ETV Bharat / state

ଦାନା ବାନ୍ଧୁଛି ସ୍ଵତନ୍ତ୍ର ଦଣ୍ଡକାରଣ୍ୟ ରାଜ୍ୟ ଗଠନ ଦାବି

ଅନେକ ବର୍ଷ ଧରି ଚାଲିଥିବା ଦଣ୍ଡକାରଣ୍ୟ ରାଜ୍ୟ ଗଠନ ଦାବି ଆନ୍ଦୋଳନ ପୁଣି ଥରେ ଦାନା ବାନ୍ଧିଛି । କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ନେଇ ଦଣ୍ଡକାରଣ୍ୟ ଗଠନ କରିବାକୁ ଦାବି ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦାଦାତା, କୋରାପୁଟ
author img

By

Published : Jun 26, 2019, 6:51 PM IST

କୋରାପୁଟ: ପୁଣି ତେଜିଲା ଦଣ୍ଡକାରଣ୍ୟ ରାଜ୍ୟ ଗଠନ ଦାବି । ଅନେକ ବର୍ଷ ଧରି ଚାଲିଥିବା ଏହି ଆନ୍ଦୋଳନ ପୁଣି ଥରେ ଦାନା ବାନ୍ଧିଛି । କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ନେଇ ଦଣ୍ଡକାରଣ୍ୟ ଗଠନ କରିବାକୁ ଦାବି ହୋଇଛି । ଏପରି ଦାବି କୋରାପୁଟିଆ ଜନ ସୁରକ୍ଷା ସଂଘ ପକ୍ଷରୁ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଆଜି(ବୁଧବାର) ଅଞ୍ଚଳରେ ଖଣି ଖନନକୁ ବିରୋଧ କରାଯିବାକୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏପରି ଚେତାବନୀ ସଂଘ ଦେଇଛି । ଏହା ସହ ଖଣି ଖନନକୁ ରୋକିବା ପାଇଁ ସେମାନେ ଆନ୍ଧ୍ର ସହ ମିଶିବାକୁ ପ୍ରସ୍ତୁତ ବୋଲି ମଧ୍ୟ କହିଛନ୍ତି ।

ସୂଚନା ଅନୁଯାୟୀ, କୋରାପୁଟ ପଟ୍ଟାଙ୍ଗି ବ୍ଲକର ସେରୁବନ୍ଧ ପର୍ବତରେ ବକ୍ସାଇଟ ଖନନ କରିବାକୁ ଗ୍ରାମସଭା ଆୟୋଜନ କରାଯାଇଥିଲା । ଏହାକୁ ଏଠାକାର ଲୋକେ ଘୋର ବିରୋଧ କରିଥିଲେ । ତେବେ ପରେ ଖଣି ଖନନ ହେବା ନେଇ ଶୁଣିବାକୁ ମିଳୁଥିବାରୁ ସଂଘ ଏହାକୁ ନିନ୍ଦା କରିଛି ।

ଏହା ସହ ବିରୋଧ ସତ୍ତ୍ବେ ଯଦି ସରକାର ଖଣି ଖନନ କରନ୍ତି ତେବେ ନୂଆ ରାଜ୍ୟ ଗଠନ ପାଇଁ ପ୍ରସ୍ତୁତ ଥିବା ସଂଘ କହିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ , ରାୟଗଡ଼ା , ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ନେଇ ଦଣ୍ଡକାରଣ୍ୟ ରାଜ୍ୟ ଗଠନ କରିବା ନେଇ ଅନେକ ବର୍ଷ ଧରି ଚାଲିଥିବା ଆନ୍ଦୋଳନ ପୁଣିଥରେ ଦାନା ବାନ୍ଧିବା ଆରମ୍ଭ କରିଛି । ଗତକିଛିଦିନ ଧରି ରାଜ୍ୟ ସରକାର କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସେରୁବନ୍ଧ ପର୍ବତରେ ନାଲକୋ ଦ୍ୱାରା ବକ୍ସାଇଟ ଖନନ ପାଇଁ ଜନ ସମର୍ଥନ ଏକାଠି କରିବା ଉଦ୍ଦେଶ୍ୟରେ ମାଳିପୁଟ , ପଟ୍ଟାଙ୍ଗି , ନୂଆଗାଁ ଓ କୋଟିଆଠାରେ ସ୍ୱତନ୍ତ୍ର ଗ୍ରାମସଭା ର ଆୟୋଜନ କରିଥିଲେ। କିନ୍ତୁ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମି ଭାବେ ପରିବର୍ତନ କରି ରାଜ୍ୟ ସରକାରଙ୍କ ଦ୍ୱାରା ଖଣି କାର୍ଯ୍ୟ ପାଈଁ ପଥ ପରିଷ୍କାର କରାଯାଉଥିବା ପ୍ରୟାସକୁ କୋରାପୁଟିଆ ଜନ ସୁରକ୍ଷା ସଂଘ ସମେତ ସାଧାରଣ ଜନତାଙ୍କ ଦ୍ୱାରା ଘୋର ବିରୋଧ କରାଯିବା ଫଳରେ କୌଣସି ଗ୍ରାମସଭାରେ ଖଣି ଖନନ କିମ୍ବା ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିରେ ପରିଣତ କରିବା ସପକ୍ଷରେ ଜନମତ ସୃଷ୍ଟି ହୋଇପାରିନଥିଲା ବୋଲି ସଂଘର ସଭାପତି ବଳରାମ ଗୋଲରି ଜଣାଇଛନ୍ତିBody:କିନ୍ତୁ ଜନତାଙ୍କ ମଧ୍ୟରେ ଭୁଲ ଧାରଣା ସୃଷ୍ଟି କରିବା ପାଇଁ କମ୍ପାନୀ ତରଫରୁ ଭୁବନେଶ୍ବର ରୁ ପ୍ରକାଶ ପାଉଥିବା କିଛି ଗଣମାଧ୍ୟମ ରେ ଗ୍ରାମସଭାରେ ଖଣି ସପକ୍ଷରେ ଜନମତ ସୃଷ୍ଟି ହୋଇଥିବା କୁହାଯିବା ଘଟଣାକୁ ସେମାନେ ଆଜି କୋରାପୁଟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିନ୍ଦା କରିଛନ୍ତି । ଏହିପରି ବିଭିନ୍ନ ହୀନ ପ୍ରୟାସ କରିବା ଜ଼ହିତ ସରକାର ଓ ନାଲକୋ ଯଦି ଜନମତ କୁ ସମ୍ମାନ ନଦେଇ ସେରୁବନ୍ଧ ପର୍ବତରେ ବକ୍ସାଇଟ ଖନନ ର ପ୍ରଚେଷ୍ଟା କରନ୍ତି ତେବେ ଏହି ଅଂଚକବାସୀ ଆନ୍ଧ୍ରପ୍ରଦେଶ ରେ ମିଶିଯିବା ପାଇଁ ପଚାଇବେ ନାହିଁ ବୋଲି ସେ ଚେତାଇ ଦେଇଛନ୍ତି। କୋରାପୁଟିଆ ଜନ ସୁରକ୍ଷା ସଂଘ ଏବଂ ଅବିଭକ୍ତ କୋରାପୁଟ ଅଂଚଳର ଅନ୍ୟାନ୍ୟ ସଂଘର ମିଲିତ ସହଯୋଗରେ ଏହି ଚାରୋଟି ଜିଲ୍ଲାକୁ ନେଇ ସ୍ୱତନ୍ତ୍ର ଦଣ୍ଡକାରଣ୍ୟ ରାଜ୍ୟ ଗଠନ ପାଈଁ ଚାଲିଥିବା ଗଣଆନ୍ଦୋଳନ ତୀବ୍ରତର ହେବ ବୋଲି ଉପସ୍ଥିତ ଆଦିବାସୀ ନେତା ମାନେ ଜଣାଇଛନ୍ତି । Conclusion:କୋରାପୁଟ ଅଂଚଳର ଗରିବ ଆଦିବାସୀ ଡଙ୍ଗର ରେ ଚାଷବାସ କରିବା ସହିତ ଜଙ୍ଗଲ ଜମିରୁ ମିଳୁଥିବା ଛୋଟବଡ଼ ଜୀବନ ର ଆଧାରକୁ ସଂଗ୍ରହ କରି ବଂଚିଥାଏ ଓ ପ୍ରକୃତି ଦେଇଥିବା ସମ୍ପଦ ତାଠାରୁ ଛଡ଼ାଇନେବାକୁ ପ୍ରୟାସ କଲେ ତାକୁ ତୀବ୍ର ବିରୋଧ କରିବା ପାଇଁ ବାଧ୍ୟହେବ ବୋଲି ପଟ୍ଟାଙ୍ଗିର ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡ଼ାମ କହିଛନ୍ତି । କୋରାପୁଟ ଅଂଚଳର ଲୋକଙ୍କ ସରଳତାର ସୁଯୋଗ ନେଇ ହାଲ , ନାଲକୋ , ଉପରକୋଲାଵ , ମାଛକୁଣ୍ଡ , ଇନ୍ଦ୍ରାବତୀ ଓ ଜଲାପୁଟ ଭଳି ବୃହତ ପ୍ରକଳ୍ପ ଓ ଶିଳ୍ପ ଗଢି ଉଠିଥିଲେ ହେଁ ଏହି ଅଂଚଳ ଓ ଏଠାକାର ଅଧିବାସୀ ଚିର ଅବହେଳିତ ଅଵସ୍ଥାରେ ରହି ଆସିଛନ୍ତି । ଏହି ଅଂଚଳରେ ଗଢିଉଠୁଥିବା ଶିଳ୍ପର ଉନ୍ନତ ପରିମାଣରେ ଆଦାୟ ହେଉଥିଲେହେଁ ଅଞ୍ଚଳବାସୀଙ୍କ ଜୀବନ ରେ ଆଶାଜନକ ପରିବର୍ତ୍ତନ ସମ୍ଭବ ହୋଇପାରିନଥିବା ଆଦିବାସୀ ନେତା ଦାସୀ ନନ୍ଦିବାଲି ଅଭିଯୋଗ କରିଛନ୍ତି । କୋରାପୁଟ ବାସୀଙ୍କ ସୁନ୍ଦର ଭୂସ୍ବର୍ଗ ସବୁଜ ସୁନ୍ଦର ବଣ ପାହାଡ଼କୁ ବିକାଶ ନାମରେ ବିନାଶ ଆଡକୁ ନେଇନଯିବା ପାଇଁ ସେମାନେ ଗଣମାଧ୍ୟମ ମାଧ୍ୟମରେ ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ ଜରିଛନ୍ତି ।
.…......
Byte : ବଳରାମ ଗୋଲରୀ , କୋରାପୁଟିଆ ଜନ ସୁରକ୍ଷା ସଂଘ
Byte : ଦାସୀ ନନ୍ଦିବାଲି , ଆଦିବାସୀ ନେତା
Byte : ରାମଚନ୍ଦ୍ର କାଡ଼ାମ , ପୂର୍ବତନ ବିଧାୟକ
..........
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.