ETV Bharat / state

ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗ - ଜାତୀୟ ପତାକାକୁ ଅସମ୍ମାନ

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ମରିଚମାଳ ଗାଁରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଥିବା ଅଭିଯୋଗ ଆସିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Aug 16, 2019, 10:27 PM IST

କୋରାପୁଟ: ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗ। ଗୋଟେ ପଟେ ପତକା ଉତ୍ତୋଳନ ସରିବା ପରେ ତଳେ ପଡିରହିଲା ପତାକା । ଅନ୍ୟପଟେ ସନ୍ଧ୍ୟା ପରେ ବି ଖୋଲା ହେଲାନି ତ୍ରିରଙ୍ଗା । ଏଭଳି ଦୃଶ୍ୟ ହେଉଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ମରିଚମାଳ ଗାଁରେ । ଗୋଟିଏ ଗାଁରେ ଜାତୀୟ ପତାକାକୁ ଭିନ୍ନ ଭିନ୍ନ ଅବ୍ୟବହାର ହୋଇଥିବା ବୁଦ୍ଧିଜୀବୀଙ୍କ ମହଲରୁ ଅଭିଯୋଗ ଆସିଛି ।

ଗୁରୁବାର ସ୍ବାଧୀନତା ଦିବସ ପାଳନ ଅବସରରେ ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ର ଏବଂ ବିଦ୍ୟାଳୟରେ ସକାଳେ ପତାକା ଉତ୍ତୋଳନ କରାଯାଇଥିଲା । ସନ୍ଧ୍ୟାରେ ଜାତୀୟ ପତକାକୁ ସସମ୍ମାନେ ଅବତରଣ କରାଇବା ପାଇଁ ଅଙ୍ଗନବାଡି ଦିଦିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଏଠାରେ ଅସହାୟର ଚିହ୍ନ ଦେଖିବାକୁ ମିଳିଥିଲା । ଛୋଟ ପିଲାମାଙ୍କୁ କୁହାଯାଇଥିଲା ଖୁଣ୍ଟରୁ ପତାକା କାଢିବା ପାଇଁ । କିନ୍ତୁ ପିଲାଏ ପତକା ଖୁଣ୍ଟର ଓଜନ ସମ୍ଭାଳି ନପାରିବାରୁ ଖୁଣ୍ଟକୁ ତଳେ ପକାଇ ଦେଇଥିଲେ । ଯଦିଓ ଅଙ୍ଗନବାଡି ଦିଦି ପତାକା ଖୁଣ୍ଟଟିକୁ ସମ୍ଭାଳି ନେଇଥିଲେ ।

ଅପରପକ୍ଷରେ ସେହି ଗାଁର ପ୍ରାଥମିକ ବିଦ୍ୟାଳୟରେ ପତକା ଖୁଣ୍ଟରୁ ଅଧାଅଧି ଖସି ଆସିଥିଲେ ହେଁ ନା ବିଦ୍ୟାଳୟ ଶିକ୍ଷକ ପତାକାକୁ ଓହ୍ଲାଇ ଆଣିଥିଲେ । ନା ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ ସେଥିପ୍ରତି ଦୃଷ୍ଟି ଦେଇଥିଲେ । ଜାତୀୟ ପତକାକୁ ଉତ୍ତୋଳନ ସମୟରେ ଦେଉଥିବା ସମ୍ମାନ ଓହ୍ଲାଇ ଆଣିଲା ବେଳକୁ ମଧ୍ୟ ଦେବାର ଚେତନା ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜିବି ମହଲରେ ମତ ପ୍ରକାଶ ପାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ଜାତୀୟ ପତକାକୁ ଗୋଟିଏ ଗାଁ ରେ ଦୁଇ ପ୍ରକାରର ବ୍ୟବହାର ପ୍ରଦର୍ଶିତ କରିଥିବା ଅଭିଯୋଗ ହୋଇଛି । ଘଟଣାଟି ଘଟିଛି ଦଶମନ୍ତପୁର ବ୍ଲକ ର ମରିଚମାଳ ଗାଁରେ । Body:ଗତକାଲି ସ୍ବାଧୀନତା ଦିବସ ପାଳନ ଅବସରରେ ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ର ଏବଂ ବିଦ୍ୟାଳୟରେ ସକାଳେ ପତାକା ଉତ୍ତୋଳନ କରାଯାଇଥିଲା । କିନ୍ତୁ ସନ୍ଧ୍ୟାରେ ଜାତୀୟ ପତକାକୁ ସସମ୍ମାନେ ଅବତରଣ କରାଇବା ପାଇଁ ଅଙ୍ଗନବାଡି କେନ୍ଦ୍ରରେ ଅସହାୟତା ର ଚିହ୍ନ ଦେଖାଯାଇଥିବା ବେଳେ ବିଦ୍ୟାଳୟରେ ଚରମ ଅବହେଳା ପ୍ରଦର୍ଶିତ ହୋଇଥିବା ଦେଖାଯାଇଛି । ଅଙ୍ଗନବାଡି କେନ୍ଦ୍ରରେ ଛୋଟ ପିଲାଙ୍କ ସହାୟତାରେ ପତକାକୁ ଓହ୍ଲାଇ ଆଣିବା ପାଇଁ ଚେଷ୍ଟା କରିବା ପରେ ପିଲାଏ ପତକା ଖୁଣ୍ଟ ର ଓଜନ ସମ୍ଭାଳି ନପାରିବାରୁ ଅଙ୍ଗନବାଡି ଦିଦି ନିଜେ ଖୁଣ୍ଟଟିକୁ ସମ୍ଭାଳିନେଇଥିଲେ । କିନ୍ତୁ ଅପରପକ୍ଷରେ ସେହି ଗାଁର ପ୍ରାଥମିକ ବିଦ୍ୟାଳୟରେ ପତକା ଅଧାଅଧି ଖସି ଆସିଥିଲେ ହେଁ ନା ବିଦ୍ୟାଳୟ ର ଶିକ୍ଷକ କିମ୍ବା ପରିଚାଳନା କମିଟିର ସଦସ୍ୟ ସେ ପ୍ରତି ଦୃଷ୍ଟି ଦେଇଥିବା ଅଭିଯୋଗ ହୋଇଛି ।Conclusion:ଜାତୀୟ ପତକା କୁ ଉତ୍ତୋଳନ ସମୟ ରେ ଦେଉଥିବା ସମ୍ମାନ ଓଲ୍ହାଇଆଣିଲାବେଳକୁ ମଧ୍ୟ ଦେବାର ଚେତନା ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜିବି ମହଲରେ ମତ ପ୍ରକାଶ ପାଇଛି ।
.........
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.