ETV Bharat / state

ମହିଳାଙ୍କୁ ସ୍ବାବଲମ୍ବୀ କରୁଛି ସାମୁହିକ ଚାଷ, ପଡିଆ ଜମିରେ ହସୁଛି ଫସଲ - ମହିଳାଙ୍କୁ ସ୍ବାବଲମ୍ବୀ କରୁଛି ସାମୁହିକ ଚାଷ

ମହିଳାଙ୍କୁ ଆତ୍ମନିର୍ଭରଶୀଳ କରୁଛି ସାମୁହିକ ଚାଷ । ପଡିଆ ଜମିରେ ବର୍ଷ ତମାମ୍ ସବୁଜ ଫସଲ ଫଳାଉଛନ୍ତି କୋରାପୁଟ ଗରୁଡ଼ମୁଣ୍ଡା ଗାଁର ମହିଳା । ଅଧିକ ପଢନ୍ତୁ

ମହିଳାଙ୍କୁ ଆତ୍ମନିର୍ଭରଶୀଳ କରୁଛି ସାମୁହିକ ଚାଷ

author img

By

Published : Nov 25, 2022, 11:42 AM IST

କୋରାପୁଟ: କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦଶମନ୍ତପୁର ବ୍ଲକର ଅଧିକାଂଶ ଲୋକେ କୃଷି ଉପରେ ନିର୍ଭରଶୀଳ । ଜମିରେ ଯାହା ଫସଲ ହୁଏ ତାକୁ ବିକ୍ରି କରି ଗୁଜୁରାଣ ମେଣ୍ଟାନ୍ତି । କିନ୍ତୁ ଦଶମନ୍ତପୁର ବ୍ଲକର ଗରୁଡ଼ମୁଣ୍ଡା ଗାଁରେ ଲୋକେ ବର୍ଷକୁ ଅତି ବେଶୀରେ ଦୁଇଟି ଚାଷ କରିପାରୁଥିଲେ । କାହାର ଜମିରେ ଚାଷ ହେଉଥିଲା ତ, ଆଉ କାହାର ଅନେକ ସମୟରେ ପଡିଆ ପଡୁଥିଲା । ହେଲେ ଏବେ କୋରାପୁଟ ଜିଲ୍ଲାର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ 'ସିୱାଇଏସଡି'(CYSD)ର ସହଯୋଗରେ ସେହି ପଡିଆ ଜମି ସବୁଜ ଫସଲରେ ଭରିଯାଇଛି । ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ଚାଷ କରିବା ଆରମ୍ଭ କରିଛନ୍ତି ।

ମହିଳାଙ୍କୁ ଆତ୍ମନିର୍ଭରଶୀଳ କରୁଛି ସାମୁହିକ ଚାଷ

CYSD ସଂଗଠନ ଗରୁଡ଼ମୁଣ୍ଡା ଗ୍ରାମର ୧୨୬ ଜଣ ମହିଳାଙ୍କୁ ଏକତ୍ରିତ କରି ତାରା ତାରିଣୀ ଗ୍ରୁପ ଗଠନ କରିଛି । ଏହି ଗ୍ରୁପର ସଦସ୍ୟ ଗାଁ ଚାରିପାଖେ ଥିବା ୫୦ ଏକର ଜମିରେ ଧନିଆ ଚାଷ କରିଛନ୍ତି । କେବଳ ଧନିଆ ନୁହେଁ, ଏଠାରେ ବିନ୍, ଆଳୁ ଇତ୍ୟାଦି ପନିପରିବା ମଧ୍ୟ ଚାଷ କରାଯାଉଛି । ଏତେ ବଡ ଚାଷ ଜମିକୁ ପଶୁଙ୍କ କବଳରୁ ସୁରକ୍ଷା ଦେବା କାଠିକର ପାଠ ହୋଇଥିବାବେଳେ, ଏହି କାର୍ଯ୍ୟରେ ସେମାନଙ୍କୁ ସାହାଯ୍ୟ ଯୋଗାଇଛି ସ୍ବେଚ୍ଛାସେବୀ ସଂଗଠନ । CYSD ସଂଗଠନ ଏକ ସୋଲାର ପାୱାର ୟୁନିଟ ସ୍ଥାପନ କରିଛି । ଏହାସହିତ ବାଡ ଦେବା ପାଇଁ ଆବଶ୍ୟକ ହେଉଥିବା ସୋଲାର ଚାର୍ଜକୁ ବହନ କରୁଥିବା ତାର ପ୍ରଦାନ କରିଛି ।

ମହିଳା ଚାଷୀମାନେ ନିଜ ଗହଣା ବନ୍ଧକ ରଖି ନିଜ ଖର୍ଚ୍ଚରେ ତାର ଲଗାଇବା ପାଇଁ ଆବଶ୍ୟକୀୟ ସିମେଣ୍ଟ ଖୁଣ୍ଟ କିଣିଛନ୍ତି । ସେହି ଖୁଣ୍ଟକୁ ୫୦ ଏକର ଜମି ଚାରିପଟେ ପୋତିବା ଓ ଖୁଣ୍ଟଗୁଡ଼ିକରେ ତାର ସଂଯୋଗ କରିଛନ୍ତି । ଏହି କାର୍ଯ୍ୟରେ ସମସ୍ତ ପରିବାରର ସଦସ୍ୟ ଶ୍ରମଦାନ କରିଥିବା ତାରା ତାରିଣୀ ଏସଏଚଜିର ସଦସ୍ୟ ସେବତୀ ଗୌଡ଼ ଜଣାଇଛନ୍ତି । ଏଥିସହ ସାମୁହିକ ଭାବେ ଚାଷ କରିବା ଯୋଗୁଁ ସମସ୍ତେ ବର୍ଷ ତମାମ କିଛି ନା କିଛି ଅର୍ଥ ରୋଜଗାର କରିପାରୁଥିବା ସେ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଦେଓମାଳିରେ ୧୪୪ ଧାରା, ତେଲୁଗୁ ଭାଷାରେ ଫଳକ ଲଗାଇଲା ଓଡ଼ିଶା ବନ ବିଭାଗ

ସେହିପରି ସବୁ ଚାଷୀ ନିଜ ନିଜ କାର୍ଯ୍ୟ କରୁଥିବା ଯୋଗୁଁ ବାହାରୁ ମଜୁରିଆ ଆଣିବାକୁ ପଡୁନାହିଁ । ଜମି ଚାରିପଟେ ସୋଲାର ତାର ବିଛାଇ ଦିଆଯିବା ଫଳରେ ଗାଈଗୋରୁ ଏହା ମଧ୍ୟକୁ ପଶି ପାରୁନାହାନ୍ତି । ଯେଉଁ କାରଣରୁ ଏହି ମହିଳା ଚାଷୀଙ୍କ ପରିବାରର ପୁରୁଷ ସଦସ୍ୟ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ହୋଇପାରୁଥିବାବେଳେ, ସହ ପିଲାମାନେ ଜମି ଜଗୁଆଳ ନ ହୋଇ ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଯାଉଥିବା ଗ୍ରାମବାସୀ ବିଭୀଷଣ ଗୌଡ଼ ଜଣାଇଛନ୍ତି । ଏନେଇ CYSD କର୍ମକର୍ତ୍ତା ଭକ୍ତ ସାହୁ କହିଛନ୍ତି, ''ଏହିପରି ଭାବେ ସାମୁହିକ ଚାଷକୁ ଆପଣାଇ ନେଇଥିବା ଯୋଗୁଁ ଗରୁଡ଼ମୁଣ୍ଡା ଗାଁର ପରିବାରଗୁଡ଼ିକର ଆର୍ଥିକ ପ୍ରଗତି ସାଧିତ ହୋଇପାରିଛି ।''

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.