ETV Bharat / state

ବଡକେରେଙ୍ଗାକୁ ମିଳିଲା ମୋଟର ବୋଟ, ଉପକୃତ ହେବେ 5 ଗାଁ - ରଘୁରାମ ପାଡାଲ

ଉଲ୍ଲିବାୟାଣୀ ମନ୍ଦିର ନଦୀ ଘାଟରେ ଲୋକଙ୍କ ଯାତାୟତ ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଏକ ମୋଟର ବୋଟ ହସ୍ତାନ୍ତର କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Aug 18, 2019, 8:30 PM IST

କୋରାପୁଟ: ଆଜି କୋଲାବ ନଗରର ଉଲ୍ଲିବାୟାଣୀ ମନ୍ଦିର ନଦୀ ଘାଟରେ ଲୋକଙ୍କ ଯାତାୟତ ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଏକ ମୋଟର ବୋଟ ହସ୍ତାନ୍ତର କରାଯାଇଛି । ବଡ଼କେରେଙ୍ଗା ପଞ୍ଚାୟତର ବିଭିନ୍ନ ଗାଁ ଗୁଡିକର ଯାତାୟତ ସୁବିଧା ପାଇଁ ଏହି ବୋଟ ଦିଆଯାଇଛି । ଏହି ଅବସରରେ କୋରାପୁଟ ବିଧାୟକ ରଘୁରାମ ପାଡାଲ ଉପସ୍ଥିତି ଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କେନ୍ଦ୍ରୀୟ ଅନୁଦାନରେ ଜିଲ୍ଲାର ବିଭିନ୍ନ ନଦୀ ଓ ଜଳାଶୟ ଘାଟରେ ଲୋକଙ୍କ ସୁରକ୍ଷିତ ଯାତ୍ରା ପାଇଁ ୧୫ଟି ମୋଟର ବୋଟ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସିଦ୍ଧାନ୍ତ ପଟ୍ଟନାୟକ ଜଣାଇଛନ୍ତି । କୋରାପୁଟ ଜିଲ୍ଳା କେନ୍ଦ୍ର ସରକାରଙ୍କ ଦ୍ବାରା ମନୋନୀତ ଏସ୍ପିରେସନାଲ ଜିଲ୍ଲା । ବିକାଶ ଦିଗରେ ଖର୍ଚ୍ଚ ହେବା ପାଇଁ ଆସିଥିବା ସ୍ବତନ୍ତ୍ର ପାଣ୍ଠିରୁ ଏହି ବୋଟ ପ୍ରଦାନ କରାଯାଇଛି ।

ଜଳଭଣ୍ଡାରରେ ଜଳବୃଦ୍ଧି ଯୋଗୁଁ ବଡ଼କେରେଙ୍ଗା ପଞ୍ଚାୟତର ଭାଲିଆଗୁଡା, ଚମିଆଗୁଡା, ତେନ୍ତୁଳିଗୁଡା, ପୁଟକେରେଙ୍ଗା ଗ୍ରାମ ଗୁଡିକ ପଞ୍ଚାୟତ ଠାରୁ ସଡକ ସଂଯୋଗ ବିଚ୍ଛିନ୍ନ ହୋଇଥିଲା । ଏହି ବୋଟ ଦ୍ବାରା ଏହି ଗ୍ରାମ ଗୁଡିକ ଉପକୃତ ହେବେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ଆଜି କୋଲବନଗର ଉଲ୍ଲିବାୟାଣୀ ମନ୍ଦିର ନଦୀ ଘାଟ ରେ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ବଡ଼କେରେଙ୍ଗା ପଞ୍ଚାୟତର, ଭାଲିଆଗୁଡା , ଚମିଆଗୁଡା, ତେନ୍ତୁଳିଗୁଡା,ପୁଟକେରେଙ୍ଗା ଭଳି ଅପହଞ୍ଚ ଗ୍ରାମ ଗୁଡିକ ଜଳଭଣ୍ଡାର ର ଜଳ ଯୋଗୁଁ ପଂଚାୟତ ଠାରୁ ସଡକ ସଂଯୋଗ ହରାଇ ବସିଥିବା ଫଳରେ ଗ୍ରାମସମୂହର ଲୋକଙ୍କ ଯାତାୟତ ରେ ଉପଯୋଗୀ ହେବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ମୋଟର ବୋଟ କୁ ହସ୍ତାନ୍ତର କରାଯାଇଛି । Body:କୋରାପୁଟ ଜିଲ୍ଳା , କେନ୍ଦ୍ର ସରକାରଙ୍କ ଦ୍ୱାରା ମନୋନୀତ ଏସ୍ପିରେସନାଲ ଜିଲ୍ଲା ହୋଇଥିବା ଯୋଗୁଁ ଏବି ଅଂଚଳର ବିକାଶ ଦିଗରେ ଖର୍ଚ୍ଚ ହେବା ପାଇଁ ଆସିଥିବା ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ରେ ଜିଲ୍ଲାର ବିଭିନ୍ନ ନଦୀ ଓ ଜଳାଶୟ ଘାଟରେ ଲୋକଙ୍କ ସୁରକ୍ଷିତ ଯାତ୍ରା ପାଇଁ ୧୫ଟି ମୋଟର ବୋଟ ଯୋଗାଇ ଦେବା ପାଈଁ ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲା ଜରୁରିକାଳୀନ ଅଧିକାରୀ ସିଦ୍ଧାନ୍ତ ପଟ୍ଟନାୟକ ଜଣାଇଛନ୍ତି ।Conclusion:ଆଜି ବଡ କେରେଙ୍ଗା ରେ କୋରାପୁଟ ବିଧାୟକ ରଘୁରାମ ପାଡାଲ ଙ୍କ ଉପସ୍ଥିତିରେ ଦିଆଯାଇଥିବା ମୋଟର ବୋଟ ଦ୍ୱାରା ଏହି ପଂଚାୟତ ବାସୀ ଅନେକ ମାତ୍ରାରେ ଉପକୃତ ହେବେ ବୋଲି ସେ ଆଶାପୋଷଣ କରିଛନ୍ତି ।
......…..
Byte : ସିଦ୍ଧାନ୍ତ ପଟ୍ଟନାୟକ , ଜିଲ୍ଲା ଜରୁରୀକାଳୀନ ଅଧିକାରୀ , କୋରାପୁଟ
..........
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.