ETV Bharat / state

କୋରାପୁଟ ପୌରପରିଷଦର ପ୍ରଥମ ବୈଠକ, ପରିମଳ ବ୍ୟବସ୍ଥାକୁ ନେଇ ଚିନ୍ତା

author img

By

Published : May 7, 2022, 2:20 PM IST

କୋରାପୁଟ ପୌରପରିଷଦ ନବ ନିର୍ବାଚିତ ସଦସ୍ୟଙ୍କୁ ନେଇ ପ୍ରଥମ ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

କୋରାପୁଟ ପୌର ପରିଷଦର ପ୍ରଥମ ବୈଠକ;ପରିମଳ ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କଲେ ଜନ ପ୍ରତିନିଧି

କୋରାପୁଟ: କୋରାପୁଟ ପୌରପରିଷଦ ନବ ନିର୍ବାଚିତ ସଦସ୍ୟଙ୍କୁ ନେଇ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୈନିକ ବଜାରର ସମୃଦ୍ଧି, ଶ୍ମଶାନରେ ଚାଲିଥିବା କାର୍ଯ୍ୟର ଅଗ୍ରଗତି, ଚନ୍ଦନ ପୋଖରୀ ପରିଚାଳନା ଓ ଦୈନିକ ବଜାର ଟିକସ ସଂଗ୍ରହ ପାଇଁ ଟେଣ୍ଡର ଡାକିବା ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ସହରର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ସମସ୍ତଙ୍କ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଥିଲା ।

ତେବେ ଏ ଦିଗରେ ତୁରନ୍ତ ଆବଶ୍ୟକ ହେଉଥିବା ପଦକ୍ଷେପ ଗ୍ରହଣ କରିବା ସମ୍ପର୍କରେ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ କହିଛନ୍ତି । ଦଳମତ ନିର୍ବିଶେଷରେ ଆଜି(ଶନିବାର) ସମସ୍ତ କାଉନସିଲର ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.