ETV Bharat / state

ଟ୍ୟୁମର ସହ ଲଢୁଥିଲେ ଯୁବତୀ, SLNMରେ ସଫଳ ଅସ୍ତ୍ରୋପଚାର

ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଶଲ୍ୟ ଓ ଅସ୍ଥି ସଲ୍ୟ ଚିକିତ୍ସକଙ୍କ ମିଳିତ ପ୍ରୟାସରେ ଏକ ବିରଳ ଅସ୍ତ୍ରୋପଚାର ହୋଇଛି (Successful Tumor Operation)। ଅଧିକ ପଢନ୍ତୁ

author img

By

Published : Jan 6, 2023, 6:18 PM IST

ସଫଳ ଟ୍ୟୁମର ଅସ୍ତ୍ରୋପଚାର
tumor operation
ଟ୍ୟୁମର ସହ ଲଢୁଥିଲେ ଯୁବତୀ, SLNMରେ ସଫଳ ବିରଳ ଅସ୍ତ୍ରୋପଚାର

କୋରାପୁଟ: ହସିଲେ ପ୍ରୀତି ଖିଲ । ଟ୍ୟୁମରରେ ପୀଡିତ ପ୍ରୀତି ନୂଆ ଜୀବନ ପାଇଛନ୍ତି । ସମସ୍ତଙ୍କ ଭଳି ସେ ବି ଏଥର ସ୍ବାଭାବିକ ଜୀବନ ବଞ୍ଚିବେ । କୋରାପୁଟ ଜିଲ୍ଲା ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଶଲ୍ୟ ଓ ଅସ୍ଥି ଶଲ୍ୟ ଚିକିତ୍ସକଙ୍କ ମିଳିତ ପ୍ରୟାସରେ ଏକ ବିରଳ ଅସ୍ତ୍ରୋପଚାର ସଫଳ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଶଲ୍ୟ ଚିକିତ୍ସକ ଅଭିଷେକ ପାତ୍ର ।

ଜୟପୁର ଉପକଣ୍ଠରେ ଥିବା ବାରିଣୀପୁଟର 21 ବର୍ଷର ଗରିବ ଆଦିବାସୀ ଯୁବତୀ ପ୍ରୀତି ଖିଲ । ଗତ ଦୁଇ ବର୍ଷ ଧରି ବାମ ହାତରେ ବଢୁଥିବା ଟ୍ୟୁମରକୁ ନେଇ ଚିନ୍ତିତ ଥିଲେ। ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପାଇବା ପରେ ତାଙ୍କୁ ଭୁବନେଶ୍ବର ଓ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ହତାଶ ହୋଇ ଘୁରି ବୁଲୁଥିବା ପରିବାର ବର୍ଗଙ୍କ ପାଇଁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଡାକ୍ତରୀ ଦଳ ନୂତନ ଆଶା ସଞ୍ଚରିତ କରାଇଥିଲେ । ପରିବାରର ବିଶ୍ୱାସକୁ ସମ୍ମାନ ଦେଇ ଡାକ୍ତର ଦଳ ଟ୍ୟୁମର ଥିବା ବାମହାତକୁ ସଫଳତାର ସହ କାଟି ବାହାର କରିଛନ୍ତି । ଏହା ଫଳରେ ଟ୍ୟୁମର ଦ୍ଵାରା ସୃଷ୍ଟି ହୋଇଥିବା ସଂକ୍ରମଣ ଶରୀରକୁ ସମ୍ପ୍ରସାରିତ ନହୋଇ ଯୁବତୀର ଜୀବନ ରକ୍ଷା ହୋଇପାରିଥିବା ଡାକ୍ତର ଅଭିଷେକ ପାତ୍ର କହିଛନ୍ତି ।

ଏହା ବି ପଢନ୍ତୁ...Hockey World Cup: ଉଦଘାଟନୀ ଉତ୍ସବରେ ସାମିଲ ହେବେ ସମସ୍ତ କ୍ଲବ, ପ୍ରତ୍ୟେକ ୱାର୍ଡରେ ହେବ ପ୍ରଚାର

ଏହି ମେଡିକାଲ କଲେଜ ଅସ୍ୱାସ୍ଥ୍ୟକର ପରିବେଶ ଓ ଡ଼ାକ୍ତରୀ ସେବାର ଅଭାବକୁ ନେଇ ଅନେକ ଥର ନିନ୍ଦା କରାଯାଇଛି । ହସ୍ପିଟାଲରେ ଆଜିର ଏହି ସଫଳତା ଡାକ୍ତର ଓ ରୋଗୀ ମଧ୍ୟରେ ବିଶ୍ୱାସର ସମ୍ପର୍କ । ଏହି ଅନୁଷ୍ଠାନରେ ମଧ୍ୟ କିପରି ସଫଳତା ଆଣିପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିପାରିଛି । ଏକ ଜଟିଳ ସ୍ଥିତିରେ ଥିବା ଟ୍ୟୁମରକୁ ଦୀର୍ଘ ପ୍ରୟାସ ପରେ ଡାକ୍ତରୀଦଳ ଏହି ହସ୍ପିଟାଲରେ ସମ୍ଭବ ନୁହେଁ ବୋଲି ସମସ୍ତ ଭାବନାକୁ ପଛରେ ପକାଇ ଏକ ନୂତନ ବିଶ୍ୱାସ ସୃଷ୍ଟି କରିଥିବା କହିଛନ୍ତି ପ୍ରୀତି ଖିଲଙ୍କ ଦାଦା ରଘୁ ଖିଲ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.