କୋରାପୁଟ : ରେଳଷ୍ଟେସନର ସ୍ବଚ୍ଛତାକୁ ପ୍ରଶଂସା । ଇଷ୍ଟକୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ କୋରାପୁଟ ରେଳଷ୍ଟେସନ ଗସ୍ତ କରିଥିଲେ । ଷ୍ଟେସନର ପରିଷ୍କାର ପରିଛନ୍ନତା ଦେଖି ଖୁସି ବ୍ୟକ୍ତ କରିଥିଲେ ।
ବାର୍ଷିକ ବିଭାଗୀୟ ପର୍ଯ୍ୟଟନର ଅଂଶଭାବେ ଆଜି(ସୋମବାର) ସେ ତାଙ୍କ କାର୍ଯ୍ୟାଳୟର ବହୁ ବରିଷ୍ଠ ଅଧିକାରୀଙ୍କୁ ସାଥିରେ ଧରି ବିଶାଖାପାଟଣାରୁ ରାୟଗଡ଼ା ଅଭିମୁଖେ ସ୍ବତନ୍ତ୍ର ଟ୍ରେନ ଯୋଗେ ବାହାରିଥିଲେ । ଯିବା ଅବସରରେ ସେ କୋରାପୁଟ ଏବଂ ଅନ୍ୟାନ୍ୟ ରେଳ ଷ୍ଟେସନ ବୁଲି ସେଠାକାର ପରିସ୍ଥିତିର ସମୀକ୍ଷା କରିଛନ୍ତି । ଆରପିଏଫ ଦ୍ବାରା ଜବତ କରାଯାଇଥିବା ବିଭିନ୍ନ ସାମଗ୍ରୀର ପ୍ରଦର୍ଶନୀକୁ ମଧ୍ୟ ସେ ବୁଲି ଦେଖିଥିଲେ ।
ଏହାବି ପଢନ୍ତୁ : Russia Ukraine War: ଋଷୀୟ ସେନାଙ୍କୁ ଦେଶ ଛାଡି ଯିବାକୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ନିବେଦନ
ରେଳ ଷ୍ଟେସନରେ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହି ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ଠାରୁ ବୁଝିଥିଲେ । ଏ ସମସ୍ୟା ସମ୍ପର୍କରେ ଉପରିସ୍ଥ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ତେବେ ରେଳବାଇ ଅଧିକାରୀମାନେ ବାରମ୍ବାର ଅଭିଯୋଗ ଗୁଡ଼ିକୁ ଶୁଣିବା ପରେ ବାସ୍ତବରେ କେତେଦୂର ତାହା କାର୍ଯ୍ୟକାରୀ ହେଉଛି । ସେ ସମ୍ପର୍କରେ ଜଣା ପଡୁ ନ ଥିବା କୋରାପୁଟ ବିକାଶ ପରିଷଦର ସମ୍ପାଦକ ସେକ ଇବ୍ରାହିମ କହିଛନ୍ତି । ଆଜି ଏହି ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଦିଆଯାଇଥିବା ବିଭିନ୍ନ ଦାବି ପ୍ରତି ସେ ଉଚିତ ଦୃଷ୍ଟି ଦେବେ ବୋଲି ଇବ୍ରାହିମ ଆଶାପୋଷଣ କରିଛନ୍ତି ।
କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ