterSection" data="
Traffic on the Sunki ghati has been temporarily diverted from Sunki, Rajuguda, Pukali to NH Pukali Chowk (Near Pottangi) due to LPG Gas leakage in a gas carrying vehicle in Sunki Ghati.
">Public Notice!
— Collector and District Magistrate, Koraput (@dmkoraput) November 29, 2022
Traffic on the Sunki ghati has been temporarily diverted from Sunki, Rajuguda, Pukali to NH Pukali Chowk (Near Pottangi) due to LPG Gas leakage in a gas carrying vehicle in Sunki Ghati.Public Notice!
— Collector and District Magistrate, Koraput (@dmkoraput) November 29, 2022
Traffic on the Sunki ghati has been temporarily diverted from Sunki, Rajuguda, Pukali to NH Pukali Chowk (Near Pottangi) due to LPG Gas leakage in a gas carrying vehicle in Sunki Ghati.
ତେବେ ବିଶାଖାପାଟଣାରୁ ଏକ ବୈଷୟିକ ଟିମ ଦୁର୍ଘଟଣା ସ୍ଥଳକୁ ଆସୁଥୁବା ସୁନାବେଡା ଏସଡିପିଓ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି ଦୁର୍ଘଟଣାରେ କାହାରି କିଛି ନଷ୍ଟ ହୋଇ ନ ଥିବା ସୂଚନା ମିଳିଛି।
ଏପଟେ ଏହି ଦୁର୍ଘଟଣା ପରେ ସୁଙ୍କି, ରାଜୁଗୁଡା ଏବଂ ପୁକାଲି ପଟୁ ଆସୁଥିବା ଗାଡିକୁ ଜାତୀୟ ରାଜପଥ ପୁକାଲି ଛକ (ପଟାଙ୍ଗି) ଦେଇ ଛଡାଯାଉଥିବା ଜିଲ୍ଲାପାଳ ଅବଦୁଲ ଅକ୍ତର ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ଇଟିଭି ଭାରତ, କୋରାପୁଟ