ETV Bharat / state

ବିନା ହଳରେ ଆଳୁ ଚାଷ, କୋରାପୁଟରେ ଆରମ୍ଭ ହେଲା ପ୍ରକ୍ରିୟା - ବିନା ହଳରେ ଆଳୁଚାଷ

ଜମିରେ ହଳ ନ କରି ମଧ୍ୟ ଆଳୁ ଚାଷ ସମ୍ଭବ । ଅନ୍ତର୍ଜାତୀୟ ଆଳୁ ଗବେଷଣା ସଂସ୍ଥାର ସହଯୋଗରେ କୋରାପୁଟରେ ଆରମ୍ଭ ହୋଇଛି ଏହି ଚାଷ । ଅଧିକ ପଢନ୍ତୁ

ବିନା ହଳରେ ଆଳୁ ଚାଷ, କୋରାପୁଟରେ ଆରମ୍ଭ ହେଲା ପ୍ରକ୍ରିୟା

author img

By

Published : Jan 29, 2022, 8:54 PM IST

Updated : Jan 29, 2022, 9:37 PM IST

କୋରାପୁଟ: ଜମିରେ ହଳ ନ କରି ମଧ୍ୟ ଆଳୁ ଚାଷ ସମ୍ଭବ । ଅନ୍ତର୍ଜାତୀୟ ଆଳୁ ଗବେଷଣା ସଂସ୍ଥାର ସହଯୋଗରେ କୋରାପୁଟ ପ୍ରଗତି ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଜୟପୁର, ବୋରିଗୁମ୍ମା ଓ କୋଟପାଡର ସମୁଦାୟ 37 ଜଣ ଚାଷୀଙ୍କ କ୍ଷେତରେ ଏହି ପ୍ରୟୋଗ କରାଯାଇଛି । ଏନେଇ ସଂସ୍ଥାର ସମ୍ପାଦକ ପ୍ରଭାକର ଅଧିକାରୀ ସୂଚନା ଦେଇଛନ୍ତି ।

ଧାନ ଅମଳ ପରେ ଖାଲି ପଡିଥିବା କ୍ଷେତରେ ପ୍ରୟୋଗ କରାଯାଇଥିବା ଏହି ନୂତନ ପ୍ରକ୍ରିୟାରେ ଆଳୁକୁ ମାଟି ଉପରେ ଥୋଇଦେଇ ତା ଉପରେ ଜୈବିକ ଖତ ଘୋଡ଼ାଇ ଦିଆଯିବା ପରେ ତାକୁ ନଡ଼ାର ଘନ ଆସ୍ତର ଦେଇ ଘୋଡ଼ାଇ ଦିଆଯାଉଛି । ଫଳରେ ଆଳୁ ଗଜା ହୋଇ ଚାଷ ହୋଇପାରୁଛି । ପ୍ରଗତି ଅନୁଷ୍ଠାନର କୃଷି ବିଶେଷଜ୍ଞ ପ୍ରଦୀପ ସେଠି ଏହି ପଦ୍ଧତି ବାବଦରେ ଅଧିକ ସୂଚନା ଦେଇଛନ୍ତି ।

ବିନା ହଳରେ ଆଳୁ ଚାଷ, କୋରାପୁଟରେ ଆରମ୍ଭ ହେଲା ପ୍ରକ୍ରିୟା

ହଳ କରିବାକୁ ପଡୁନଥିବା ସହ ସମଗ୍ର ଚାଷ ସମୟରେ ପାଣି ମଡ଼ାଇବାକୁ ପଡୁନଥିବା ଯୋଗୁଁ ଏହି ପ୍ରକ୍ରିୟାରେ କମ ଖର୍ଚ୍ଚରେ ଅଧିକ ଲାଭ ହେବ ବୋଲି କୋଟପାଡ ନିକଟସ୍ଥ ବାସ୍ତାମ୍ବାର ଅଗ୍ରଣୀ ଚାଷୀ ତୁଫାନ କୁମାର ଦ୍ବିବେଦୀ କହିଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ଚାଷରେ 7 ରୁ 8 ଗୁଣ ଉତ୍ପାଦ ମିଳିପାରିବ । ସବୁଠି ଜମିକୁ ପାଣି ଯୋଗାଇବା ଏକ ବିରାଟ ସମସ୍ୟା ଭାବେ ଦେଖାଯାଉ ଥିବାବେଳେ ଏହି ନୂତନ ପଦ୍ଧତିରେ କରାଯାଉଥିବା ଚାଷ ପ୍ରଣାଳୀ ଆଳୁ ଚାଷୀଙ୍କ ପାଇଁ ଏକ ନୂତନ ଦିଗ ପ୍ରଦର୍ଶନ କରିବ ବୋଲି ପ୍ରଭାକର ଅଧିକାରୀ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Jan 29, 2022, 9:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.