ETV Bharat / state

COATS ଓ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ - ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଓ କୋଟସ ମଧ୍ୟରେ ଚୁକ୍ତିନାମା

ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ସହ ଚୁକ୍ତିନାମା ସ୍ବାକ୍ଷର କଲା କାଉନସିଲ ଫର୍ ଏନାଲିଟିକାଲ ଟ୍ରାଇବାଲ ଷ୍ଟଡିସ୍(COATS) । ଅଧିକ ପଢନ୍ତୁ

COATS ଓ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ

author img

By

Published : Feb 20, 2022, 9:26 AM IST

Updated : Feb 20, 2022, 9:34 AM IST

କୋରାପୁଟ: ସୁନାବେଡ଼ା ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ (Central University Of Odisha )ସହ ଚୁକ୍ତିନାମା ସ୍ବାକ୍ଷର କଲା କାଉନସିଲ ଫର୍ ଏନାଲିଟିକାଲ ଟ୍ରାଇବାଲ ଷ୍ଟଡିସ୍(COATS) । ଆଦିବାସୀଙ୍କ ଉନ୍ନତି କ୍ଷେତ୍ରରେ ଗବେଷଣା ଲାଗି ଶନିବାର ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ବିଶ୍ବବିଦ୍ୟାଳୟର କୁଳପତି ଶରତ କୁମାର ପାଳିତା ଏନେଇ ସୂଚନା ଦେଇଛନ୍ତି ।

COATS ଓ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ

CUO କୁଳପତିଙ୍କ କହିବା ଅନୁଯାୟୀ, ଏହି ଚୁକ୍ତି ସ୍ବାକ୍ଷର ହେବା ଦ୍ବାରା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ କୋଟସରେ ଗବେଷଣା କରୁଥିବା ବ୍ୟକ୍ତିଙ୍କ ସହ ମିଶି ଲାଭବାନ ହେବା ସହ ଆଦିବାସୀ ଜନଜୀବନ ଉପରେ ଗବେଷଣାର ଧାରାରେ ନୂତନତ୍ବ ଆଣିପାରିବ ।

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସହ ହୋଇଥିବା ଚୁକ୍ତିନାମା ବଳରେ କୋଟସ ଏ ପର୍ଯ୍ୟନ୍ତ ଜାରି ରଖିଥିବା ଗବେଷଣା ଓ କର୍ମଶାଳା ଆୟୋଜନ କରିବା ସୁବିଧାଜନକ ହୋଇପାରିବ ବୋଲି କୋଟସର ନିର୍ଦ୍ଦେଶକ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Feb 20, 2022, 9:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.