କୋରାପୁଟ: ଧାନ ମଣ୍ଡିରେ ନାନା ଅବ୍ୟବସ୍ଥା ନେଇ ଚାଷୀ ଅସନ୍ତୋଷ । କୋରାପୁଟ ବୋରିଗୁମ୍ମା ବ୍ଲକର ମଣ୍ଡିରେ ହଜାର ହଜାର କ୍ବିଣ୍ଟାଲ ଧାନ ପଡି ରହିଥିବାବେଳେ ହିତାଧୀକାରୀଙ୍କ ପଞ୍ଜିକରଣରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ବଡିଗାଁ ପଞ୍ଚାୟତର ଚାଷୀ । ଏ ସମ୍ପର୍କରେ ସେମାନେ କୋରାପୁଟର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅବଗତ କରାଇଛନ୍ତି ।
ମଣ୍ଡି ପରିଚାଳନା କରୁଥିବା ଗ୍ରୁପ ମଧ୍ୟ କମିଟି ନିର୍ମାଣ କରିବା ଠାରୁ ଆରମ୍ଭ କରି ଧାନ କ୍ରୟ ପର୍ଯ୍ୟନ୍ତ ପାତର ଅନ୍ତର କରୁଥିବା ଚାଷୀମାନେ କହିଛନ୍ତି । ସେମାନଙ୍କ ଅଭିଯୋଗ ଶୁଣିବା ପରେ ଅତିରିକ୍ତ ଜିଲ୍ଲାପାଳ ଘଟଣାର ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ