ETV Bharat / state

ଆସୁଛନ୍ତି ପର୍ବତୀ ନନ୍ଦନ, କୋରାପୁଟରେ ଜୋରଦାର ପ୍ରସ୍ତୁତି

author img

By

Published : Aug 28, 2022, 1:54 PM IST

ଆଉ କିଛିଦିନ ପରେ ଗଣେଶ ପୂଜା । ଧରାପୃଷ୍ଠକୁ ଓହ୍ଲାଇ ଆସିବେ ପାର୍ବତୀ ନନ୍ଦନ । ଏନେଇ କୋରାପୁଟରେ ଗଣେଶ ପୂଜା ପ୍ରସ୍ତୁତି ଜୋରଦାର ହୋଇଛି। ଅଧିକ ପଢନ୍ତୁ

ଗଣେଷ ପୂଜା ଉତ୍ସବ
ଗଣେଷ ପୂଜା ଉତ୍ସବ

କୋରାପୁଟ: ଆଉ ଦିନ କେଇଟା ପରେ ଧରାପୃଷ୍ଠରେ ବିରାଜିବେ ବିଘ୍ନ ବିନାଶକ । ଗାଁ ଗଣ୍ଡା ଓ ସହରର ଗଳି କନ୍ଦିରେ ବିଘ୍ନ ବିନାଶକଙ୍କ ମୂର୍ତ୍ତି ବିକ୍ରୟ କେନ୍ଦ୍ର ଖୋଲାଯାଇଛି । ଘରେ ପୂଜା କରିବା ପାଇଁ ମାଟିର ଛୋଟ ମୂର୍ତ୍ତିଠାରୁ ଆରମ୍ଭ କରି ପ୍ଲାଷ୍ଟର ଅଫ ପ୍ୟାରିସରେ ତିଆରି ହୋଇଛି ବିଘ୍ନ ବିନାଶକଙ୍କ ବିଶାଳକାୟ ପ୍ରତିମୂର୍ତ୍ତି । ମୂର୍ତ୍ତି କିଣିବାକୁ ଦୋକାନରେ ଗ୍ରାହକଙ୍କ ଭିଡ ଲାଗିଛି । କୋରାପୁଟରେ ଗଣେଶ ପୂଜା ପ୍ରସ୍ତୁତି ଜୋରଦାର ହୋଇଛି ।

ଗଣେଷ ପୂଜା ଉତ୍ସବ

ଘରେ, ବିଦ୍ୟାଳୟରେ ଓ ସାହିର ଛକ ଜାଗାରେ ଗଣପତି ପୂଜା ପାଇବେ । କିନ୍ତୁ ପୂର୍ବେ ଗଣେଶ ପୂଜା ଆୟୋଜନ କରିବା ସମୟରେ ମିଳୁଥିବା ଆନନ୍ଦ କ୍ରମେ କମିବାରେ ଲାଗୁଥିବା ଶିଳ୍ପୀ ଆଶଙ୍କା କରିଛନ୍ତି । ନିଜ ଛାତ୍ର ଜୀବନରେ ବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ଗଣେଶ ପୂଜାରେ ଗଣେଶ ମୂର୍ତ୍ତି ତିଆରି କରିଥିବା ଶିଳ୍ପୀ ସତ୍ୟନାରାୟଣ ଚୌଧୁରୀଙ୍କ ମତରେ, ‘ଗଣେଶ ପୂଜା କେବଳ ଏକ ପୂଜା ନୁହେଁ ବରଂ ଏକ ସାମୁହିକ ଯଜ୍ଞ। ବିଦ୍ୟାଳୟରେ ଗଣେଶ ପୂଜା ଅନୁଷ୍ଠିତ କରିବା ପାଇଁ ଛାତ୍ରଛାତ୍ରୀ ପରସ୍ପର ମଧ୍ୟରେ ସୁସମ୍ପର୍କ ରଖି ଯୋଜନା କରୁଥିଲେ । ପୂଜା ସୁରୁଖୁରୁରେ ତୁଲାଇବାକୁ ଦାୟିତ୍ବ ନିଅନ୍ତି । ’

ପୂର୍ବେ ବିଦ୍ୟାଳୟରେ ପିଲାଏ ନିଜେ ମୂର୍ତ୍ତି ନିର୍ମାଣ କରୁଥିବା ଯୋଗୁଁ ମାଟି ଆଣିବା ଠାରୁ ଆରମ୍ଭ କରି ମୂର୍ତ୍ତିରେ ରଙ୍ଗ ଭରିବା ଯାଏଁ ଏକ ଅପୂର୍ବ ଆନନ୍ଦ ପାଉଥିଲେ । କିନ୍ତୁ ବର୍ତ୍ତମାନ ବଜାରରୁ ତିଆରି ହୋଇଯାଇଥିବା ମୂର୍ତ୍ତି କିଣି ପୂଜା କରୁଥିବା ଯୋଗୁଁ ଆଜିର ଛାତ୍ରଛାତ୍ରୀ ସେହି ଅନନ୍ୟ ଆନନ୍ଦ ପାଇବାରୁ ବଞ୍ଚିତ ହେଉଥିବା କହିଛନ୍ତି ଶିଳ୍ପୀ । ବର୍ତ୍ତମାନ କୋରାପୁଟ ବଜାରରେ ମିଳୁଥିବା ଗଣେଶ ମୂର୍ତ୍ତିରୁ ଅଧିକାଂଶ ଆନ୍ଧ୍ର ପ୍ରଦେଶରୁ ଅଣାଯାଇଥିବା ବେଳେ କୋରାପୁଟରେ ମୂର୍ତ୍ତି ତିଆରି କରିବା ପାଇଁ ଚିକିଟା ମାଟି ମିଳୁନାହିଁ । ଫଳରେ ବାହାର ବଜାରରୁ ଆସିଥିବା ପ୍ଲାଷ୍ଟର ଅଫ ପ୍ୟାରିସରେ ନିର୍ମିତ ମୂର୍ତ୍ତି କିଣିବା ପାଇଁ ସମସ୍ତେ ବାଧ୍ୟ ହେଉଛନ୍ତି ।

ଏହା ବି ପଢନ୍ତୁ...ବିରାଜିବେ ବିଘ୍ନ ବିନାଶକ, ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

ତେବେ ସେ ଯାହା ବି ହେଉ 2 ବର୍ଷ ପରେ ଗଣେଶ ପୂଜା ଧୁମଧାମରେ ପାଳନ ହେବାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କୋରାପୁଟରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.