ETV Bharat / state

ନାହିଁ ଶୀତଳ ଭଣ୍ଡାର, ରାଣୀ କନ୍ଦା ପାଇଁ ବଜାର ମାନ୍ଦା - କନ୍ଦମୂଳ ଚାଷ

କୋରାପୁଟ ଜିଲ୍ଲାରେ ଅଧିକ ମାତ୍ରାରେ ଚାଷ ହୁଏ କନ୍ଦମୂଳ । ତେବେ ଉତ୍ପାଦନ ଅଧିକ ଥିବାରୁ ବଜାର ଚାହିଦା ନଥିବାବେଳେ, କମ ମୂଲ୍ୟରେ ବିକ୍ରି କରାଯାଉଛି । ଶୀତଳ ଭଣ୍ଡାର ଥିଲେ ଚାଷୀ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି । ଅଧିକ ପଢନ୍ତୁ

ନାହିଁ ଶୀତଳ ଭଣ୍ଡାର, ରାଣୀ କନ୍ଦା ପାଇଁ ବଜାର ମାନ୍ଦା

author img

By

Published : Nov 25, 2022, 1:14 PM IST

କୋରାପୁଟ: ଜିଲ୍ଲାର ଅଧିକାଂଶ ସ୍ଥାନରେ ଆଦିବାସୀମାନେ ଏହି ଋତୁରେ କନ୍ଦମୂଳ ଚାଷ କରିଥାନ୍ତି । ଯାହାକୁ ରାଣୀ କନ୍ଦା ମଧ୍ୟ କୁହାଯାଇଥାଏ । ତେବେ ଚାଷୀଙ୍କ ପାଇଁ ବଜାର ସହ ଶୀତଳ ଭଣ୍ଡାର ଥିଲେ ଚାଷୀମାନେ ଲାଭବାନ ହୋଇପାରନ୍ତେ ବୋଲି କହିଛନ୍ତି । ଦଶମନ୍ତପୁର ଠାରୁ ଆରମ୍ଭ କରି ପଟ୍ଟାଙ୍ଗି ପର୍ଯ୍ୟନ୍ତ ଶହ ଶହ ଚାଷୀ ବର୍ତ୍ତମାନ କନ୍ଦମୂଳ ଯାହାକୁ ଆଦିବାସୀମାନେ ଚାଷ କରୁଛନ୍ତି । ତିନି ଚାରିମାସରେ ଫସଲ ପ୍ରସ୍ତୁତ ହେଉଥିବା ଯୋଗୁଁ ଆଦିବାସୀ ଚାଷୀଙ୍କ ମଧ୍ୟରେ ଏହି ଚାଷ ପ୍ରତି ବିଶେଷ ଆଗ୍ରହ ଦେଖା ଦେଇଛି ।

ନାହିଁ ଶୀତଳ ଭଣ୍ଡାର, ରାଣୀ କନ୍ଦା ପାଇଁ ବଜାର ମାନ୍ଦା

ଏହା ମଧ୍ୟ ପଢନ୍ତୁ: ଆଶ୍ବସ୍ତିକର ଖବର: ମୋବାଇଲ୍ ଟାୱାରରୁ ନିର୍ଗତ ରେଡିଏସନ୍ ସ୍ବାସ୍ଥ୍ୟ ଅପକାରୀ ନୁହେଁ

କନ୍ଦମୂଳ ବିହନକୁ ଜମିରେ ରୋପିଲାବେଳେ, ହୁଡା ଟେକିବା ପରେ ଫସଲ ଅମଳ କରିବା ପର୍ଯ୍ୟନ୍ତ ଅନ୍ୟ ଚାଷବାସ ଅପେକ୍ଷା କମ ଶ୍ରମ ଲାଗୁଥିବା ଚାଷୀ ଜଣାଇଛନ୍ତି । ତେବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ବହୁତ କମ ପରିମାଣରେ ଉତ୍ପାଦନ କରୁଥିବା ଯୋଗୁଁ ଲାଭବାନ ହୋଇପାରନ୍ତି ନାହିଁ ବୋଲି ଚାଷୀ ସୂଚନା ଦେଉଥିବାବେଳେ, ବୃହତ ଆକାରରେ ଏହି ଚାଷ କରି ଅନେକ ଚାଷୀ ଉପକୃତ ହୋଇଥିବା ଦଶମନ୍ତପୁର ବ୍ଲକର ଯୋଗୀ ମାଳିଗୁଡ଼ାର ଚାଷୀ ମତ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Assembly Update: ଚାଷୀ ପ୍ରସଙ୍ଗରେ ବିଧାନସଭା ବାହାରେ ଶାସକ-ବିରୋଧୀଙ୍କ ବିକ୍ଷୋଭ

ଚଳିତ ବର୍ଷ କନ୍ଦମୂଳ ଦର କମିଯାଇଥିବା ଯୋଗୁଁ ଚାଷୀ କିଲୋ ପିଛା ୬-୭ ଟଙ୍କାରେ ବିକ୍ରି କରାଯାଉଛି । ତେବେ ଶୀତଳ ଭଣ୍ଡାର ଟିଏ ଥିଲେ କନ୍ଦମୂଳକୁ ସାଇତି ରଖି ଠିକ୍ ଦର ପାଇଲାବେଳେ ଚାଷୀ ବିକ୍ରି କରି ପାରନ୍ତେ ବୋଲି ମତ ପ୍ରକାଶ ପାଇଛି । ଏନେଇ ଚାଷୀ କହିଛନ୍ତି, "ମଜୁରୀ ଦର ଅଧିକ ଥିବା ଯୋଗୁଁ ଏତେ ଲାଭ ହେଉନାହିଁ । ତେଣୁ ଅଧିକ ଲଗାଇଲେ ହିଁ ଲାଭ ହୋଇଥାଏ । କମ ଚାଷରେ ଲାଭ ହୁଏ ନାହିଁ । ବୋପାର ମଧ୍ୟ ଏବେ ଠିକ୍‌ ହେଉନାହିଁ । ଏନେଇ ଆମକୁ ସରକାରୀ ସ୍ତରରେ କୌଣସି ସାହାଯ୍ୟ ମିଳିପାରୁନାହିଁ । ଶୀତଳ ଭଣ୍ଡାର ବି ନାହିଁ ।"

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.