ETV Bharat / state

ରେଡିଓ ଢେମସା, ଦେଶିଆ ଭାଷାରେ ପହଞ୍ଚାଉଛି କୋରୋନା ସଚେତନତା ବାର୍ତ୍ତା - covid 19 awreness programme

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କୁ ସଚେତନ କରିବାର ନୂଆ ମାଧ୍ୟମ ଦେଶିଆ ଭାଷା। ଏହି ଭାଷା ଦ୍ବାରା ଶୋଭା ସ୍ବେଛାସେବୀ ସଂଗଠନ ଦ୍ୱାରା ପ୍ରସ୍ତୁତ ରେଡିଓ ନାଟକ , କୋରାପୁଟ ଅଞ୍ଚଳର ପୁରପଲ୍ଲୀରେ ବେଶ ଆଦୃତ ହୋଇପାରିଛି ।

covid 19
ଦେଶିଆ ଭାଷାରେ ପହଞ୍ଚୁଛି କୋରୋନା ସଚେତନତାର ବାର୍ତ୍ତା
author img

By

Published : Apr 24, 2020, 12:33 PM IST

Updated : Apr 24, 2020, 8:07 PM IST

କୋରାପୁଟ: କୋରୋନା କନ୍ଦାଉଛି ଦେଶବାସୀଙ୍କୁ। ଲକଡାଉନ ସବୁକିଛି ଠପ୍ କରିଦେଇଛି। ତଥାପି ଲୋକମାନେ ସଚେତନ ହେଉ ନାହାଁନ୍ତି। ଲୋକଙ୍କୁ ସଚେତନ କରିବା ପାଇଁ ଅନେକ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସ୍ବେଚ୍ଛାସେବୀ ଚେଷ୍ଟା ଜାରି ରଖିଛନ୍ତି। ଏବେ ଏହି ସଚେତନା କାର୍ଯ୍ୟରେ ସାମିଲ ହୋଇଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପାରମ୍ପରିକ ଦେଶିଆ ଭାଷା।

ରେଡିଓ ଢେମସା, ଦେଶିଆ ଭାଷାରେ ପହଞ୍ଚାଉଛି କୋରୋନା ସଚେତନତା ବାର୍ତ୍ତା

ସେ ଲିଟି ମାଳିଗୁଡାର ହରିଶ୍ଚନ୍ଦ୍ର ମାଳୀଙ୍କ ସ୍ବ ରଚିତ ସଙ୍ଗୀତ ରୂପକ ହେଉ ବା ଶୋଭା ସ୍ବେଛାସେବୀ ସଂଗଠନ ଦ୍ୱାରା ପରିଚାଳିତ ରେଡିଓ ଢେମସାରେ ଆଦିବାସୀ ପିଲାଙ୍କ ଦ୍ୱାରା ପ୍ରସ୍ତୁତ ରେଡିଓ ନାଟକ , କୋରାପୁଟ ଅଞ୍ଚଳର ପୁରପଲ୍ଲୀରେ ବେଶ ଆଦୃତ ହୋଇପାରିଛି ।

ଏହାର ମୂଳ କାରଣ ହେଲା ଉଭୟ ରେଡିଓ ନାଟକ ଓ ସଙ୍ଗୀତ ପ୍ରସ୍ତୁତି ଏଠାକାର ଆଦିବାସୀଙ୍କ ନିଜସ୍ୱ ଦେଶିଆ ଭାଷାରେ ପ୍ରସ୍ତୁତ ହୋଇଛି । ମାତୃଭାଷା ତଥା ଲୋକଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ଭଳି ଦେଶିଆ ଭାଷାରେ କୋରୋନା କୁ ଦୁରେଇ ରଖିବା ପାଇଁ ଦିଆଯାଉଥିବା ବାର୍ତ୍ତା ସମସ୍ତଙ୍କ ପାଇଁ ସହଜରେ ବୁଝିବାରେ ସହାୟକ ହେଉଥିବା ଶୁକ୍ରୀଗୁଡାର ଢେମସା ରେଡିଓ ର ଶ୍ରୋତା କାର୍ତ୍ତିକ ଖରା ମତବ୍ୟକ୍ତ କରିଛନ୍ତି ।

ନାଟକ ପ୍ରସ୍ତୁତ କରୁଥିବା ସମୟରେ ଭୁଲିଯାଉଥିବା ନିଜ ଭାଷାକୁ ବ୍ୟବହାର କରି ପିଲାମାନେ ମଧ୍ୟ ଆନନ୍ଦିତ ହେଉଥିବା ଏହି ନାଟକରେ କଣ୍ଠଦାନ କରିଥିବା ସ୍ଥାନୀୟ ଆଦିବାସୀ ଝିଅ ପିଙ୍କି ନାୟକ ଜଣାଇଛନ୍ତି।ତେବେ ଦେଶିଆ ଭାଷାରେ ବାର୍ତ୍ତାକୁ ଆକର୍ଷଣୀୟ ଢଙ୍ଗରେ ରଚନା କରିବା , ତାକୁ ସଙ୍ଗୀତ ପ୍ରଦାନ କରିବା ପ୍ରଭୃତି କାର୍ଯ୍ୟ କଷ୍ଟକର ବ୍ୟାପାର। ହେଲେ ସାମୂହିକ ହିତରେ ହେଉଥିବାର ପ୍ରୟାସ ସଫଳ ହେବାର ଆନନ୍ଦ ସମସ୍ତ କଷ୍ଟକୁ ଲଙ୍ଘିବାର ସାହସ ପ୍ରଦାନ କରୁଥିବା ଢେମସା ରେଡିଓ ର କାର୍ଯ୍ୟକ୍ରମ ସମ୍ପାଦକ ଉଦୟନାଥ ହନ୍ତାଳ ମତବ୍ୟକ୍ତ କରିଛନ୍ତି ।

କୋରାପୁଟରୁ ସି ଏଚ୍ ଶାନ୍ତାକାର,ଇଟିଭି ଭାରତ

Last Updated : Apr 24, 2020, 8:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.