ETV Bharat / state

ଲଢୁଆ ଆଦିବାସୀ ନାରୀ ନେତ୍ରୀ ଚନ୍ଦ୍ରମା ସାଆନ୍ତଙ୍କ ପରଲୋକ - patangi latest news

ପୂର୍ବତନ ପଟାଙ୍ଗୀ ବିଧାୟିକା ତଥା କଂଗ୍ରେସ ନେତ୍ରୀ ଚନ୍ଦ୍ରମା ସାଆନ୍ତାଙ୍କ ପରଲୋକ । ସ୍ବର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦୀରା ଗାନ୍ଧୀଙ୍କ ଡାକରାରେ ଅନୁପ୍ରାଣିତ ହୋଇ ରାଜନୀତିରେ ସାମିଲ ହୋଇଥିଲେ । ଏହା ପରେ ପଟାଙ୍ଗୀରୁ ଦୁଇ ଥର ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ । ଅଧିକ ପଢନ୍ତୁ...

ଲଢୁଆ ଆଦିବାସୀ ନାରୀ ନେତ୍ରୀ ଚନ୍ଦ୍ରମା ସାଆନ୍ତାଙ୍କ ପରଲୋକ

author img

By

Published : Jun 25, 2021, 9:17 PM IST

କୋରାପୁଟ: ପଟାଙ୍ଗୀର ପୂର୍ବତନ ବିଧାୟିକା ଓ ବ୍ଲକ ଅଧ୍ୟକ୍ଷା ତଥା କୋରାପୁଟ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷା ଚନ୍ଦ୍ରମା ସାଆନ୍ତା ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କ ବୟସ 83 ବର୍ଷ ହୋଇଥିଲା । ତାଙ୍କ ବିୟୋଗରେ କଂଗ୍ରେସର ସମସ୍ତ ନେତୃବୃନ୍ଦ ସହ ଅନ୍ୟାନ୍ୟ ରାଜନୈତିକ ଦଳର ନେତୃତ୍ବ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଲଢୁଆ ଆଦିବାସୀ ନାରୀ ନେତ୍ରୀ ଚନ୍ଦ୍ରମା ସାଆନ୍ତାଙ୍କ ପରଲୋକ
ଲଢୁଆ ଆଦିବାସୀ ନାରୀ ନେତ୍ରୀ ଚନ୍ଦ୍ରମା ସାଆନ୍ତାଙ୍କ ପରଲୋକ

କୋରାପୁଟ ଜିଲ୍ଲାର ନିର୍ବାଚନରେ 2 ଥର ପୁରୁଷ ପ୍ରାର୍ଥୀଙ୍କୁ ପଛରେ ପକାଇ ଏକମାତ୍ର ମହିଳା ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ଚନ୍ଦ୍ରମା ସାଆନ୍ତା । ସେ ପଟାଙ୍ଗି ବିଧାନସଭା ଆସନରୁ 1980 ଓ 1985ରେ କଂଗ୍ରେସରୁ ଲଢି ବିଜୟୀ ହୋଇଥିଲେ । ଏହା ପୂର୍ବରୁ ସେ ଅନେକ ଥର ପଞ୍ଚାୟତ ସମିତିର ସଭାପତି ମଧ୍ୟ ହୋଇଥିଲେ । ବିଧାୟକ ହେବା ପରେ 2002 ରୁ 2007 ପର୍ଯ୍ୟନ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିଜ ଦକ୍ଷତାକୁ ପ୍ରତିପାଦନ କରିଥିଲେ । ସେ ପ୍ରଥମ ଥର ଯେତେବେଳେ ବିଧାୟିକା ହୋଇଥିଲେ ସେତେବେଳେ ପାଡୁଆ ନିକଟସ୍ଥ ପାତାଳି ନଦୀ ଉପରେ ପୋଲ ନିର୍ମାଣ ପାଇଁ ଲୋକଙ୍କ ଦାବିକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଥିଲେ। ଆଉ ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିଥିଲେ । ଯାହାକୁ ପରିଣତ ବୟସରେ ମଧ୍ୟ ମନେପକାଇ ଅନେକ ବାର ଉଲ୍ଲସିତ ହୋଇଉଠିଛନ୍ତି ।

ନାରୀ ଜାଗରଣ ପାଇଁ ତାଙ୍କୁ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଠାରୁ ମିଳିଥିବା ପ୍ରେରଣା ତାଙ୍କୁ ବହୁ ଆଗକୁ ନେଇଯାଇଥିଲା ବୋଲି ସେ ଗର୍ବର ସହିତ ଦଳୀୟ କର୍ମୀଙ୍କୁ ଅନେକ ବାର ବର୍ଣ୍ଣନା କରିଛନ୍ତି । ରାଜନୈତିକ ଦଳରେ ମହିଳାଙ୍କୁ ସଙ୍ଗଠିତ କରି ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ଦେବା ପାଇଁ ପରିଣତ ବୟସରେ ମଧ୍ୟ ମହିଳାଙ୍କୁ ଏକତ୍ରିତ କରି ମହିଳା ଶକ୍ତିର ଜାଗରଣ କରିପାରିବେ ବୋଲି ସେ ବାରମ୍ବାର ଦୃଢୋକ୍ତି ପ୍ରକାଶ କରି ଆସିଥିଲେ । ଆଜି ତାଙ୍କ ବିୟୋଗ ଫଳରେ କୋରାପୁଟ ଜିଲ୍ଲା ଜଣେ ନାରୀ ନେତୃତ୍ଵର ଜ୍ଵଳନ୍ତ ଉଦାହରଣକୁ ହରାଇଥିବା ଜିଲ୍ଲାବାସୀ ଅନୁଭବ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.