ETV Bharat / state

କଫି ପ୍ରକ୍ରିୟାକରଣ ୟୁନିଟର ସଫଳ ପରୀକ୍ଷା - କୋରାପୁଟ ଖବର

କଫି ଚାଷକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ କଫି ପ୍ରକ୍ରିୟାକରଣ ୟୁନିଟର ସଫଳ ପରୀକ୍ଷଣ କରାଯାଇଛି । କଫି ଉନ୍ନୟନ ପରିଷଦ, କଫି ବୋର୍ଡ ଓ ଟିଡିସିସିର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Sep 9, 2019, 11:39 PM IST

କୋରାପୁଟ: ଜିଲ୍ଲାରେ ହେଉଥିବା କଫି ଚାଷକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ କଫି ପ୍ରକ୍ରିୟାକରଣ ୟୁନିଟର ସଫଳ ପରୀକ୍ଷଣ କରାଯାଇଛି। କଫି ଉନ୍ନୟନ ପରିଷଦ, କଫି ବୋର୍ଡ ଓ ଟିଡିସିସିର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ, କଫି ବୋର୍ଡର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଆଶିଷ ରାଉତଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ବରିଷ୍ଠ ସମ୍ପର୍କ ଅଧିକାରୀ ଆଶିଷ ରାଉତ କଫି ପ୍ରକ୍ରିୟାକରଣ କେନ୍ଦ୍ରରେ ଲଗାଯାଇଥିବା ଅତି ଉନ୍ନତମାନର ମେସିନ ଯୋଗେ କଫି ମଞ୍ଜି ଭଜାଯିବା ଓ ଗୁଣ୍ଡ କରିବା ଠାରୁ ଆରମ୍ଭକରି ବିଭିନ୍ନ ସ୍ବାଦର କଫି ପାନୀୟ ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାର ପ୍ରଦର୍ଶନ କରିଥିଲେ। ଓଡିଶାରେ ପ୍ରଥମ ଥର ପାଇଁ ଏହି ୟୁନିଟର ସଫଳ ପରୀକ୍ଷଣ କୋରାପୁଟ କଫିର ବ୍ରାଣ୍ଡିଙ୍ଗ କରିବା ଦିଗରେ ଏକ ସଫଳତା ବୋଲି ଶ୍ରୀ ପ୍ରଧାନ ମତ ଦେଇଛନ୍ତି।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ କଫି ଉନ୍ନୟନ ପରିଷଦ , କଫି ବୋର୍ଡ ଓ ଟିଡିସିସି ର ମିଳିତ ଆନୁକୂଲ୍ୟରେ କୋରାପୁଟ ଅଂଚଳରେ ହେଉଥିବା କଫି ଚାଷ କୁ ବିଶ୍ବ ଦରବାରରେ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ଯୋଜନା ର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ କଫି ପ୍ରକ୍ରିୟାକରଣ ୟୁନିଟ ର ସଫଳ ପରୀକ୍ଷା କରାଯାଇଛି ।Body:ଆଜି ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ କଫି ବୋର୍ଡ ର ବରିଷ୍ଠ ସମ୍ପର୍କ ଅଧିକାରୀ ଆଶିଷ ରାଉତ କଫି ପ୍ରକ୍ରିୟାକରଣ କେନ୍ଦ୍ରରେ ଲଗାଯାଇଥିବା ଅତି ଉନ୍ନତ ମାନର ମେସିନ ଯୋଗେ କଫି ମଞ୍ଜି ଭଜାଯିବା ଓ ଗୁଣ୍ଡ କରିବା ଠାରୁ ଆରମ୍ଭକରି ବିଭିନ୍ନ ସ୍ୱାଦର କଫି ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାର ପ୍ରଦର୍ଶନ କରିଥିଲେ ।Conclusion:ଓଡିଶା ରେ ପ୍ରଥମ କରି ଏପରି ଏକ ୟୁନିଟ ର ସଫଳ ପରୀକ୍ଷଣ କୋରାପୁଟ କଫିର ବ୍ରାଣ୍ଡିଙ୍ଗ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ଶ୍ରୀ ପ୍ରଧାନ ମତଦେଇଛନ୍ତି ।
........
Edited AVO -Byte is attached
ଶାନ୍ତାକାର
କୋରାପୁଟ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.