କୋରାପୁଟ: କୋରାପୁଟ-ଜୟପୁର ଘାଟି ତଳକୁ ଖସିଲା ଗ୍ୟାସ ଟ୍ୟାଙ୍କର । ତେବେ ଗତକାଲି(ବୁଧବାର) କୋରାପୁଟ-ଜୟପୁର ଘାଟିରେ କୋରାପୁଟ ଆଡରୁ ଜୟପୁର ଯାଉଥିବା ଏକ ଗ୍ୟାସ ଟ୍ୟାଙ୍କର ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲା ।
ସୂଚନା ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବିଶାଖାପାଟଣାରୁ ବିଶେଷଜ୍ଞ ଦଳ ପହଞ୍ଚି ଗ୍ୟାସ ଟ୍ୟାଙ୍କରରୁ ଗ୍ୟାସ ବାହାର କରିବା ତଥା ଟ୍ୟାଙ୍କରକୁ ରାସ୍ତାରୁ ହଟାଇବା ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି । ତେଣୁ ଘାଟି ଦେଇ ଯାତାୟତକୁ ଆଜି ସକାଳୁ ସଂନ୍ଧ୍ୟା 6ଟା ଯାଏଁ ବନ୍ଦ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଏପଟେ କୋରାପୁଟ -ବୋରିଗୁମ୍ମା ରୋଡରେ ରାଣିଗଡ ବାଟ ଦେଇ କୋରାପୁଟ ଓ ଜୟପୁର ମଧ୍ୟରେ ଯାତାୟତ କରିବା ପାଇଁ ଟ୍ରାଫିକ ନିୟନ୍ତ୍ରଣ କରାଯାଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ