କୋରାପୁଟ: କୋରାପୁଟ କଫି, ଖାଲି କୋରାପୁଟରେ ନୁହେଁ ଦେଶ ବିଦେଶରେ ମଧ୍ୟ ଏହା ଖୁବ ଖ୍ୟାତି ଉପଲବ୍ଧି କରିଛି । କୋରାପୁଟ କଫିର ମହକରେ ବାସୁଛି ରାଜ୍ୟର ସମସ୍ତ କ୍ୟାଫେ। ସରକାରୀ ଓ ବେସରକାରୀ ସ୍ତରରେ ହେଉଥିବା ପ୍ରୟାସରେ କୋରାପୁଟରେ କଫି ଦାନାର ବିକ୍ରି ବାର୍ଷିକ ୧୨ କୋଟିରୁ ଉର୍ଦ୍ଧ୍ୱ ହେଉଛି । ହେଲେ କେନ୍ଦ୍ର ସରକାର କଫି ଓ ଚା ସମ୍ପର୍କିତ କୌଣସି କାର୍ଯ୍ୟରେ ମନରେଗା ମାଧ୍ୟମରେ କର୍ମ ଯୋଗାଣ ଅନ୍ତର୍ଭୁକ୍ତ ହୋଇପାରିବ ନାହିଁ ବୋଲି ନିର୍ଦେଶ ଦେଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ଚିନ୍ତିତ ଥିବାବେଳେ ଗରିବ କଫି ଚାଷୀ ଓ ଦିନ ମଜୁରିଆ ମୁଣ୍ଡରେ ହାତ ଦେଇ ବସିଛନ୍ତି ।
ଏନେଇ ଜିଲ୍ଲା ପ୍ରଶାସନ ଚିନ୍ତିତ ହେଉଥିବାବେଳେ ଗରିବ ଚାଷୀ ଓ ମୂଲିଆ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଜିଲ୍ଲାରେ ଅନ୍ୟୁନ ତିନି ହଜାର ଖୁଦ୍ର ଚାଷୀ ତଥା ଶତାଧିକ କଫି ଉଦ୍ୟୋଗୀ ଏହି ଚାଷ କରି ଲାଭାନ୍ଵିତ ହେଉଥିବା ବେଳେ ଏହି କଫି ବଗିଚା ଗୁଡିକରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ୱ ଦିନ ମଜୁରିଆ ବର୍ଷ ତମାମ କାମ ପାଇଥାନ୍ତି ବୋଲି କଫି ବୋର୍ଡ଼ ର ବରିଷ୍ଠ ସମ୍ପ୍ରସାରଣ ଅଧିକାରୀ ଅଜିତ କୁମାର ରାଉତ ଜଣାଇଛନ୍ତି ।
କୋରାପୁଟ ଜିଲ୍ଲାରେ ଅନ୍ୟୁନ ତିନି ହଜାର କ୍ଷୁଦ୍ର ଚାଷୀ ଓ ଶତାଧିକ କଫି ଉଦ୍ୟୋଗୀ ଏହି ଚାଷ କରି ଲାଭାନ୍ଵିତ ହେଉଛନ୍ତି । ପାଞ୍ଚ ହଜାରରୁ ଉର୍ଦ୍ଧ୍ୱ ଦିନ ମଜୁରିଆ କଫି ବଗିଚାରେ କାମ ପାଉଥିବା ଯୋଗୁଁ ଦାଦନ ଖଟିବା ପାଇଁ ପଡୋଶୀ ରାଜ୍ୟକୁ ଯିବା ଘଟଣାକୁ ମଧ୍ୟ ହ୍ରାସ କରିଛି । କଫି ଚାଷକୁ ନେଇ ଜିଲ୍ଲା ପ୍ରଶାସନ ବହୁତ ସ୍ୱପ୍ନ ଦେଖିଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ନିର୍ଦେଶ ଏକ ଶକ୍ତ ଝଟକା ଦେଇଛି । କୋରୋନା ସଂକ୍ରମଣ ସମୟରେ ଗତ କିଛି ମାସ ଧରି ଦେଶର ବିଭିନ୍ନ ସ୍ଥାନରୁ ଫେରି ଆସିଥିବା ଶ୍ରମିକଙ୍କୁ ଏମଜିଏନଆରଇଜିଏରେ ଅନ୍ତର୍ଭୁକ୍ତ କରି କାମ ଯୋଗାଇ ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଏତେ ଶ୍ରମିକଙ୍କୁ କର୍ମ ଯୋଗାଇଦେବା ମଧ୍ୟ କାଠିକର ପାଠ ହେବ ବୋଲି କୋରାପୁଟ ଫାର୍ମରସ ଆସୋସିଏସନ (କେଏଫଏ) ର ସମ୍ପାଦକ ଶରତ ପଟ୍ଟନାୟକ ମତ ରଖିଛନ୍ତି । ତୁରନ୍ତ ସରକାର ଏହି ନିଷ୍ପତ୍ତିରେ ପୁନର୍ବିଚାର କରିବା ଆବଶ୍ୟକ ହୋଇପଡିଥିବା ସାଧାରଣରେ ଦାବି ହୋଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ