ETV Bharat / state

ହ୍ବିଲ ଚେୟାରରେ ଶାବର ଶ୍ରୀକ୍ଷେତ୍ର ଦର୍ଶନ କରିପାରିବେ ଦିବ୍ୟାଙ୍ଗ-ବୟସ୍କ

author img

By

Published : Dec 1, 2020, 6:20 PM IST

ଶାବର ଶ୍ରୀକ୍ଷେତ୍ରରେ ଦିବ୍ୟାଙ୍ଗ ଓ ବୟସ୍କଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା । ମନ୍ଦିର ପଛପଟୁ ସ୍ବତନ୍ତ୍ର ରାମ୍ପରେ ହ୍ବିଲ ଚେୟାରରେ ବେଢା ପରିକ୍ରମା କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ...

koraput jagannath temple
କୋରାପୁଟ ଜଗନ୍ନାଥ ମନ୍ଦିରରେ ହ୍ବିଲ ଚେୟାରରେ ଯାଇ ଦର୍ଶନ କରିବେ ଭିନ୍ନକ୍ଷମ ଓ ବୟସ୍କ

କୋରାପୁଟ: ଶାବର ଶ୍ରୀକ୍ଷେତ୍ରରେ ଦିବ୍ୟାଙ୍ଗ ଓ ବୟସ୍କଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା । ହ୍ବିଲ ଚେୟାରରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଦିବ୍ୟାଙ୍ଗ ଓ ବୟସ୍କ । ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଥିବା ଜଗନ୍ନାଥ ମନ୍ଦିରକୁ ଯିବା ସମୟରେ ଏମାନଙ୍କୁ ସାଧାରଣତଃ କଷ୍ଟ ହୋଇଥାଏ । ବାଇଶି ପାହାଚ ଚଢି ତିନି ଠାକୁରଙ୍କ ଦର୍ଶନ କରିବା ପାଇଁ ସେମାନେ ବ୍ୟାକୁଳ ହୋଇଉଠନ୍ତି ।

ତେବେ ବର୍ତ୍ତମାନ ସେମାନଙ୍କ ପାଇଁ ଦେବ ଦର୍ଶନ ସହଜ କରିବା ଉଦ୍ଦେଶ୍ୟରେ ମନ୍ଦିର ପରିଚାଳନା କମିଟି ମନ୍ଦିର ପଛପଟୁ ଏକ ରାମ୍ପ ନିର୍ମାଣ କରାଯାଇଛି । ଏହି ରାମ୍ପ ଦେଇ ମନ୍ଦିର ବେଢ଼ା ମଧ୍ୟକୁ ଯିବା ସହଜ ହୋଇପାରିବ । ମନ୍ଦିର ପରିଚାଳନା କମିଟିର ଏପରି ଏକ ଉନ୍ନତ ମାନର ଚିନ୍ତାଧାରାକୁ ଦେଖି ସହରର ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ତାରିଣୀ ଚରଣ ପାତ୍ର ସହଯୋଗ କରିଛନ୍ତି । ଗତ କିଛିଦିନ ପୂର୍ବେ ତଥା ସୋମବାର ଦିନ ଗୋପବନ୍ଧୁ ସେବା ସମିତି ଦ୍ବାରା ଦୁଇଟି ହ୍ବିଲ ଚେୟାର ମନ୍ଦିରକୁ ଯୋଗାଇ ଦେଇଛନ୍ତି । ଗୋପବନ୍ଧୁ ସେବା ସମିତି ଆଉ ଏକ ହ୍ବିଲ ଚେୟାର ଦେବା ପାଇଁ ନିଷ୍ପତ୍ତି ନେଇଥିବା ସମିତିର ସଭାପତି ଭବାନୀ ଶଙ୍କର ମିଶ୍ର କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.