ETV Bharat / state

ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ, ଦୁର୍ବୃତ୍ତ ଫେରାର

ନିଶବ୍ଦ ରାତିରେ ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ । ଘଟଣାଟି ହେଉଛି କୋଟପାଡ ବ୍ଲକ ଘଟର୍ଲା ନିକଟସ୍ଥ କୁସୁମଗୁଡାର । ରବିବାର ରାତି ପ୍ରାୟ 11ଟାବେଳେ ଯୁବ ବ୍ୟବସାୟୀ ସତୀଶ ଗୁପ୍ତା ଶୋଇଥିବା ସମୟରେ ତିନି ଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ତାଙ୍କ ଉପରେ ଗୁଳିମାଡ କରିଥିଲେ ।

author img

By

Published : May 27, 2019, 5:42 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ନିଶବ୍ଦ ରାତିରେ ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ । ଘଟଣାଟି ହେଉଛି କୋଟପାଡ ବ୍ଲକ ଘଟର୍ଲା ନିକଟସ୍ଥ କୁସୁମଗୁଡାର । ରବିବାର ରାତି ପ୍ରାୟ 11ଟାବେଳେ ଯୁବ ବ୍ୟବସାୟୀ ସତୀଶ ଗୁପ୍ତା ଶୋଇଥିବା ସମୟରେ ତିନି ଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ତାଙ୍କ ଉପରେ ଗୁଳିମାଡ କରିଥିଲେ । ଆହତ ସତୀଶଙ୍କୁ ତୁରନ୍ତ କୋଟପାଡ ମେଡିକାଲ ଓ ଛତିଶଗଡର ଜଗଦଲପୁରକୁ ନିଆଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ତେବେ ଆହତ ସତୀଶଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇ ପଡିବାରୁ ପରିବାର ଲୋକେ ତାଙ୍କୁ ରାଜପୁରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ବର୍ତ୍ତମାନ ସତୀଶ ବିପଦମୁକ୍ତ ରହିଥିବା ସହ କୋଟପାଡ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାରେ ତିନି ଦୁର୍ବୃତ୍ତ ଫେରାର ରହିଥିବାବେଳେ ସେମାନଙ୍କର କୌଣସି ପରିଚୟ ମିଳି ପାରିନଥିବା ସୂଚନା ଦେଇଛି କୋଟପାଡ ପୋଲିସ ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

କୋଟପାଡ ବ୍ଲକ ର ଘଟର୍ଲା ନିକଟର କୁସୁମଗୁଡା ଠାରେ ଗତକାଲି ରାତି ୧୧ତା ବେଳେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡରେ ସତୀଶ ଗୁପ୍ତା ନାମକ ଜଣେ ଯୁବ ବ୍ୟବସାୟୀ ଆହତ ହୋଇଛନ୍ତି ।  ଶ୍ରୀ ଗୁପ୍ତା ରାତିରେ ଦୋକାନ ବନ୍ଦ କରି ବାରଣ୍ଡାରେ  ଶୋଇଥିବା ବେଳେ ତିନି ଜଣ ଦୁର୍ବୁତ ମଟରସାଇକଲ ରେ  ଆସି ଗୁଳି କରି ଫେରାର ହୋଇଥିବା ଗାଁଲୋକେ ଜଣାଇଛନ୍ତି ।  ଆହତ ସତିଶଙ୍କୁ ତୁରନ୍ତ କୋଟପାଡ ମେଡିକାଲ୍ ପରେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ର ଜଗଦଲପୁର କୁ ନିଆଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ହେବା ଯୋଗୁଁ ପରିବାର ବର୍ଗ ତାଙ୍କୁ  ରାଜପୁର ର ଏକ ଘରୋଇ  ମେଡିକାଲ କୁ ସ୍ଥାନାନ୍ତରିତ କରିଥିଲେ । ବର୍ତମାନ ସତୀଶ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିପଦମୁକ୍ତ ଥିବା ବେଳେ  କୋଟପାଡ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।
.......
ଶାନ୍ତାକାର
କୋରାପୁଟ
........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.