ETV Bharat / state

ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର - ମୁଖ୍ୟମନ୍ତ୍ରୀ

ଖରାପ ପାଗ ସାଜିଲା ଅଡୁଆ । ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ବିମାନ । ଲାଞ୍ଜିଗଡ ପରିବର୍ତ୍ତେ ଜୟପୁର ଏୟାରଷ୍ଟ୍ରିପରେ ଓହ୍ଲାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Feb 27, 2019, 7:04 PM IST

ଜୟପୁର: ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିମାନ । ଲାଞ୍ଜିଗଡ ପରିବର୍ତ୍ତେ ଜୟପୁରରେ ଏହାକୁ ଅବତରଣ କରାଯାଇଛି । ଖରାପ ପାଗ ଯୋଗୁଁ ବିମାନଙ୍କୁ ଜରୁରୀ ଅବତରଣ କରାଯାଇଥିବା ଜଣାପଡିଛି ।

ପୂର୍ବ ନିର୍ଦ୍ଧାରିତ ସୂଚି ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲାଞ୍ଜିଗଡରୁ ଓହ୍ଲାଇ ହେଲିକପ୍ଟର ଯୋଗେ ରାୟଗଡା ଯାଇଥାନ୍ତେ । ହେଲେ ଖରାପ ପାଗ ଯୋଗୁଁ ଜୟପୁର ଏୟାରଷ୍ଟ୍ରିପରେ ଏହାକୁ ଜରୁରୀ ଅବତରଣ କରିବାକୁ ବାଧ୍ୟ ହୋଇଥିଲେ ପାଇଲଟ । ଦୀର୍ଘ 1ଘଣ୍ଟା ଧରି ମୁଖ୍ୟମନ୍ତ୍ରୀ ଜୟପୁରରେ ଅଟକି ରହିଥିଲେ । ପରେ ଲାଞ୍ଜିଗଡରୁ ହେଲିକପ୍ଟର ଆସିବା ପରେ ସେ ରାୟଗଡା ଅଭିମୁଖେ ବାହାରିଛନ୍ତି ।

କୋରାପୁଟରୁ ସି.ଏଚ. ଶାନ୍ତାକାର, ଇଟିଭି ଭାରତ

Intro:Body:

ପ୍ରତିଆକ୍ରମଣ ସମ୍ଭାବନା: ଏନଏସଆରୱାଇରେ ବଢିଲା ସୁରକ୍ଷା

ବେଙ୍ଗାଲୁରୁ: ଶତ୍ରୁପକ୍ଷକୁ କେବଳ ଆକ୍ରମଣ ନୁହେଁ, ତାର ପରବର୍ତ୍ତି ଅବସ୍ଥା ସମ୍ପର୍କରେ ମଧ୍ୟ ସଜାଗ ରହିଛି ଭାରତ । ଆତଙ୍କବାଦୀଙ୍କ ପେଣ୍ଠସ୍ଥଳୀର ଦେଶ ଚୁପ ନରହି ପାଲଟା ଆକ୍ରମଣ କରିବାରେ ସମ୍ଭାବନା ରହିଛି । ଯାହାକୁ ଆଖିଆଗରେ ରଖି ପାକିସ୍ତାନର ସାମ୍ନା କରିବା ପାଇଁ ପୁରା ପ୍ରସ୍ତୁତ ରହିଛି ଭାରତୀୟ ସେନା । ସବୁଠି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

କର୍ଣ୍ଣାଟକ କରୱାରର ନାଭାଲ ଯାହାଜ ମରାମତି କାରଖାନା(ଏନଏସଆରୱାଇ)ରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଶତ୍ରୁପକ୍ଷଙ୍କ ପ୍ରତିଟି ଆକ୍ରମଣକୁ ଜବାବ ଦେବାକୁ ପ୍ରସ୍ତୁତ ରହିଛନ୍ତି ଭାରତୀୟ ଯବାନ । ପାକିସ୍ତାନର ଗତିବିଧିକୁ ତୀକ୍ଷ୍ଣ ନଜର ରଖାଯାଇଛି ।

ମଙ୍ଗଳବାର ଭୋରରୁ ପାକିସ୍ଥାନର ଜୈସ-ଏ-ମହମ୍ମଦ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା ଭାରତ । ଆଉ ଏହାପରେ ଭାରତକୁ ଚେତାବନୀ ଦେଇଛି ପାକିସ୍ତାନ । ସମୟ ଓ ସୁବିଧା ଦେଖି ପାକ୍ ଏହାର ଜବାବ ଦେବ ବୋଲି କହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ । ଆଉ ଏହାକୁ ସାମ୍ନା କରିବା ପାଇଁ ତୟାର ରହିଛି ଭାରତ ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.