ETV Bharat / state

ପ୍ରବଳ ବର୍ଷା ଯୋଗୁଁ ଖୋଲିଲା ଡ୍ୟାମ, ତଳିଆ ଅଞ୍ଚଳରେ ବନ୍ୟା ସମ୍ଭାବନା

କୋରାପୁଟରେ ଲାଗି ରହିଛି ପ୍ରବଳ ବର୍ଷା । ଗତ 2ଦୁଇ ଦିନ ଧରି ହୋଇଥିବା ବର୍ଷାରେ ବୃଦ୍ଧି ପାଇଛି ବିଭିନ୍ନ ଡ୍ୟାମର ଜଳସ୍ତର। ଫଳରେ ଆଜି ଜଲାପୁଟ ଓ ତେଲେଙ୍ଗିରର 2 ଫାଟକ ଖୋଲାଯାଇଛି।

author img

By

Published : Sep 6, 2019, 2:45 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ଗତ କିଛି ଦିନର ଲଗାଣ ବର୍ଷାରେ କୋରାପୁଟ ସମେତ ପାଶ୍ବବର୍ତ୍ତୀ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଡ୍ୟାମରେ ବୃଦ୍ଧି ପାଇଛି ଜଳସ୍ତର । ଫଳରେ ଆଜି ଜଲାପୁଟ ଓ ତେଲେଙ୍ଗିର ଡ୍ୟାମର 2ଟି ଫାଟକ ଖୋଲାଯାଇଛି । ସେପଟେ ଆଜି ନବରଙ୍ଗପୁରର ଇନ୍ଦ୍ରବାଦୀ ଡ୍ୟାମର ମଧ୍ୟ 4ଟି ଫାଟକ ଖୋଲିଛି । ଯାହାକୁ ନେଇ ଆଜି ରାତି ସୁଦ୍ଧା କୋରାପୁଟର କୋଟପାଡ ଅନ୍ତର୍ଗତ ସୁରଲୀ ନଦୀରେ ବନ୍ୟାଜଳ ଆସିବାର ସମ୍ଭାବନା ଦେଖାଦେଇଛି । ଏନେଇ ସୂଚନା ଦେଇଛନ୍ତି ଜରୁରୀକାଳୀନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଗତକାଲି ଠାରୁ ଆଜି ମଧ୍ୟରେ କୋରାପୁଟ ଜିଲ୍ଲାରେ 878.2 ମିଲିମିଟର ବର୍ଷା ହୋଇଥିବାବେଳେ ନନ୍ଦପୁର ବ୍ଲକ ଅଞ୍ଚଳରେ ସର୍ବାଧିକ 155.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେବେ ଏନେଇ ଜିଲ୍ଲା ପ୍ରଶାସନ ସମସ୍ତ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଥିବା ପଟ୍ଟନାୟକ କହିଛନ୍ତି।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:ଗତ କିଛିଦିନ ଧରି କୋରାପୁଟ ଜିଲ୍ଲା ସମେତ ପାଶ୍ୱବର୍ତୀ ନବରଙ୍ଗପୁର ଜିଲ୍ଲା ରେ ପ୍ରବଳ ବର୍ଷା ହୋଇଥିବା ଯୋଗୁଁ କୋରାପୁଟ ଜିଲ୍ଲାର ଜଲାପୁଟ ଓ ତେଲେଙ୍ଗିରି ଡ୍ୟାମ ର ଦୁଇଟି ଫାଟକ ଖୋଲିଦିଆଯାଇଛି ।Body:ତେବେ ଏହି ଦୁଇଟି ଡ୍ୟାମ ଜଳ ସାଧାରଣ ପ୍ରବାହଧାରାରେ ନିଷ୍କାସିତ ହୋଇଯାଉଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ଡ୍ୟାମରେ ୪ଟି ଫାଟକ ଖୋଲିଦିଆଯାଇଥିବାରୁ ଆଜି ରାତି ସୁଦ୍ଧା କୋରାପୁଟ ଜିଲ୍ଲାର କୋଟପାଡ ଅନ୍ତର୍ଗତ ସୁରଲୀ ନଦୀରେ ବନ୍ୟାଜଳ ଆସିବାର ସମ୍ଭାବନା ଦେଖାଦେଇଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ସୂଚନା ଦେଇଛନ୍ତି । ଗତକାଲିଠାରୁ ଆଜି ମଧ୍ୟରେ କୋରାପୁଟ ଜିଲ୍ଲାରେ ୮୭୮.୨ ମିଲିମିଟର ବର୍ଷା ହୋଇଥିବା ବେଳେ ନନ୍ଦପୁର ବ୍ଲକ ଅଂଚଳରେ ସର୍ବାଧିକ ୧୫୫.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । Conclusion:ତେବେ ଜିଲ୍ଲା ପ୍ରଶାସନ ସମସ୍ତ ପରିସ୍ଥିତିକୁ ସାମନା କରିବା ପାଇଁ ପ୍ରସ୍ତୁତ ଥିବା ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି ।
..........
ଶାନ୍ତାକାର
କୋରାପୁଟ
...........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.