ETV Bharat / state

‘ମହିଳାଙ୍କ ନେତୃତ୍ବରେ ବିଶ୍ବର ନିରନ୍ତର ବିକାଶ ସମ୍ଭବ’ - ମିଲେଟ ମିସନ

CUO organises International Conference: ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ତିନି ଦିନିଆ ନବମ ବାର୍ଷିକ ସମ୍ମିଳନୀ ଆୟୋଜିତ । “ଏକବିଂଶ ଶତାବ୍ଦୀର ମହିଳା: ପରିବେଶ ଏବଂ ନିରନ୍ତର ବିକାଶ” ଉପରେ ବିଷୟବସ୍ତୁ । ଅଧିକ ପଢନ୍ତୁ

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ବାର୍ଷିକ ସମ୍ମିଳନୀ ଆୟୋଜିତ, ପରିବେଶ ଏବଂ ନିରନ୍ତର ବିକାଶରେ ମହିଳାଙ୍କ ଭୂମିକାକୁ ନେଇ ଚର୍ଚ୍ଚା

author img

By ETV Bharat Odisha Team

Published : Dec 7, 2023, 10:00 PM IST

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ବାର୍ଷିକ ସମ୍ମିଳନୀ ଆୟୋଜିତ, ପରିବେଶ ଏବଂ ନିରନ୍ତର ବିକାଶରେ ମହିଳାଙ୍କ ଭୂମିକାକୁ ନେଇ ଚର୍ଚ୍ଚା

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ “ଏକବିଂଶ ଶତାବ୍ଦୀର ମହିଳା: ପରିବେଶ ଏବଂ ନିରନ୍ତର ବିକାଶ” ବିଷୟବସ୍ତୁ ଉପରେ ତିନି ଦିନିଆ ନବମ ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ wcwsର ଅଧ୍ୟକ୍ଷା ପ୍ରଫେସର ବାର୍ବରା ବେଜନାର୍ଟ, ଜମ୍ମୁ ବିଶ୍ବବିଦ୍ୟାଳୟରୁ ପ୍ରଫେସର ଅନୁପମା ବୋରା ଓ ପ୍ରଫେସର ଜସବିର ସିଂ, କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରୁ ଡ. ଦେବବ୍ରତ ପଣ୍ଡା ଏବଂ କଫି ଉଦ୍ୟୋଗୀ ସୁଶାନ୍ତ ପଣ୍ଡା ଯୋଗ ଦେଇଥିଲେ । ବିଶ୍ଵରେ ମହିଳାଙ୍କ ସ୍ଥିତି ଓ ସେମାନଙ୍କୁ ନେଇ ବିଶ୍ଵ ସ୍ତରରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଯୋଜନା କରାଯାଉଥିବା ବେଳେ କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ମାଣ୍ଡିଆ ଏବଂ ଅନ୍ୟାନ୍ୟ ଲଘୁ ଶସ୍ୟର ଚାଷ ତଥା କଫି ଉତ୍ପାଦନରେ ମହିଳାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ଜାଣି କୋରାପୁଟର ସ୍ଵାବଲମ୍ବୀ ମହିଳା ବିଶ୍ବ ପାଇଁ ଉଦାହରଣ ସାଜିବେ ବୋଲି ପ୍ରଫେସର ବାର୍ବରା ବେଜନାର୍ଟ ମତ ବ୍ୟକ୍ତ କରିଥିଲେ । ଏହି ସମ୍ମିଳନୀରେ ବିଭିନ୍ନ ଥିମ୍ ଏବଂ ସବ୍-ଥିମକୁ ଅନ୍ତର୍ଭୁକ୍ତ କରୁଥିବା ଶତାଧିକ ସନ୍ଦର୍ଭ ଉପସ୍ଥାପିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ .... ସମନ୍ବିତ ଚାଷରୁ ସ୍ବାବଲମ୍ବୀ ସାଆନ୍ତା

ବିଶ୍ବରେ ଯୁଦ୍ଧ ବିଭୀଷିକା ମଧ୍ୟରେ ସନ୍ତୁଳିତ ହେଉଥିବା ମହିଳାଙ୍କ ସ୍ଥିତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ପ୍ରଫେସର ଅନୁପମା ବୋରା । ସମ୍ମିଳନୀର ପ୍ରବେଶ ଦ୍ବାର ନିକଟରେ ଡ୍ରିମହିଲ ଓ ସର୍ବୋଦୟ କଫିର ଷ୍ଟଲ, ସ୍ଵାମୀନାଥାନ ଫାଉଣ୍ଡେସନ ଏବଂ ଜୈବିକ ଶ୍ରୀ ସଂଗଠନ ଦ୍ବାରା ପାରମ୍ପରିକ ଧାନ ଓ ବିଭିନ୍ନ ମିଲେଟର ପ୍ରଦର୍ଶନୀ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋରାପୁଟର ସ୍ଥାନୀୟ ଉତ୍ପାଦକୁ ନେଇ ସଚେତନତା ବୃଦ୍ଧି କରାଯାଉଥିବାର ଉଦ୍ୟମକୁ ଜମ୍ମୁ ବିଶ୍ବବିଦ୍ୟାଳୟର ପ୍ରଫେସର ଜସବିର ସିଂ ପ୍ରଶଂସା କରିବା ସହ ଏଠାରେ ପ୍ରଦର୍ଶିତ ଉନ୍ନତ ମାନର କଫି ଓ ମିଲେଟର ବ୍ୟାପକତା କୋରାପୁଟରେ ପ୍ରକୃତି ମଧ୍ୟରେ ସମ୍ଭାବନା ଓ ସେଥିରେ ମହିଳାଙ୍କ ସମ୍ପୃକ୍ତିକୁ ବିଶ୍ବଦରବାରରେ ପରିଚିତ କରାଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ ।

କୋରାପୁଟ ଅଞ୍ଚଳରେ ମିଲେଟ ଚାଷରେ କ୍ଷେତରୁ ଘର ପର୍ଯ୍ୟନ୍ତ ଆଦିବାସୀ ମହିଳାଙ୍କ ଯୋଗଦାନ ସମ୍ପର୍କରେ କହିବା ସହ ଏହାକୁ ନେଇ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଥିବା କଥା ଆସିଷ୍ଟାଣ୍ଟ ପ୍ରଫେସର ଦେବବ୍ରତ ପଣ୍ଡା ପ୍ରକାଶ କରିଥିଲେ । ସେହିପରି କୋରାପୁଟ ଅଞ୍ଚଳର କଫି ସାରା ବିଶ୍ବରେ ପହଞ୍ଚିସାରିଥିଲେ ହେଁ ଅନେକ ଛାତ୍ରଛାତ୍ରୀ କୋରାପୁଟରେ କଫିର ଗୌରବମୟ ଇତିହାସ , ବର୍ତମାନର ସ୍ଥିତି ଓ ସେଥିରେ ମହିଳାଙ୍କ ଯୋଗଦାନ ସମ୍ପର୍କରେ କଫି ଉଦ୍ୟୋଗୀ ସୁଶାନ୍ତ ପଣ୍ଡା ପଚାରି ବୁଝିଥିଲେ । ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ଏକ ଖାଦ୍ୟମେଳା ଆୟୋଜିତ ହୋଇଥିଲା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.