କୋରାପୁଟ: ବିକାଶ ପଥରେ ଆଗେଇବ କୋରାପୁଟ । ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଡି ହେଲା କୋରାପୁଟ ଜିଲ୍ଲା । ଏନେଇ ଜିଲ୍ଲାର ସଦର ମହାକୁମା ଠାରେ ଥିବା ପୋଲିସ ପଡିଆରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟରେ କୋରାପୁଟ ପାଇଁ 120 କୋଟି ଟଙ୍କା ବ୍ୟୟରେ 3 ହଜାର 87ଟି ବିଭିନ୍ନ ଉନୟନ ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।
ଆଜି କୋରାପୁଟ ଜିଲ୍ଲାରେ ଆୟୋଜନା କରାଯାଇଥିଲା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲା ପାଇଁ ଅନୁଦାନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ମଧ୍ୟମରେ କୋରାପୁଟ ଜିଲ୍ଲାର ବିକାସ ପାଇଁ 120 କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଆଗାମୀ ଦିନରେ ପ୍ରତି ଗ୍ରାମକୁ ସଡ଼କ, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା ଭଳି ସାଧାରଣ ସୁବିଧା ପହଞ୍ଚି ପାରିବ ବୋଲି ଜିଲ୍ଲାବାସୀ ଆଶା ରଖିଛନ୍ତି । ସେହିପରି ସ୍ୱୟଂ ସହାୟକ ମହିଳାମାନଙ୍କୁ ଆହାର କେନ୍ଦ୍ରର ପରିଚାଳନା ଦାୟିତ୍ୱ ଦିଆଯାଇଛି । ଡ଼ିସେମ୍ବର ପ୍ରଥମ ସପ୍ତାହରେ ଲକ୍ଷ୍ମୀ ବସର ଶୁଭାରମ୍ଭ ହେବାକୁ ଥିବା ବେଳେ ଏହି ବସରେ ଯାତାୟତ କରିବା ପାଇଁ ମହିଳାମାନଙ୍କୁ କେବଳ 5 ଟଙ୍କା ଭଡା ଧାର୍ଯ୍ୟ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ......ପାହାଡତଳ ଗାଁରେ ସମନ୍ବିତ ଚାଷ,ଚର୍ଚ୍ଚାରେ କୃଷି ଅଧିକାରୀ ତାପସ ରାଏ
ସେହିପରି ରାଜ୍ୟ ସରକାର ମହିଳାମାନଙ୍କୁ ବିନା ସୁଧରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବେ । ପ୍ରତି ଗର୍ଭବତୀ ମହିଳାଙ୍କୁ 5 ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ ବୋଲି ବୋଲି ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ପ୍ରକାଶ କରିଥିଲେ । ଜ଼ିଲ୍ଲାର 14 ଗୋଟି ବ୍ଲକରେ ହେଇଥିବା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପାକାପାଖି 70 ହଜାର ଲୋକେ ଯୋଗ ଦେଇଥିଲେ । ସେଥି ମଧ୍ୟରୁ 80 ପ୍ରତିଶତ ମହିଳା ଯୋଗ ଦେଇଥିବାକୁ ଏନେଇ ଭି.କେ ପାଣ୍ଡିଆନ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଧାୟକଙ୍କ ସମେତ ସମସ୍ତ ଲୋକପ୍ରତିନିଧି, ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀ ଏବଂ ମିଶନ ଶକ୍ତି ମହିଳା ମାନେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, କୋରାପୁଟ