ETV Bharat / state

ସାର ହେରଫେର ଅଭିଯୋଗରେ ସମବାୟ ଲ୍ୟାମ୍ପ୍ସର ପୂର୍ବତନ ଏମଡି ନିଲମ୍ବିତ - କୋରାପୁଟ

ସାର ହେରଫେର ଅଭିଯୋଗରେ ନିଲମ୍ବିତ ହେଲେ କୋରାପୁଟ ସମବାୟ ଲ୍ୟାମ୍ପ୍ସର ପୂର୍ବତନ ଏମଡି ବସନ୍ତ କୁମାର ଦାସ । ଏହାସହ ପରିଚାଳକ ରୂପଧର ପାଙ୍ଗିଙ୍କ ବିରୋଧରେ ମାମଲା ରୁଜୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Jul 24, 2019, 10:28 PM IST

କୋରାପୁଟ: ପଟ୍ଟାଙ୍ଗି ସମବାୟ ଲ୍ୟାମ୍ପ୍ସର ପୂର୍ବତନ ଏମଡି ବସନ୍ତ କୁମାର ଦାସଙ୍କୁ ନିଲମ୍ବିତ କରାଯାଇଛି । ସାର କିଣାବିକାରେ ହୋଇଥିବା ଆର୍ଥିକ ହେରଫେର ଅଭିଯୋଗକୁ ଆଧାର କରି ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ ତାଙ୍କୁ ଚାକିରିରୁ ନିଲମ୍ବିତ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ପ୍ରକାଶଥାଉକି, ୨୦୧୮ ମସିହା ଜୁନ ମାସଠାରୁ ସେପ୍ଟେମ୍ବର ମାସ ମଧ୍ୟରେ ପଟ୍ଟାଙ୍ଗି ଲ୍ୟାମ୍ପ୍ସ ତରଫରୁ ଲ୍ୟାମ୍ପସ ର ଏମଡି ଶ୍ରୀ ଦାସ ଓ ପରିଚାଳକ ରୂପଧର ପାଙ୍ଗିଙ୍କ ମାଧ୍ୟମରେ ୨୫ ଲକ୍ଷ ଟଙ୍କା ମୂଲ୍ୟର ୨୦୨୦ କ୍ୱିଣ୍ଟାଲ ସାର ବିକ୍ରି କରାଯାଇଥିଲା । କିନ୍ତୁ ଏହି ବିକ୍ରି ପରେ ୧୬.୨୩ ଲକ୍ଷ ଟଙ୍କାର ହିସାବ ନମିଳିବା ଯୋଗୁଁ ଶ୍ରୀ ଦାସଙ୍କୁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିକୁ ବଦଳି କରିଥିଲେ । ଏହାପରେ ଜୟପୁରର କେନ୍ଦ୍ରୀୟ ଅଫିସରୁ ଏକ ଦଳ ପଟ୍ଟାଙ୍ଗି ଆସି ଅଭିଯୋଗର ତଦନ୍ତ କରିଥିଲେ । ତଦନ୍ତ ପରେ କେନ୍ଦ୍ରୀୟ କାର୍ଯ୍ୟାଳୟର ନିର୍ଦେଶ କ୍ରମେ ଉଭୟ ଶ୍ରୀ ଦାସ ଓ ଶ୍ରୀ ପାଙ୍ଗିଙ୍କ ବିରୋଧରେ ଅର୍ଥ ଆତ୍ମସାତ ଅଭିଯୋଗ ପତ୍ର ଦାଖଲ କରାଗଲା ।

ତେବେ ପୋଲିସ ତାର ତଦନ୍ତ ଜାରି ରଖିଥିବା ବେଳେ ରୂପଧର ପାଙ୍ଗି ଫେରାର ଥିବା ଥାନା ଅଧିକାରୀ ବିନୟ କୁମାର ରାୟ ସୂଚନା ପ୍ରଦାନ କରିଛନ୍ତି । ଅନ୍ୟପକ୍ଷେ ଏହି ଆର୍ଥିକ ଅନିୟମିତତା ଘଟଣାରେ ତାଙ୍କର କିଛି ଦୋଷ ନାହିଁ ବୋଲି ଶ୍ରୀ ଦାସ ସଫେଇ ଦେଇଛନ୍ତି ।

କୋରାପୁଟରୁ ସି ଏଚ ସାନ୍ତାକାର, ଇଟିଭି ଭାରତ

Intro:ପଟ୍ଟାଙ୍ଗି ସମବାୟ ଲ୍ୟାମ୍ପସ ର ପୂର୍ବତନ ଏମଡି ବସନ୍ତ କୁମାର ଦାସ ଙ୍କ ବିରୁଦ୍ଧରେ ସାର କିଣାବିକା ରେ ହୋଇଥିବା ଆର୍ଥିକ ହେରଫେର ଅଭିଯୋଗକୁ ଆଧାର କରି ଆଜି କୋରାପୁଟ ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି । Body:୨୦୧୮ ମସିହା ଜୁନ ମାସଠାରୁ ସେପ୍ଟେମ୍ବର ମାସ ମଧ୍ୟରେ ପଟ୍ଟାଙ୍ଗି ଲ୍ୟାମ୍ପସ ତରଫରୁ ଲ୍ୟାମ୍ପସ ର ଏମଡି ଶ୍ରୀ ଦାସ ଓ ପରିଚାଳକ ରୂପଧର ପାଙ୍ଗିଙ୍କ ମାଧ୍ୟମରେ ୨୫ ଲକ୍ଷ ଟଙ୍କା ମୂଲ୍ୟର ୨୦୨୦ କ୍ୱିଣ୍ଟାଲ ସାର ବିକ୍ରି କରାଯାଇଥିଲା । କିନ୍ତୁ ଏହି ବିକ୍ରି ପରେ ୧୬.୨୩ ଲକ୍ଷ ଟଙ୍କାର ହିସାବ ନମିଳିବା ଯୋଗୁଁ ଶ୍ରୀ ଦାସ ଙ୍କୁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି କୁ ବଦଳି କରି ଜୟପୁରର କେନ୍ଦ୍ରୀୟ ଅଫିସରୁ ଏକ ଦଳ ପଟ୍ଟାଙ୍ଗି ଆସି ଅଭିଯୋଗର ତଦନ୍ତ କରିଥିଲେ । ତଦନ୍ତ ପରେ କେନ୍ଦ୍ରୀୟ କାର୍ଯ୍ୟାଳୟର ନିର୍ଦେଶ କ୍ରମେ ଉଭୟ ଶ୍ରୀ ଦାସ ଓ ଶ୍ରୀ ପାଙ୍ଗିଙ୍କ ବିରୁଦ୍ଧରେ ନୂତନ ଭାବେ ଯୋଗ ଦେଇଥିବା ଏମଡି ରାମଚନ୍ଦ୍ର ଖେମୁଣ୍ଡୁ ପଟ୍ଟାଙ୍ଗି ଥାନାରେ ଅର୍ଥ ଆତ୍ମସାତ ର ଅଭିଯୋଗ ପତ୍ର ଦାଖଲ କଲେ । ପୋଲିସ ତାର ତଦନ୍ତ ଜାରି ରଖିଥିବା ବେଳେ ରୂପଧର ପାଙ୍ଗି ଫେରାର ଥିବା ଥାନା ଅଧିକାରୀ ବିନୟ କୁମାର ରାୟ ସୂଚନା ପ୍ରଦାନ କରିଛନ୍ତି । Conclusion:କିନ୍ତୁ ଏହି ତଦନ୍ତ ଆରମ୍ଭ ହେବାର ବହୁ ପୂର୍ବରୁ ଲ୍ୟାମ୍ପସ ପରିଚାଳକ ଶ୍ରୀ ପାଙ୍ଗି ଙ୍କ ବିରୁଦ୍ଧରେ ଅର୍ଥ ଆତ୍ମସାତ ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରାଯାଇଥିଲା ଓ ଏ ଆର୍ଥିକ ଅନିୟମିତତା ର ଘଟଣାରେ ତାଙ୍କର କିଛି ଦୋଷ ନାହିଁ ବୋଲି ଶ୍ରୀ ଦାସ ସଫେଇ ଦେଇଛନ୍ତି ।
...........
Byte : ରାମଚନ୍ଦ୍ର ଖେମୁଣ୍ଡୁ , ଏମଡି, ପଟ୍ଟାଙ୍ଗି ଲ୍ୟାମ୍ପସ ( White shirt standing near the wall)
Byte : ବିଶୁ ଖିଲ , ସଭାପତି , ପଟ୍ଟାଙ୍ଗି ଲ୍ୟାମ୍ପସ ( Sitting with a red inner wear)
Byte : ବିନୟ କୁମାର ରାୟ , ଥାନା ଅଧିକାରୀ , ପଟ୍ଟାଙ୍ଗି( Black T Shirt)
Byte : ବସନ୍ତ କୁମାର ଦାସ , ପୂର୍ବତନ ଏମଡି , ପଟ୍ଟାଙ୍ଗି ଲ୍ୟାମ୍ପସ
...........
ଶାନ୍ତାକାର
କୋରାପୁଟ
............
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.