ETV Bharat / state

ଶାବର ଶ୍ରୀକ୍ଷେତ୍ର ରଥଯାତ୍ରାର ଭିଡିଓ ଦେଖିନପାରି ଅସନ୍ତୁଷ୍ଟ ଭକ୍ତ

author img

By

Published : Jun 23, 2020, 5:50 PM IST

ରଥଯାତ୍ରା ଅବସରରେ ଶାବର ଶ୍ରୀକ୍ଷେତ୍ରରେ 144 ଧାରା ଜାରି କରାଯାଇଥିବା ବେଳେ ମନ୍ଦିର ମଧ୍ୟରେ ସମସ୍ତ ନୀତିକାନ୍ତି କୋଭିଡ ନିୟମ ଅନୁଯାୟୀ ସମ୍ପନ୍ନ ହୋଇଛି । ସକାଳ ପ୍ରାୟ 8ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥାରୂଢ କରାଯାଇ ଆଡ଼ପ ମଣ୍ଡପକୁ ନିଆଯାଇଥିଲା । ହେଲେ ମହାପ୍ରଭୁଙ୍କ ଏହି ସମୟର ଭିଡିଓ କି ଫଟୋ ନପାଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅଧିକ ପଢନ୍ତୁ...

Disgruntled devotees could not see photos of the rathyatra in Shabar Shrikshetra
ଶାବର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରାର ଫଟୋ ଦେଖିନପାରି ଅସନ୍ତୁଷ୍ଟ ଭକ୍ତ

କୋରାପୁଟ: କୋରୋନା ପାଇଁ ଚଳିତବର୍ଷ ଫିକା ପଡିଲା ରଥଯାତ୍ରା । ବିନା ଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ କରିବାକୁ ସୁପ୍ରିମକୋର୍ଟ କେବଳ ପୁରୀ ସହରକୁ ଦେଇଥିଲେ ଅନୁମତି । ହେଲେ ଉତ୍କଳର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶବର ପ୍ରେମର ପ୍ରତୀକ ସ୍ଵରୂପ କୋରାପୁଟରେ ଗଢ଼ି ଉଠିଥିବା ଶ୍ରୀ ଜଗନ୍ନାଥ ମନ୍ଦିର ଯାହା ଶାବର ଶ୍ରୀକ୍ଷେତ୍ର ଭାବେ ବେଶ ପରିଚିତ ।

ଚଳିତ ବର୍ଷ ପୁରୀ ବ୍ୟତୀତ ଅନ୍ୟ ରାଜ୍ୟର ଅନ୍ୟ ଜିଲ୍ଲାରେ ରଥଯାତ୍ରା ଅନୁଷ୍ଠିତ ନେଇ ରୋକ ଲାଗିଥିବା ବେଳେ ଶାବର ଶ୍ରୀକ୍ଷେତ୍ର ମଧ୍ୟ ଏଥିରେ ସାମିଲ ରହିଛି । ହେଲେ ଆଦିବାସୀଙ୍କ ଭାବାବେଗ ସହ ଜଡିତ ମହାପ୍ରଭୁଙ୍କ ରଥଯାତ୍ରା ନେଇ ଭକ୍ତଙ୍କ ମନରେ ସକାଳୁ ଉଙ୍କି ମାରିଥିଲା ଅନେକ ପ୍ରଶ୍ନ । ଟେଲିଭିଜନରେ ପୁରୀ ରଥଯାତ୍ରାର ନୀତିକାନ୍ତି ସିଧାପ୍ରସାରଣ ହେଉଥିବା ବେଳେ କୋରାପୁଟବାସୀ ଶାବର ଶ୍ରୀକ୍ଷେତ୍ରରେ ଠାକୁରଙ୍କ ନୀତିକାନ୍ତି ଜାଣିବାକୁ ଉତ୍ସୁକ ଥିଲେ । କିନ୍ତୁ ଏହାର ଜବାବ କାହାରି ପାଖରେ ନଥିଲା ।

ଅପରପକ୍ଷେ ସୋମବାର ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ସାମାଜିକ ଗଣମାଧ୍ୟମରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀର ସିଧା ପ୍ରସାରଣ କରାଯାଇଥିଲା । କିନ୍ତୁ ସୋମବାର ଏହାକୁ ବନ୍ଦ କରାଯାଇଥିଲା । ତେବେ ସାମ୍ବାଦିକଙ୍କୁ ମନ୍ଦିର ପରିସରକୁ ପ୍ରବେଶ ବାରଣ ଥିବାବେଳେ ଏହାର କୌଣସି ଭିଡିଓ କିମ୍ବା ଫଟୋ ଉତ୍ତୋଳନ ହୋଇପାରିନଥିଲା । ଜିଲ୍ଲା ପ୍ରଶାସନ ତରଫରୁ ଫଟୋ ଓ ଭିଡିଓ ଉତ୍ତୋଳନ କରି ସାମ୍ବାଦିକଙ୍କୁ ଯୋଗାଇ ଦିଆଯିବା ନେଇ ପ୍ରତିଶ୍ରୁତି ମିଳିଥିଲେ ହେଁ ଯାତ୍ରାର କୌଣସି ସୂଚନା ଦିଆଯାଇନଥିବାରୁ ସାମ୍ବାଦିକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଥିଲା ।

ଏଥିସହ ରଥଯାତ୍ରା ଅବସରରେ ମନ୍ଦିର ଚାରିପଟେ 144 ଧାରା ଜାରି କରାଯାଇଥିବାରୁ ଜନଗହଳିରେ ଫାଟି ପଡିବା ସହ ବଡଦାଣ୍ଡ ସମେତ ବଜାର ପିଣ୍ଢା ମଧ୍ୟ ଶୂନଶାନ ଥିଲା । ସେପଟେ ମନ୍ଦିର ମଧ୍ୟରେ ସମସ୍ତ ନୀତିକାନ୍ତି କୋଭିଡ ନିୟମ ଅନୁଯାୟୀ ସମ୍ପନ୍ନ ହୋଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି । ସକାଳ ପ୍ରାୟ 8ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥାରୂଢ କରାଯାଇ ଆଡ଼ପ ମଣ୍ଡପକୁ ନିଆଯାଇଥିବା ମନ୍ଦିରର ସେବକ ଦୀପକ ମିଶ୍ର ଜଣାଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.